ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ‘ଏମ୍‌ଆଇ ଏମିରେଟ୍‌ସ’ ଓ ‘ଏମ୍‌ଆଇ କେପ୍ ଟାଉନ୍‌’ ଉନ୍ମୋଚିତ


ମୁମ୍ବାଇ : ମୁମ୍ବାଇ ଇଣ୍ଡିଆନ୍ସର ପୃଷ୍ଠପୋଷକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ମୁମ୍ବାଇ ଇଣ୍ଡିଆନ୍ସ ୱାନ୍ ପରିବାରରେ ସାମିଲ ହୋଇଥିବା ଦୁଇ ନୂଆ ଫ୍ରାଂଚାଇଜିର ନାମ ଓ ବ୍ରାଣ୍ଡ୍ ପରିଚୟ ଘୋଷଣା କରାଯାଇଛି । ୟୁଏଇ ଆନ୍ତର୍ଜାତିକ ଲିଗ୍ ଟି୨୦ରେ “ଏମ୍‌ଆଇ ଏମିରେଟ୍‌ସ’ ଓ କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଟି୨୦ ଲିଗ୍ ପାଇଁ “ଏମ୍‌ଆଇ କେପ୍ ଟାଉନ୍‌’ ନାମ ଘୋଷଣା କରାଯାଇଛି ଯାହା ଟିମ୍‌ର ଚର୍ଚ୍ଚିତ ନୀଳ ଓ ସୁବର୍ଣ୍ଣ ରଙ୍ଗର ଜର୍ସି ପରିଧାନ କରିବେ ।

ସଂପୃକ୍ତ ଅଂଚଳର ସ୍ଥାନ ଆଧାରରେ ଏହି ଦୁଇ ଟିମ୍‌ର ନାମକୁ ଏମ୍‌ଆଇ ଏମିରେଟ୍‌ସ ଓ ଏମ୍‌ଆଇ କେପ୍ ଟାଉନ୍ ଭାବେ ଚୟନ କରାଯାଇଛି । ଏମ୍‌ଆଇ ଏମିରେଟ୍‌ସ (ମାଇଁ ଏମିରେଟ୍‌ସ) ଓ ମାଇଁ କେପ୍ ଟାଉନ୍ ଉଭୟ ଏମରିରେଟ୍‌ସ ଓ କେପ୍ ଟାଉନ୍‌ର କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସମର୍ପିତ । ଏହି ଦୁଇ ନୂଆ ଫ୍ରାଂଚାଇଜି ପ୍ରସିଦ୍ଧ ମୁମ୍ବାଇ ଇଣ୍ଡିଆନ୍ସର ପରିଚୟକୁ ଗ୍ରହଣ କରିବେ ଏବଂ ସ୍ଥାନୀୟ ଭାବ ସହ ଯୋଡ଼ି ହୋଇରହିବେ । ୱାନ୍ ପରିବାରର ବିଶ୍ୱସ୍ତରୀୟ ସମ୍ପ୍ରସାରଣ ସହିତ ଏହି ଲିଗ୍‌ଗୁଡ଼ିକ ପାଇଁ କ୍ରିକେଟ୍ ଫ୍ରାଂଚାଇଜିରେ ସବୁଠୁ ପସନ୍ଦର ଟିମ୍‌ରେ ହେବାରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସହାୟକ ହୋଇଥିବା ନୈତିକତା ଓ ମୂଲ୍ୟବୋଧ ଆଣିବ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନିର୍ଦେଶିକା ଶ୍ରୀମତୀ ନୀତା ଏମ୍ ଅମ୍ବାନି କହିଛନ୍ତି ଯେ, “ଆମ ୱାନ ପରିବାରରେ ନୂତନ ଭାବେ ଯୋଡ଼ି ହୋଇଥିବା ଏମ୍‌ଆଇ ଏମିରେଟ୍‌ସ ଓ ଏମ୍‌ଆଇ କେପ୍ ଟାଉନ୍‌କୁ ସ୍ୱାଗତ କରି ମୁଁ ବେଶ ଆନନ୍ଦିତ । ଆମ ପାଇଁ ଏମ୍‌ଆଇ ହେଉଛି କ୍ରିକେଟ୍‌ଠାରୁ ଆହୁରି ବହୁତ କିଛି । ଏହା ସ୍ୱପ୍ନ ଦେଖିବାର ଦକ୍ଷତା, ନିର୍ଭିକ ରହିବା ଓ ଜୀବନରେ ସକାରାତ୍ମକ ଭାବ ରଖିବାର ପ୍ରତୀକ । ମୁଁ ନିଶ୍ଚିତ ଯେ ଉଭୟ ଏମ୍‌ଆଇ ଏମିରେଟ୍‌ସ ଓ ଏମ୍‌ଆଇ କେପ୍ ଟାଉନ୍ ସମାନ ନୈତିକତାକୁ ଗ୍ରହଣ କରିବେ ଏବଂ ଏମ୍‌ଆଇର ବିଶ୍ୱସ୍ତରୀୟ କ୍ରିକେଟ୍ ପରମ୍ପରାକୁ ଆହୁରି ଉଚ୍ଚ ସୋପାନରେ ପହଂଚାଇବେ ।’’
ଭାରତରେ କ୍ରିକେଟ୍ ଫ୍ରାଂଚାଇଜି, ଫୁଟ୍‌ବଲ୍ ଲିଗ୍‌ର ପୃଷ୍ଠପୋଷକତା, କ୍ରୀଡ଼ା ପ୍ରାଯୋଜନା, କନ୍‌ସଲ୍‌ଟାନ୍ସି ଏବଂ କ୍ରୀଡ଼ାବିତ ପ୍ରତିଭା ପରିଚାଳନା ଜରିଆରେ ଶିଳ୍ପର ଶ୍ରେଷ୍ଠ ପରମ୍ପରା ଓ ବ୍ୟବସ୍ଥା ଆଣି କ୍ରୀଡ଼ା ପରିବ୍ୟବସ୍ଥାର ଅଭ୍ୟୁଦୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ।

ବ୍ରାଣ୍ଡ୍ ପରିଚୟ ଉନ୍ମୋଚନ କରିବା ସହିତ ଉଭୟ ଟିମ୍‌ର ସୋସିଆଲ ମିଡିଆ ହାଣ୍ଡେଲ୍ ମଧ୍ୟ ସକ୍ରିୟ ହୋଇଛି । 


Share It

Comments are closed.