ଇନଷ୍ଟାଗ୍ରାମ୍‌ରେ ଡିଲିଟ୍‌ ହୋଇଥିବା ଫଟୋକୁ କିପରି କରିବେ ରିଷ୍ଟୋର, ଜାଣନ୍ତୁ


ସୋସିଆଲ ମିଡିଆର ଲୋକପ୍ରିୟ ଆପ୍‌ ଇନଷ୍ଟାଗ୍ରାମ୍‌ । ଯାହା ବର୍ତ୍ତମାନ ଯୁବପିଢିଙ୍କ ପାଇଁ ଟ୍ରେଣ୍ଡ ପାଲଟିଛି । ଯାହାକୁ ଦେଖିବ ଇନଷ୍ଟାଗ୍ରାମରେ ଲାଗି ରହୁଛନ୍ତି। କିଏ ଫଟୋ ଉଠାଉଛି ତ ଆଉ କିଏ ଭିଡିଓ ପ୍ରସ୍ତୁତ କରୁଛି । ହେଲେ ଯେତେବେଳେ ଆପଣ କୌଣସି ଫଟୋକୁ ଇନଷ୍ଟାଗ୍ରାମରୁ ଆପଣ ଡିଲିଟ୍‌ କରିଦେଇଥିବେ । ହେଲେ ତାହାକୁ ରିଷ୍ଟୋର ତଥା ଫେରାଇ ଆଣି ପାରୁନଥିବେ। ଏହି ସମୟରେ ଆପଣଙ୍କ ମନରେ ଭାବୁଥିବା କାହିଁକି ଡିଲିଟ୍‌ କଲି । କିନ୍ତୁ ଏହି ସମସ୍ୟାର ମଧ୍ୟ ସମାଧାନ ଅଛି । ଆକାଉଣ୍ଟରୁ ଡିଲିଟ୍‌ ହୋଇଥିବା ଫଟୋ ଗୁଡିକୁ ରିଷ୍ଟୋର ମଧ୍ୟ କରିପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିପରି କରିବେ ।

କିପରି କରିବେ ରିଷ୍ଟୋର–

୧- ସର୍ବପ୍ରଥମେ ଇନଷ୍ଟାଗ୍ରାମ ଖୋଲିବେ ନିମ୍ନ ଆସୁଥିବା ଡାହାଣ ପାର୍ଶ୍ୱରେ ପ୍ରୋଫାଇଲ୍ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ।

୨-ବର୍ତ୍ତମାନ ଆପଣ ଉପର ଡାହାଣ କୋଣରେ ମୋର୍‌ର ଅପସନ୍ ଆସିବ । ଏହା ଉପରେ ଟ୍ୟାପ୍‌ କରି ସେଟିଂକୁ ଯାଆନ୍ତୁ ।

୩-ଏହାପରେ ଆକାଉଣ୍ଟ୍ ଉପରେ ଟ୍ୟାପ୍ କରିବେ । ଯାହା ବର୍ତ୍ତମାନ ଡିଲିଟ୍ ହୋଇଥିବା ଫଟୋ ଗୁଡିକ ଦେଖାଇବ । ପରେ ତାଉପରେ ଟ୍ୟାପ୍ କରନ୍ତୁ । ଏହା କରିବା ବେଳେ ଧ୍ୟାନ ଦେବା ଉଚିତ୍‌ କି ଯଦିକୌଣସି କଣ୍ଟେଣ୍ଟ ଡିଲିଟ୍‌ କରିନାହାଁନ୍ତି, ତେବେ ଆପଣଙ୍କୁ ଏହି ଅପସନ୍‌ ଦେଖାଇବ ନାହିଁ ।

୪-ତେବେ ଶୀର୍ଷରେ ଥିବା ସେହି କଣ୍ଟେନଟ୍‌ ଉପରେ ଟ୍ୟାପ୍‌ କରନ୍ତୁ । ଯାହାକୁ ଆପଣ ପୁନଃ ରିଷ୍ଟୋର କିମ୍ବା ଡିଲିଟ୍‌ କରିବାକୁ ଚାହୁଁଥିବେ। ଯେପରିକି ପ୍ରୋଫାଇଲ୍ ପୋଷ୍ଟ, ଭିଡିଓ, ରିଲ୍, ଏବଂ ଷ୍ଟୋରିଜ୍।

୫-ବର୍ତ୍ତମାନ ଉପର ଡାହାଣ ପାର୍ଶ୍ୱରେ ମୋର୍‌ର ଅପସନ୍‌ ଉପରେ ଟ୍ୟାପ୍ କରନ୍ତୁ, ତାପରେ ରିଷ୍ଟୋର-ଟୁ ପ୍ରୋଫାଇଲ୍ , ରିଷ୍ଟୋର-ଟୁ-ରିଷ୍ଟୋର କଣ୍ଟେନ୍‌ଟ୍‌ , ଡିଲିଟ୍‌ ଇଟ୍‌ ଉପରେ ଟ୍ୟାପ୍‌ କରନ୍ତୁ । ​​

 


Share It

Comments are closed.