ପୂଜାରାଙ୍କ ପରେ ଏବେ ରିଷଭ ଖେଳିଲେ ଶତକୀୟ ପାଳି


ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ବର୍ତ୍ତମାନ ସୁଧା ଜାରି ରହିଛି । ଭାରତ ପ୍ରଥମ ପାଳି ନସରୁଣୁ ୬୦୦ରୁ ଉର୍ଦ୍ଧ ରନ ସଂଗ୍ରହ କରିସାରିଲାଣି । ଏହି ଟେଷ୍ଟ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ସୁନ୍ଦର ପ୍ରଦର୍ଶନ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଗତ କାଲି ପୂଜାରା ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଥିବାବେଳେ ଆଜି ୱିକେଟକିପର ରିଷଭ ପନ୍ତ ମଧ୍ୟ ଶତକ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ଗସ୍ତରେ ରିଷଭଙ୍କ ଏହା ପ୍ରଥମ ଶତକ ହୋଇଥିବାବେଳେ ପୂଜାରା ଏହି ସିରିଜରେ ୨ଟି ଶତକ ହାସଲ କରିସାରିଲେଣି ।
ରିଷଭଙ୍କର ଏଇ ଶତକକୁ ମିଶାଇଲେ ଏହା ହେଉଛି ତାଙ୍କର କ୍ୟାରିୟର ଦ୍ୱିତୀୟ ଶତକ । ସେ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ୧୩୭ଟି ବଲ ଖେଳି ଏହି ଶତକ ହାସଲ କରିଛନ୍ତି । ସେ ଏହି ପାଳିରେ ୧୨ଟି ଚୌକା ଏବଂ ଗୋଟିଏ ଛକା ମାରି ଏଇ ଶତକ ହାସଲ କରିଛନ୍ତି । ଏହା ପୂର୍ବରୁ ରିଷଭ ଇଂଲଣ୍ଡ ବିପକ୍ଷରେ ନିଜ କ୍ୟାରିୟର ପ୍ରଥମ ଶତକ ହାସଲ କରିଥିଲେ । ସେପଟେ ରବିନ୍ଦ୍ର ଜାଡେଜା ଏହି ମ୍ୟାଚରେ ନିଜ ଅର୍ଦ୍ଧଶତକ ହାସଲ କରିସାରଛନ୍ତି । ସେ ୧୦୬ଟି ବଲ ଖେଳି ବର୍ତ୍ତମାନ ସୁଧା ୮୦ ରନ ସଂଗ୍ରହ କରିସାରିଛନ୍ତି । ରବିନ୍ଦ୍ର ଶତକ ଠାରୁ ଖୁବ ନିକଟତର ହୋଇଥିବାବେଳେ ବର୍ତ୍ତମାନ ଆଶା କରାଯାଉଛି ସେ ମଧ୍ୟ ଖୁବ ଶୀଘ୍ର ଶତକ ହାସଲ କରିପାରନ୍ତି


Share It

Comments are closed.