ଟିପିଏନ୍ଓଡିଏଲ୍ ପକ୍ଷରୁ ଆସନ୍ତା ୧୪ରେ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ

Share It

ଟିପିଏନ୍ଓଡିଏଲ୍ ପକ୍ଷରୁ ରାଷ୍ଟ୍ରୀୟ ଲୋକ ଅଦାଲତ ତଥା ସମାଧାନ ଶିବିର ଆସନ୍ତା ମାର୍ଚ୍ଚ ୧୪ ତାରିଖ ଶନିବାର ଦିନ ଡିଭିଜନ, ସବ-ଡିଭିଜନ କାର୍ଯ୍ୟାଳୟ ଏବଂ କଚେରୀ ପରିସରରେ ଅନୁଷ୍ଠିତ ହେବ। ଏଥିରେ ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର ବିଦ୍ୟୁତ୍ ଉପଭୋକ୍ତାମାନେ ଅନଧିକୃତ ବିଦ୍ୟୁତ୍ ବ୍ୟବହାର ଏବଂ ବିଦ୍ୟୁତ୍ ଚୋରି ସମନ୍ଧୀୟ ମାମଲାଗୁଡ଼ିକର ଏକକାଳୀନ ସମାଧାନ କ୍ଷେତ୍ରରେ ସହାୟତା ପାଇପାରିବେ। ଏହି ଲୋକ ଅଦାଲତ ସକାଳ ୯ଟା ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ଉପଭୋକ୍ତାମାନେ ଅଧିକ ବିବରଣୀ ପାଇଁ ନିକଟସ୍ଥ ଟିପିଏନଓଡିଏଲ୍ ଉପଖଣ୍ଡ କିମ୍ବା ଡିଭିଜନ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
ପ୍ରବର୍ତ୍ତନ ଅଧିକାରୀ, ଆଇନ ବିଶେଷଜ୍ଞ ଓ ଉପଭୋକ୍ତା ସହାୟତା କର୍ମଚାରୀମାନଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍ ଲୋକ ଅଦାଲତରେ ଉପସ୍ଥିତ ରହି ଉପଭୋକ୍ତାମାନଙ୍କୁ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବେ । ଉପଭୋକ୍ତାମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚି ମାର୍ଗଦର୍ଶନ ଓ ସହାୟତା ପାଇପାରିବେ। ଟିପିଏନ୍ଓଡିଏଲ୍ ର ଏଭଳି ପଦକ୍ଷେପ ଦାୟିତ୍ୱପୂର୍ଣ୍ଣ ବିଜୁଳି ବ୍ୟବହାରକୁ ପ୍ରୋତ୍ସାହିତ କରିବା ସହ କାର୍ଯ୍ୟାନ୍ୱୟନ ସମ୍ୱନ୍ଧୀୟ ମାମଲାଗୁଡ଼ିକର ସମାଧାନକୁ ଶୃଙ୍ଖଳିତ କରିବାରେ ସହାୟକ ହେବ । ବିଜୁଳି ବ୍ୟବହାରରେ ସ୍ୱଚ୍ଛତା ଓ ନିୟମିତତା ରକ୍ଷା ହେବା ସହ ଉପଭୋକ୍ତା ଅନୁକୂଳ ବ୍ୟବସ୍ଥା ସ୍ଥାପିତ ହୋଇପାରିବ । ସେହିପରି ବିଦ୍ୟୁତ୍ ଚୋରିରୁ ନିବୃତ ରହିବାକୁ ମଧ୍ୟ ଉପଭୋକ୍ତାମାନଙ୍କୁ ଟିପିଏନଓଡ଼ିଏଲ ପରାମର୍ଶ ଦେଇଛି।


Share It

Comments are closed.