ବର୍ତମାନ ସମୟରେ ଫୋନପେକୁ ନେଇ ଏହାର ନ୍ୟାସନାଲ ସେଲ୍ସ ନିର୍ଦ୍ଦେଶକ ଶ୍ରୀ ବିକାଶ ପୁନିଆଙ୍କ ମତାମତ


ଭୁବନେଶ୍ୱର: ଫୋନପେ ଭାରତର ଏକ ଅଗ୍ରଣୀ ଡିଜିଟାଲ ପେମେଂଟ ପ୍ଲାଟଫର୍ମଗୁଡ଼ିକ ମଧ୍ୟରୁ ଅନ୍ୟତମ । ଯେହେତୁ ବର୍ତମାନ ମହାମାରୀ ଯୋଗୁଁ ଅନେକ କ୍ଷେତ୍ର ବିଶେଷ ରୂପେ ପ୍ରଭାବିତ ମଧ୍ୟ ହୋଇଛନ୍ତି । ତେଣୁ ଏହି ପରିପ୍ରେକ୍ଷୀରେ ଫୋନପେର ନ୍ୟାସନାଲ ସେଲ୍ସ ଡାଇରେକ୍ଟର ଶ୍ରୀ ବିକାଶ ପୁନିଆଙ୍କୁ ଫୋନପେର ସ୍ଥିତିକୁ ନେଇ ଅନେକ ପ୍ରଶ୍ନ ପଚରାଯାଇଛି । ଏହାକୁ ନେଇ ଶ୍ରୀ ବିକାଶ ନିଜର ପ୍ରତିକ୍ରୟା ରଖିଛନ୍ତି । ସେ କହିଛନ୍ତି ବର୍ତମାନ ସମୟରେ ଡିଜିଟାଲ ପେମେଂଟ ଯଥେଷ୍ଟ ବୃଦ୍ଧି ପାଇଛି । ତେଣୁ ଲୋକମାନଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ପେମେଂଟକୁ ଗ୍ରହଣ କରାଯାଇଥିବାରୁ ଆମର ନୂତନ ଉପଭୋକ୍ତାଙ୍କ ଅଧିଗ୍ରହଣ ୫୦୫ ବୃଦ୍ଧି ପାଇଥିଲା । ରିଚାର୍ଜ ଓ ବିଲ ପେମେଂଟ କ୍ଷେତ୍ରରେ ଅତ୍ୟଧିିକ ବୃଦ୍ଧି ଦେଖିବାକୁ ମିଳିଥିଲା । ରିଚାର୍ଚ/ ଡିଟିଏଚ ବିଭାଗରେ ୫୦%ରୁ ଅଧିକ ଟ୍ରାଞ୍ଜାକ୍ସନ ଦେଖିବାକୁ ମିଳିଥିଲା ।
କମ୍ପାନୀ ପକ୍ଷରୁ କର୍ମଚାରୀଙ୍କ ସୁବିଧା ପାଇଁ ୧୦,୦୦୦ରୁ ଉଦ୍ଧ୍ୱ କର୍ମଚାରାୀଙ୍କୁ ଘରୁ ରହି କାର୍ଯ୍ୟ କରିବାର ସୁବିଧା ଯୋଗାଇଦିଆଛି । ଏହାଛଡ଼ା କର୍ମଚାରୀଙ୍କୁ କୋଭିଡ-୧୯ ପାଇଁ ବୀମା ଏବଂ ଷ୍ଟାଫଙ୍କ ସୁରକ୍ଷା ପାଇଁ ମାସିକ ବଜେଟ ମଧ୍ୟ ବଂଟନ କରାଯାଇଛି । ସେହିଭଳି କୋଭିଡ-୧୯ ସମୟରେ ଏହାର ଅଫଲାଇନ ସେଲ୍‌ସ ଟିମ ସମେତ ଅନ୍ୟାନ୍ୟ କୌଣସି କର୍ମଚାରୀଙ୍କୁ ମଧ୍ୟ ଚାକିରିରୁ ବାହାର କରାଯାଇନଥିବା ଶ୍ରୀ ବିକାଶ ପ୍ରକାଶ କରିଛନ୍ତି । ଦୋକାନକୁ ଅଳ୍ପ ସଂଖ୍ୟକ ଗ୍ରାହକ ଆସୁଥିବା ସତ୍ୱେ ମଧ୍ୟ ଦୋକାନ ଖୋଲିବାର ଅନୁମତି ଥିବାରୁ ସେହି କ୍ଷେତ୍ରରେ ହାରାହାରି ଟ୍ରାଞ୍ଜାକ୍ସନ ୮୦-୧୦୦% ବୃଦ୍ଧି