ସିବିଆଇ ତଦନ୍ତ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ରିୟା, କହିଲେ ମୁଁ ନିର୍ଦ୍ଦୋଷ


ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇପଡିଥିବା ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପ୍ରଥମ ଥର ପାଇଁ ଏହି ଘଟଣାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ରିୟା ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ତାଙ୍କୁ ନେଇ ଯେଉଁଭଳି ଆଲୋଚନା ଚାଲିଛି ସେଥିରେ କୌଣସି ସତ୍ୟତା ନାହିଁ ବୋଲି ସେ କହିଛନ୍ତି । ରିୟା ଏକ ସାକ୍ଷାତକାରରେ ସେହି ୟୁରୋପ ଟ୍ରିପ ସଂପର୍କରେ ମଧ୍ୟ ମୁହଁ ଖୋଲିଛନ୍ତି, ଯେବେଠାରୁ ସୁଶାନ୍ତ ପ୍ରତ୍ୟାବର୍ତ୍ତନ କରିବା ପରେ ନିଜକୁ ସଂପୂର୍ଣ୍ଣ ବଦଳାଇ ଦେଇଥିଲେ ବୋଲି ଚର୍ଚ୍ଚା ଲାଗି ରହିଥିଲା । ରିୟା କହିଛନ୍ତି ଯେ, ସେ ସୁଶାନ୍ତଙ୍କ ଟଙ୍କାରେ ବଞ୍ଚୁ ନଥିଲେ ଏବଂ ଉଭୟ ଏକ କପୁଲ ଋପେ ସର୍ବଦା ରହୁଥିଲେ । ରିୟା କହିଛନ୍ତି ଯେ, ସେ ସୁଶାନ୍ତଙ୍କୁ ଖୁବ ଭଲ ପାଉଥିଲେ ଏବଂ ତାଙ୍କ ପାଖରେ ତଦନ୍ତ ଏଜେନ୍ସିକୁ ନୁଚାଇବାର କିଛି ନାହିଁ ।

ଏକ ଗଣମାଧ୍ୟମ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ରିୟା କହିଛନ୍ତି ଯେ, “ୟୁରୋପ ଟ୍ରିପରେ ଯେତେବେଳେ ଆମେ ଯାଉଥିଲୁ ସେତେବେଳେ ସୁଶାନ୍ତ କହିଥିଲେ ଯେ, ମୋତେ ଫ୍ଲାଇଟରେ ବସିବାକୁ ବହୁତ ଡର ଲାଗେ । ଏଥି ପାଇଁ ସେ ଏକ ଔଷଧ ଖାଉଥିଲେ, ଯାହାର ନାମ ହେଉଛି ମୋଡାଫିନେଲ ଅଟେ । ଫ୍ଲାଇଟ ପୂର୍ବରୁ ସେ ଏହି ଔଷଧ ଖାଇଥିଲେ , କାରଣ ସେ ଔଷଧ ତାଙ୍କ ପାଖରେ ସର୍ବଦା ରହୁଥାଏ । ”

ସେ ଆହୁରୀ କହିଛନ୍ତି ଯେ, “ପ୍ୟାରିସରେ ମୋର ଗୋଟିଏ ସୁଟ ହେବାର ଥିଲା । ଏଥିପାଇଁ ଇଭେଣ୍ଟ ଅର୍ଗନାଇଜ କରିଥିବା କମ୍ପାନୀ ପକ୍ଷରୁ ଫ୍ଲାଇଟର ଟିକେଟ ଏବଂ ହୋଟେଲର ବୁକିଂ ହୋଇଥିଲା । କିନ୍ତୁ ସୁଶାନ୍ତଙ୍କ ଆଇଡିଆ ଥିଲା ଯେ, ଏହ ଅବସରରେ ୟୁରୋପ ଟ୍ରିପ କରି ନେବା ପାଇଁ । ସୁଶାନ୍ତ ଏହା ପରେ ଟିକେଟ କ୍ୟାନସେଲ କରାଇ ଦେଲେ ଏବଂ ନିଜ ଟଙ୍କାରେ ଫାଷ୍ଟ କ୍ଲାସ ଟିକେଟ ବୁକିଂ କରାଇ ଦେଲେ । ଏଥି ପାଇଁ ମୁଁ ତାଙ୍କୁ ମନା କରିଥିଲି ତୁମେ ବହୁତ ଟଙ୍କା ଖର୍ଚ୍ଚ କରୁଛ କାରଣ ଟ୍ରିପ ବହୁତ ଲମ୍ବା ଅଟେ । ଏହା ପରେ ଆମେ ପ୍ୟାରିସରେ ଲ୍ୟାଣ୍ଡ ହେଲୁ ଏବଂ ତିନି ଦିନ ଯାଏଁ ସୁଶାନ୍ତ ଘରୁ ବାହାରିଲେ ନାହିଁ । ଯିବା ପୂର୍ବରୁ ସେ ବହୁତ ଖୁସି ଥିଲେ । କିନ୍ତୁ ପ୍ୟାରିସରେ ପହଞ୍ଚିଲା ପରେ ସେ ଘରୁ ବାହାରି ନଥିଲେ । ସୁଇଜରଲ୍ୟାଣ୍ଡ ପହଞ୍ଚିବା ପରେ ସେ ଖୁସି ଥିଲେ, କିନ୍ତୁ ଆମେ ଯେତେବେଳ ହୋଟେଲରେ ପହଞ୍ଚିଲୁ ସେତେବେଳେ ଆମ ହୋଟେଲ ରୁମ ଏକ ଭିନ୍ନ ପ୍ରକାରର ଷ୍ଟ୍ରକଚର ଥିଲା । ସୁଶାନ୍ତ କହିଲେ କି ଏଠାରେ କିଛି ଅଛି, କିନ୍ତୁ ମୁଁ କହିଲେ ଏହା ତୁମର ଖରାପ ସ୍ୱପ୍ନ ହୋଇପାରେ । ଏହା ପରଠାରୁ ସୁଶାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଲା ଏବଂ ସେ ରୁମରୁ ବାହାରିଲା ନାହିଁ । ”

ସେ ଆଗକୁ କହିଛନ୍ତି , ସୁଶାନ୍ତଙ୍କ ସହ ୨୦୧୩ରେ କିଛି ଘଟିଥିଲା, ସେଥିପାଇଁ ତାଙ୍କ ସହ ଡିପ୍ରେସନ ଭଳି ଘଟଣା ଘଟିଥିଲା । ସେହି ସମୟର ସେ ସାଇକ୍ୟାଟ୍ରିକଙ୍କ ସହ ସାକ୍ଷାତ କରିଥିଲେ, ଯାହାଙ୍କର ନାମ ହ୍ୟାରିଶ ସେଟ୍ଟୀ ଅଟେ ।


Share It

Comments are closed.