ସିବିଆଇ ନିକଟରେ ପୁଣି ହାଜିର ହେବେ ରିୟା ଚକ୍ରବର୍ତ୍ତୀ


ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ସିବିଆଇ ଯାଞ୍ଚ ଦ୍ରୁତ ଗତିରେ ଆଗକୁ ବଢ଼ିବାରେ ଲାଗିଛି। ଏହି କ୍ରମରେ ସିବିଆଇ ଶୁକ୍ରବାର ଦିନ ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ଡକାଇ ତାଙ୍କୁ ପଚରାଉଚରା କରିଥିଲା। ରିୟାଙ୍କୁ ସିବିଆଇ ପଚରାଉଚରା ପ୍ରାୟ ୧୦ଘଣ୍ଟା ଧରି ଚାଲିଥିଲା, ଯେଉଁଥିରେ ଏହି ମାମଲା ସହ ଜଡିତ ସମସ୍ତ ପ୍ରଶ୍ନ କରାଯାଇଥିଲା। ତଥାପି ସରିଲାନଥିଲା ପଚରାଉଚରା। ଆଜି (ଶନିବାର ) ପୁଣି ଜେରା ପାଇଁ ରିୟାଙ୍କୁ ଡକାଯାଇଛି ସିବିଆଇ। ମୁମ୍ବାଇ ଡିଆରଡିଓ ଗେଷ୍ଟ୍ ହାଉସରେ ହାଜର ହୋଇସାରିଛନ୍ତି ରିୟା ଚକ୍ରବର୍ତ୍ତୀ। ସୂଚନାଯୋଗ୍ୟ ଯେ, ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅସ୍ଵାଭାବିକ ମୃତ୍ୟୁ ମାମଲାରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ଶୁକ୍ରବାର ଜେରା କରିଥିଲା। ଯାଞ୍ଚ ଏଜେନ୍ସି ଏ ପର୍ଯ୍ୟନ୍ତ ସୁଶାନ୍ତଙ୍କ ସହ ଜଡିତ ଗୁରୁତ୍ଵପୂର୍ଣ୍ଣ ବ୍ୟକ୍ତି ବିଶେଷଙ୍କୁ ଜେରା କରିଛି। ସିବିଆଇ ରିୟାଙ୍କୁ ଜେରା କରିଥିଲା। ସୂତ୍ର ଅନୁଯାୟୀ ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ୧୦ ପ୍ରଶ୍ନ ପଚାରିଥିଲା। ଅପରପକ୍ଷେ ସୁଶାନ୍ତଙ୍କ ପ୍ରଶଂସକ ଲଗାତାର ରିୟାଙ୍କ ଗିରଫଦାରୀ ଦାବି କରି ଏଜେନ୍ସି ଉପରେ ଚାପ ପକାଉଛନ୍ତି। ଜେରା ବେଳେ ସିବିଆଇ ରିୟାଙ୍କୁ ଅନେକ ପ୍ରଶ୍ନ ପଚାରିଥିବା ସୂଚନା ମିଳିଛି । ମିଡିଆ ରିପୋର୍ଟ ଅନୁସାରେ, ରିୟାଙ୍କ ପଚରାଉଚରା ପାଇଁ ସିବିଆଇ ଅନେକ ପ୍ରଶ୍ନ ପ୍ରସ୍ତୁତ କରିଥିଲା । ସୁଶାନ୍ତଙ୍କ ସହ ରିୟାଙ୍କ କେବେ ଦେଖା ସାକ୍ଷାତ ହେଲା କେଉଁଠି ହେଲା, ୟୁରୋପ ଟ୍ରିପରେ ଉଭୟ କେବେ ଯାଇଥିଲେ, ଏହି ଟ୍ରିପରେ କୌଣସି ପରିବାର ସଦସ୍ୟ ଥିଲେ ନା ନାହିଁ ଏହି ସବୁ ରିୟାଙ୍କୁ ପଚରାଯାଇଛି । ଏପରିକି କେବେ ନୂଆ ଆପାର୍ଟମେଣ୍ଟକୁ ରିୟା ଆସିଲେ, ସୁଶାନ୍ତଙ୍କ ସହ ରିୟା ପାର୍ଟିକୁ ଯାଉଥିଲେ ନା ନାହିଁ, ପରିବାର ସହ ସମ୍ପର୍କ କିପରି ଥିଲା ବାବଦରେ ମଧ୍ୟ ଅନେକ ଗୁଡେଇତୁଡେଇ ପ୍ରଶ୍ନ କରିଥିଲା ସିବିଆଇ ।


Share It

Comments are closed.