ଚିଦାମ୍ବରମଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁରୀ କଲେ ସୁପ୍ରିମ କୋର୍ଟ


ସୁପ୍ରିମ କୋର୍ଟ ପକ୍ଷରୁ ଆଜି ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଆଇଏନଏକ୍ସ ମିଡିଆ ମାମଲାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛି । ଚିଦାମ୍ବରମ ଦୀର୍ଘ ୧୦୫ ପର୍ଯ୍ୟନ୍ତ ଜେଲରେ ବନ୍ଦୀ ଥିଲେ । ତାଙ୍କୁ ସିବିଆଇ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ୨୧ ଅଗଷ୍ଟରେ ଗିରଫ କରିଥିବାବେଳେ ଅନ୍ୟପଟେ ଇଡି ପକ୍ଷରୁ ତାଙ୍କୁ ୧୬ ଅକ୍ଟୋବରରେ ଗିରଫ କରାଯାଇଥିଲା । ସିବିଆଇ ଏବଂ ଇଡି ଭଳି ଦୁଇଟି ମାମଲାରେ ଜାମିନ ମିଳିବା ପରେ ଚିଦାମ୍ବରମ ଖୁବ ଶୀଘ୍ର ଜେଲରୁ ବାହାରିବାର ରାସ୍ତା ସ୍ପଷ୍ଟ ହୋଇ ସାରିଛି ।
ଏହି ମାମଲା ସଂପର୍କରେ ଶୁଣାଣି କରି ସୁପ୍ରିମ କୋର୍ଟ କହିଛି ଯେ, ଏହି ସମୟରେ ଚିଦାମ୍ବରମ କୌଣସି ସାକ୍ଷୀଙ୍କ ସଂପର୍କ ରଖିବା ପାଇଁ ଚେଷ୍ଟା କରିବେ ନାହିଁ । ଏହା ଛଡା ସେ ବିନା ଅନୁମତିରେ ବିଦେଶ ଯାତ୍ରା କରିପାରିବେ ନାହିଁ । ଚିଦାମ୍ବରମ ଏହି ମାମଲା ସଂପର୍କିତ କୌଣସି ବୟାନ ସାର୍ବଜନୀକ ଏବଂ ସାକ୍ଷାତକାରରେ ଦେଇ ପାରିବେ ନାହିଁ ।


Share It

Comments are closed.