ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଆସିଲା ବଡ଼ ଅପଡେଟ୍


ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ଆଘାତ (Rishabh Pant Injury Update) ସହ ଜଡିତ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ତାଙ୍କ ମସ୍ତିଷ୍କ ଓ ମେରୁଦଣ୍ଡର ଏମଆରଆଇ ରିପୋର୍ଟ ଡେରାଡୁନର ମ୍ୟାକ୍ସ ହସ୍ପିଟାଲ ଦ୍ୱାରା ଜାରି କରାଯାଇଛି । ଏହା ବ୍ୟତୀତ ତାଙ୍କ ଆଘାତ ସହ ଜଡିତ ସୂଚନା ମେଡିକାଲ ବୁଲେଟିନରେ ମଧ୍ୟ ସେୟାର କରାଯାଇଛି । ଶୁକ୍ରବାର ସକାଳେ ଉତ୍ତରାଖଣ୍ଡର ଋଡ଼କୀ ନିକଟରେ ଏକ ଭୟଙ୍କର କାର ଦୁର୍ଘଟଣାରେ ଋଷଭ ପନ୍ତ (Rishabh Pant) ଗୁରୁତର ଆହତ ହୋଇଥିଲେ ।

ଋଷଭ ପନ୍ତଙ୍କ ବ୍ରେନ ଓ ସ୍ପାଇନଲ କୋର୍ଡ ଅର୍ଥାତ ମସ୍ତିଷ୍କ ଓ ମେରୁଦଣ୍ଡର MRI ସ୍କାନ୍ କରାଯାଇଛି । ଏହାର ରିପୋର୍ଟ ହସ୍ପିଟାଲ ତରଫରୁ ଜାରି କରାଯାଇଛି । ତେବେ ପ୍ରଶଂସକଙ୍କ ପାଇଁ ଚିନ୍ତା କରିବାର କିଛି ନାହିଁ । ଋଷଭ ପନ୍ତଙ୍କ ମସ୍ତିଷ୍କ ଓ ମେରୁଦଣ୍ଡର MRI ରିପୋର୍ଟ ସ୍ୱାଭାବିକ ରହିଛି । ଯଦିଓ ସେ ଚେହେରାରେ ଆଘାତ, କ୍ଷତ ଏବଂ ସ୍କ୍ରାଚ୍ ଠିକ୍ କରିବା ପାଇଁ ପ୍ଲାଷ୍ଟିକ୍ ସର୍ଜରୀ କରାଯାଇଛି ।

କାର ଦୁର୍ଘଟଣାରେ ଋଷଭ ପନ୍ତଙ୍କ ଅନେକ ସ୍ଥାନରେ ଆଘାତ ଲାଗିଛି । ଯନ୍ତ୍ରଣା ଓ ଫୁଲା ଯୋଗୁଁ ତାଙ୍କ ଗୋଡ ଏବଂ ଆଣ୍ଠୁ ର ଏମଆରଆଇ ସ୍କାନ ଆସନ୍ତାକାଲି ଅର୍ଥାତ୍ ଶନିବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଦେହରାଡୁନ୍‌ର ମ୍ୟାକ୍ସ ହସ୍ପିଟାଲର ଡାକ୍ତରମାନେ ତାଙ୍କୁ ଆଣ୍ଠୁଗଣ୍ଠିର ଉପର ଆଘାତ ଲାଗିଥିବା କଥା କହିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ହସ୍ପିଟାଲ ତରଫରୁ ମେଡିକାଲ ବୁଲେଟିନ୍ ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ, ଋଷଭ ପନ୍ତଙ୍କ ଅବସ୍ଥା ସ୍ଥିର ଓ ସେ ସମ୍ପୂର୍ଣ୍ଣ ହୋଶରେ ଅଛନ୍ତି ।

ହସ୍ପିଟାଲ ଦ୍ୱାରା ଜାରି କରାଯାଇଥିବା ମେଡିକାଲ ବୁଲେଟିନରେ କୁହାଯାଇଛି ଯେ, ଋଷଭ ପନ୍ତଙ୍କ ଡାହାଣ ହାତ ଓ ଗୋଡରେ ଅନେକ କ୍ଷତ ଚିହ୍ନ ରହିଛି । କପାଳରେ ଓ ଆଖି ପାଖରେ କ୍ଷତ ଥିଲା । ଏହା ବ୍ୟତୀତ ପଛରେ ଅନେକ କ୍ଷତ ଚିହ୍ନ ମଧ୍ୟ ଥିଲା । ଶୁକ୍ରବାର ସକାଳେ ଋଷଭ ପନ୍ତ କାର୍‌ରେ ଦିଲ୍ଲୀରୁ ଋଡ଼କୀକୁ ନିଜ ମା’ଙ୍କୁ ଭେଟିବାକୁ ଯାଉଥିଲେ । ସେ ତାଙ୍କ ମା’ଙ୍କୁ ସରପ୍ରାଇଜ୍ ଦେବାକୁ ଚାହୁଁଥିଲେ କିନ୍ତୁ ଏହାପୂର୍ବରୁ ସେ ଋଡ଼କୀରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି ।

ସେପଟେ ଋଷଭ ପନ୍ତଙ୍କୁ ଯେଉଁଭଳି ଭାବରେ ଆଘାତ ଲାଗିଛି, ତାହା ଦେଖି ସେ କେତେ ଦିନ ପର୍ଯ୍ୟନ୍ତ ଖେଳ ପଡ଼ିଆରେ ସଂପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ କରିବାକୁ ସମର୍ଥ ହେବେ ତାହା କହିବା କଷ୍ଟକର । ତଥାପି ଏହା ନିଶ୍ଚିତ ଯେ ତାଙ୍କୁ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବା ପାଇଁ ୩ରୁ ୪ ମାସ ସମୟ ଲାଗିପାରେ । ଏଠାରେ କହି ରଖୁଛୁ ଯେ, ଗତକାଲି ଅର୍ଥାତ ଶୁକ୍ରବାର ସକାଳେ କାର ଦୁର୍ଘଟଣାରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଗୁରୁତର ଆହତ (Rishabh Pant Injured) ହୋଇଥିଲେ । ଦିଲ୍ଲୀ-ଦେହରାଡୁନ୍ ରାଜପଥରେ ଋଷଭ ପନ୍ତ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ଋଷଭ ପନ୍ତ ଦିଲ୍ଲୀରୁ ଋଡ଼କୀସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଡିଭାଇଡରକୁ ଯାଇ ଧକ୍କା ଲାଗିବା ପରେ ତାଙ୍କ କାର ଓଲଟି ପଡିଥିଲା ଓ କାରରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ଋଷଭ ପନ୍ତଙ୍କ ମର୍ସିଡିଜ୍ କାର୍ ପାଉଁଶ ହୋଇଯାଇଥିଲା । ଋଷଭ ପନ୍ତ (Rishabh Pant) କହିଛନ୍ତି ଯେ, ତାଙ୍କର ଆଖି ଲାଗିଯାଇଥିବା କାରଣରୁ ସେ କାର ଉପରେ ନିୟନ୍ତ୍ରଣ ହରାଇଥିଲେ । ଫଳରେ କାରଟି ଓଲଟି ପଡିଥିଲା ।


Share It

Comments are closed.