ପାଇଥିବା ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଲକଡାଉନ ସମୟରେ ଦୋକାନ ଖୋଲା ରହିଛି ନା ନାହିଁ କିମ୍ବା ହୋମ ଡେଲିଭରୀ ପାଇପାରିବେ କି ନାହିଁ ତାହାକୁ ନେଇ ଗ୍ରାହକଙ୍କ ମନରେ ଅନେକ ପ୍ରଶ୍ନ ରହିଥିଲା । ଏହାର ସମାଧାନ ପାଇଁ ଏହାର ଷ୍ଟୋର ବିଭାଗରେ “କରେଂଟଲି ଅପରେସନାଲ” ଓ “ହୋମ ଡେଲିଭରୀ” ଭଳି ଦୁଇଟି ଫିଚର ଆରମ୍ଭ କରାଯାଇଛି । ସେହିଭଳି ଫୋନପେର ଷ୍ଟୋର ପେଜରେ “ନାଓ ପେ” ଫିଚର ମଧ୍ୟ ଆରମ୍ଭ କରାଯାଇଛି, ଯେଉଁଥିରେ ଦୂରରେ ଥାଇ ମଧ୍ୟ କୌଣସି କ୍ୟୁଆର କୋଡ଼ ସ୍କାନ ବିନା ମଧ୍ୟ ଆପ ମଧ୍ୟରେ ପେମେଂଟ କରାଯାଇପାରୁଛି । ଏହି ଫଚରଗୁଡ଼ିକ ଆରମ୍ଭ ହେବା ପରଠାରୁ ଏହାର ଷ୍ଟୋର ପେଜର ଗତିବିଧିରେ ତିନିଗୁଣ ବୃଦ୍ଧି ଦେଖିବାକୁ ମିଳିଥିବାବେଳେ ଏହାର ପ୍ଲାଟଫର୍ମରେ ଦ୍ରେନିକ ଟ୍ରାଫିକରେ ୫୦% ବୃଦ୍ଧି ଘଟଥିବା ସେ କହିଛନ୍ତି ।
ୟୁପିଆଇ ଟ୍ରାଞ୍ଜାକ୍ସନକୁ ନେଇ ଶ୍ରୀ ବିକାଶ କହିଛନ୍ତି ଯେ ଫୋନପେର ପ୍ରାୟ ୪୦% ୟୁପିଆଇ ଟ୍ରାଞ୍ଜାକ୍ସନ ସଂଚାଳିତ ହୋଇଥାଏ । ଆଉ ବ୍ୟବସାୟୀ ଟ୍ରାଞ୍ଜାକ୍ସନ କ୍ଷେତ୍ରରେ ଏହାର ସବୁଠାରୁ ବଡ଼ ମାର୍କେଟ ସେୟାର ରହିଛି । ଏହାର ଶୀର୍ଷ ରାଜ୍ୟମାନଙ୍କ ମଧ୍ୟରୁ ଓଡ଼ିଶା ଅନ୍ୟତମ । ଫୋନପେ ସବୁବେଳେ ନିଜ ଗ୍ରାହକଙ୍କ ପ୍ରମୁଖ ସମସ୍ୟାର ସମାଧାନ କରିବାକୁ ଲକ୍ଷ ରଖିଥାଏ ଏବଂ ଏଥିପାଇଁ ଏହାଗତ କିଛି ମାସ ମଧ୍ୟରେ ଅନେକ ସହଜ ଆବିଷ୍କାର କରିବା ସହିତ ଏକାଧିକ ଫିଚରର ଶୁଭାରମ୍ଭ କରିଛି ଯାହାକି ସ୍ଥାନୀୟ ବ୍ୟବସାୟୀଙ୍କ ପାଇଁ ସକ୍ଷମ ଅଟେ । ଏହାଛଡ଼ା ଏହାଦ୍ୱାରା ଗ୍ରାହକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପୂରଣ କରିବା ସହିତ ସେମାନଙ୍କୁ ଆକୃଷ୍ଟ କରିବାରେ ମଧ୍ୟ ସଫଳ ହୋଇଛି ବୋଲି ଶ୍ରୀ ବିକାଶ ପ୍ରକାଶ କରିଛନ୍ତି ।


Share It

Comments are closed.