ଜୁନ ତ୍ରୈମାସିକରେ ଖୁଚୁରା ଋଣ ଅଭିବୃଦ୍ଧି ମନ୍ଥର: ଟ୍ରାନ୍ସୟୁନିୟନ ସିବିଲ


ଭୁବନେଶ୍ୱର: ଆର୍ôଥକ ଅନୁଷ୍ଠାନଗୁଡ଼ିକ ଋଣ ଯୋଗାଣ କଡ଼ାକଡ଼ି କରିବାରୁ ଜୁନ ସୁଦ୍ଧା ଶେଷ ତ୍ରୈମାସିକରେ ଭାରତର ଖୁଚୁରା ଋଣ ଅଭିବୃଦ୍ଧି ମନ୍ଥର ହୋଇଛି। ବିଶେଷ କରି କ୍ରେଡିଟ କାର୍ଡ, କଂଜ୍ୟୁମର ଡ୍ୟୁରେବଲ ଋଣ ଓ ବ୍ୟକ୍ତିଗତ ଋଣ ମନ୍ଥର ହୋଇଛି ବୋଲି ଟ୍ରାନ୍ସୟୁନିୟନ ସିବିଲର କ୍ରେଡିଟ ମାର୍କେଟ ଇଣ୍ଡିକେଟର ରିପୋର୍ଟରୁ ଜଣାପଡ଼ିଛି।
ଋଣ ବଜାରରେ ହେଉଥିବା ପରିବର୍ତନକୁ ଜାଣିବା ଲାଗି ମାସିକ ଭିତିରେ ବିଭିନ୍ନ ତଥ୍ୟକୁ ବିଶ୍ଳେଷଣ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଉଛି। ଏଥିପାଇଁ ଯୋଗାଣ, ଚାହିଦା, ଗ୍ରାହକଙ୍କ ଆଚରଣ ଓ ପ୍ରଦର୍ଶନ ବିଚାରକୁ ନିଆଯାଉଛି। ଜୁନ ତ୍ରୈମାସିକରେ କ୍ରେଡିଟ ମାର୍କେଟ ଇଣ୍ଡିକେଟର ୧୦୧ ରହିଛି। ୨୦୨୨ ଜୁନ ପରଠାରୁ ଏହି ଇଣ୍ଡିକେଟର ଲଗାତାର ଭାବେ ୧୦୦ରୁ ଅଧିକ ରହୁଛି।
ଏହି ରିପୋର୍ଟ ସମ୍ପର୍କରେ ଟ୍ରାନ୍ସୟୁନିୟନ ସିବିଲର ଏମଡି ଓ ସିଇଓ ରାଜେଶ କୁମାର କହିଛନ୍ତି ଯେ, ‘ନିୟମିତ ବ୍ୟବଧାନରେ ଆସୁଥିବା ନିୟାମକ ମାର୍ଗଦର୍ଶନ ଓ ଉଚ୍ଚ ଋଣ ଜମା ଅନୁପାତ ପାଇଁ ଖୁଚୁରା ଋଣ ଅଭିବୃଦ୍ଧିରେ ମନ୍ଥରତା ପରିଲକ୍ଷିତ ହୋଇଛି। ଖୁଚୁରା ଅଭିବୃଦ୍ଧିର ପରବର୍ତୀ ପର୍ଯ୍ୟାୟକୁ ବଜାୟ ରଖିବା ଲାଗି ଋଣପ୍ରଦାନକାରୀମାନଙ୍କୁ ବିପଦ କ୍ଷେତ୍ରରେ ଥିବା ଯୋଗ୍ୟ ଗ୍ରାହକଙ୍କୁ ଚିହ୍ନଟ କରି ସେମାନଙ୍କୁ ଋଣ ଯୋଗାଣ କରିବାକୁ ପଡ଼ିବ। ’’
ରିପୋର୍ଟ ଅନୁସାରେ ଜୁନ ତ୍ରୈମାସିକରେ ଗୃହ ଋଣରେ ୯ ପ୍ରତିଶତ ହ୍ରାସ ଘଟିଥିବା ବେଳେ କ୍ରେଡିଟ କାର୍ଡରେ ସେହି ହାର ୩୦ ପ୍ରତିଶତ ରହିଛି। ଦୁଇଚକିଆ ଯାନ ଋଣ ଏକମାତ୍ର କ୍ଷେତ୍ର ଯାହା ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିଛି।
ଗତ ପାଂଚ ବର୍ଷ ମଧ୍ୟରେ ଋଣ ପାଇଁ ନୂଆ ଗ୍ରାହକଙ୍କ ସଂଖ୍ୟା ଲଗାତାର ଭାବେ ହ୍ରାସ ପାଉଛି। ୨୦୨୩ ଜୁନ ତ୍ରୈମାସିକରେ ସେମାନଙ୍କ ଯୋଗଦାନ ହାର ୧୬ ପ୍ରତିଶତ ଥିବା ବେଳେ ୨୦୨୪ ଜୁନ ତ୍ରୈମାସିକରେ ତାହା ୧୨ ପ୍ରତିଶତକୁ ଖସିଆସିଛି। ତେଣୁ ଋଣ ପାଇଁ ନୂଆ ଗ୍ରାହକମାନଙ୍କ ପାଖରେ ଋଣ ପହଂଚାଇବା ଲାଗି ଋଣପ୍ରଦାନକାରୀମାନଙ୍କ ପାଖରେ ବିଶେଷ ସୁଣୁଯୋଗ ଥିବା ଏହା ଜଣାଉଛି।
ଏ ସମ୍ପର୍କରେ ଶ୍ରୀ କୁମାର କହିଛନ୍ତି ଯେ, ‘ସୂଚନା ଆନାଲିଟିକ୍ସ ଓ ପ୍ରଯୁକ୍ତି ଭିତିକ ସମାଧାନ ଉପଯୋଗ କରି ଋଣ ପାଇଁ ନୂଆ ଗ୍ରାହକଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଋଣ ପ୍ରଦାନ କରି ସ୍ଥାୟୀ ଋଣ ଅଭିବୃଦ୍ଧି ହାସଲ କରାଯାଇପାରିବ। ଟ୍ରାନ୍ସୟୁନିୟନ ସିବିଲ ରିପୋର୍ଟରୁ ଜଣାପଡ଼ିଛି ଯେ ନୂତନ ଭାବେ ଋଣ ଖାତା ଖୋଲୁଥିବା ଗ୍ରାହକଙ୍କ ବିଶ୍ୱସନୀୟତା ହାର ଅଧିକ। ୪୮ ପ୍ରତିଶତ ନୂଆ ଗ୍ରାହକ ସେହି ସମାନ ସଂସ୍ଥାରେ ବର୍ଷକ ଭିତରେ ଦ୍ୱିତୀୟ ଋଣ ଖାତା ଖୋଲୁଛନ୍ତି।


Share It

Comments are closed.