ବ୍ରାହ୍ମଣୀପାଳସ୍ଥିତ ଫେରୋ ଆଲଏଜ୍ ପ୍ଲାଣ୍ଟରେ ସାଧାରଣତନ୍ତ୍ର ଦିବସ ପାଳିତ

Share It

 

ବ୍ରାହ୍ମଣୀପାଳସ୍ଥିତ ଫେରୋ ଆଲଏଜ୍ ପ୍ଲାଣ୍ଟ (ଏଫଏପି) ପକ୍ଷରୁ ଗର୍ବ ଏବଂ ଦେଶପ୍ରେମର ଉତ୍ସାହ ସହିତ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ସମାରୋହରେ ପ୍ଲାଣ୍ଟର ମୁଖ୍ୟ ଆଦର୍ଶ ଅଗ୍ରୱାଲ, କର୍ମଚାରୀ ଏବଂ ଭେଣ୍ଡର ପାର୍ଟନରଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ସମୂହ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।

ଏହି ଅବସରରେ, ନିଜର କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ଅସାଧାରଣ ସାହସିକତା ପ୍ରଦର୍ଶନ କରିଥିବା କେତେକ ସୁରକ୍ଷା କର୍ମୀଙ୍କୁ ସମ୍ମାନିତ କରାଯାଇଥିଲା। ଦେଶ ତଥା ସଂସ୍ଥା ପ୍ରତି ନିଜର ଦାୟିତ୍ୱ ସୁଚାରୁରୂପେ ନିର୍ବାହ କରିବା ପାଇଁ କର୍ମଚାରୀମାନଙ୍କ ଶପଥ ପାଠ ସହିତ ଏହି ଉତ୍ସବ ସମାପ୍ତ ହୋଇଥିଲା।


Share It

Comments are closed.