ପନ୍ତଙ୍କ ବ୍ୟାଟିଂର ପ୍ରଶଂସା କଲେ ସଚିନ୍‌, ଟ୍ୱିଟ୍ କରି କହିଲେ ଏଭଳି


ଭାରତ ଓ ଇଂଲଣ୍ଡ ଭିତରେ ଏଜବାଷ୍ଟନ୍‌ରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ରିଷଭ ପନ୍ତ ଦେଖାଇଛନ୍ତି କମାଲ। ଇଂଲଣ୍ଡ ବିପକ୍ଷରେ ପନ୍ତ ଦମଦାର ବ୍ୟାଟିଂ ଯୋଗେ ସମସ୍ତଙ୍କର ହୃଦୟ ଜିଣିପାରିଛନ୍ତି। ସେ ମାତ୍ର ୮୯ ବଲ୍‌ରେ ଶତକ କରିଥିଲେ। ଏହା ସହିତ ଟିମ୍‌କୁ ସଙ୍କଟରୁ ବାହାର କରିଥିଲେ। ତାଙ୍କର ଏହି ଧୂଆଁଧାର ବ୍ୟାଟିଂକୁ ଅନେକ ପ୍ରଶଂସା କରିଛନ୍ତି। ସବୁଠାରୁ ବଡ କଥା ହେଲା କ୍ରିକେଟର ଭଗବାନ ଓ ମହାନ ଖେଳାଳି ସଚିନ ତେନ୍ଦୁଲକର ପନ୍ତଙ୍କୁ ପ୍ରଶଂସା କରି ଟ୍ୱିଟ କରିଛନ୍ତି।

ପନ୍ତଙ୍କ ଧୂଆଁଧାର ବ୍ୟାଟିଂକୁ ମହାନ କ୍ରିକେଟର ସଚିନ୍ ତେନ୍ଦୁଲକର ଖୁବ୍ ପ୍ରଶଂସା କରିଛନ୍ତି। ସଚିନ ତେନ୍ଦୁଲକର ନିଜର ଟ୍ୱିଟରରେ ଲେଖିଛନ୍ତି, ସତରେ ଖୁବ୍ ଅଦ୍ଭୁତ ଇଂନିସ। ଏହାସହ ରବିନ୍ଦ୍ର ଜାଡେଜାଙ୍କୁ କହିଛନ୍ତି, ଖୁବ୍ ସୁନ୍ଦର, ରବିନ୍ଦ୍ର ଜାଡେଜାଙ୍କର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଇଂନିସ ରହିଛି। ଉଲ୍ଲେଖନୀୟ ଯେ, ଗୋଟିଏ ସମୟରେ ଦଳ ୧୦୦ ରନ୍‌ରେ ୫ ୱିକେଟ ହରାଇଥିବା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ସହ ମିଶି ପନ୍ତ ୬ ୱିକେଟରେ ୨୨୨ରନ୍‌ର ବଡ ପାର୍ଟନରସିପ୍ କରିଥିଲେ। ଭାରତକୁ ପ୍ରଥମ ଦିନ ୩୦୦ ରନ୍ ପାର କରାଇବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା।

ପ୍ରଥମ ଦିନ ଖେଳ ଶେଷ ହୋ ପର୍ଯ୍ୟନ୍ତ ଟିମ୍ ୭ ୱିକେଟ ହରାଇ ୩୩୮ ରନ୍ କରଥିଲା। ବର୍ତ୍ତମାନ ଜାଡେଜା ୮୩ ରନ୍ କରି ନଟଆଉଟ୍ ଅଛନ୍ତି। ତାଙ୍କ ସହ ପାର୍ଟନରସିପ୍ କରୁଛନ୍ତି ହହମ୍ମଦ ସାମି। ଖେଳିଛନ୍ତି। ଜାଡେଜା-ପନ୍ତ ନିଜର ଆକ୍ରାମକ ଇନିଂସ ଦମ୍ରେ ଟିମ୍ ଇଣ୍ଡିଆକୁ ଏକ ସମ୍ମାନସଜନକ ସ୍କୋର ପର୍ଯ୍ୟନ୍ତ ନେଇଯାଇଛନ୍ତି। ରିଷଭ ପନ୍ତ ଇଂଲଣ୍ଡ ବିପକ୍ଷରେ ନିଜର ତୃତୀୟ ଶତକ କରିଥିଲେ। ସେ ୧୪୬ ରନ୍‌ ଇନିଂସ ଖେଳିଥିଲେ।


Share It

Comments are closed.