ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ରିଷଭଙ୍କୁ ମିଳିପାରେ ସୁଯୋଗ


ହାତରେ ଗଭୀର ଆଘାତ ଯୋଗୁଁ ଶିଖର ଧାୱାନ ବିଶ୍ୱକପରୁ ବାହରିବା ପରେ ତାଙ୍କ ବଦଳରେ ରିଷଭ ପନ୍ତଙ୍କୁ ସୁଯୋଗ ଦିଆଯାଇଛି । ମିଳିଥିବା ସୂଚନା ମୁତାବକ, ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁଥିବା ଆଗାମୀ ମ୍ୟାଚରେ ଦଳ ଶିଖରଙ୍କର ସ୍ଥାନରେ ରିଷଭଙ୍କୁ ସୁଯୋଗ ଦେଇପାରେ । ପ୍ରକାଶ ଥାଉକି, ବିଶ୍ୱକପରେ ରିଷଭ ଶ୍ରେଷ୍ଠ ୧୫ ଜଣଙ୍କ ମଧ୍ୟରେ ସାମିଲ ହୋଇନଥିବାବେଳେ ଶିଖରଙ୍କ ହାତରେ ଗଭୀର ଆଘାତ ଯୋଗୁଁ ତାଙ୍କ ବଦଳରେ ରିଷଭଙ୍କୁ ସ୍ଥାନ ଦିଆଯାଇଛି ।
ଆଗାମୀ ମ୍ୟାଚରେ ରିଷଭଙ୍କର ଖେଳିବାର ସମ୍ଭାବନା ଅଧିକ ରହିଛି କାରଣ, ନେଟପ୍ରାକ୍ଟିସରେ ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ମଧ୍ୟ ଆଘାତ ଲାଗିଥିବା ହେତୁ ତାଙ୍କ ବଦଳରେ ରିଷଭ ଖେଳିବାର ସୁଯୋଗ ମିଳିପାରେ ବୋଲି ଖେଳ ବିଶ୍ଲେଷଣକାରୀମାନେ କଳ୍ପନା କରିଛନ୍ତି ।
ପ୍ରକାଶ ଥାଉକି, ନେଟପ୍ରାକ୍ଟିସ ସମୟରେ ବୁମରାଙ୍କ ଏର୍କରରେ ବଲରେ ବିଜୟ ଶଙ୍କରଙ୍କର ଗୋଡରେ ଗଭୀର ଆଘାତ ଲାଗିଥିଲା, ଯେଉଁଥିପାଇଁ ତାଙ୍କ ଗୋଡରେ ଖୁବ ଜୋରସେ ଯନ୍ତ୍ରଣା ମଧ୍ୟ ଅନୁଭବ ହୋଇଥିଲା ।


Share It

Comments are closed.