ଭୁବନେଶ୍ୱରରେ ଶୁଭାରମ୍ଭ ହେଲା ‘ରିଲାଏନ୍ସ ସ୍ମାର୍ଟ ଷ୍ଟୋର’


ରିଲାଏନ୍ସ ରିଟେଲ ପକ୍ଷରୁ ଭୁବନେଶ୍ୱରର ନୂଆପଲ୍ଲୀସ୍ଥିତ ଇସକନ ମନ୍ଦିର ସମ୍ମୁଖରେ ଏହାର ନୂତନ ଷ୍ଟୋରର ‘ରିଲାଏନ୍ସ ସ୍ମାର୍ଟ’ର ଶୁଭାରମ୍ଭ କରାଯାଇଛି । ଏହି ଷ୍ଟୋରରେ ଆପଣ ଗୋଟିଏ ଛାତ ତଳେ ଫଳ ଏବଂ ପନିପରିବା ଠାରୁ ଆରମ୍ଭ କରି ତେଜରାତି, ଦୁଗ୍ଧଜାତୀୟ ପଦାର୍ଥ, ବାସନକୁସନ ଏବଂ ଘରୋଇ ଉପକରରଣ ଭଳି ଅନ୍ୟାନ୍ୟ ପଦାର୍ଥର ଏକ ବିସ୍ତୃତ ଶୃଙ୍ଖଳ ପାଇପାରିବେ । ଯାହାକି ଆପଣଙ୍କୁ ‘ୱାନ-ଷ୍ଟପ ସପିଙ୍ଗ’ର ଅନୁଭବ ପ୍ରଦାନ କରିବ ।
ଗ୍ରାହକଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରୁଥିବା ‘ରିଲାଏନ୍ସ ସ୍ମାର୍ଟ’ ବର୍ଷ ସାରାର କ୍ରୟ ଉପରେ ସୁନିଶ୍ଚିତ ୫ ପ୍ରତିଶତ ରିହାତି ପ୍ରଦାନ କରୁଥିବାବେଳେ ଅନ୍ୟପଟେ ୧୪୯୯ ଟଙ୍କାର ସର୍ବନିମ୍ନ କ୍ରୟ ଉପରେ ୧ କିଲୋ ଚିନିକୁ ୯ ଟଙ୍କାର ଆକର୍ଷଣୀୟ ରିହାତିରେ ପ୍ରଦାନ କରୁଛି । ଏହା ସହ ଦୈନିକ ଫଳ/ପନିପରିବା ଏବଂ ଘରୋଇ ଉତ୍ପାଦ ଉପରେ ସର୍ବନିମ୍ନ ମୂଲ୍ୟ ପ୍ରଦାନ କରିଥାଏ ।
ଭୁବନେଶ୍ୱରର ରିଲାଏନ୍ସ ସ୍ମାର୍ଟ ଷ୍ଟୋରର ଶୁଭାରମ୍ଭ ସହିତ ଓଡିଶାରେ ଏହାର ୪ଟି ଷ୍ଟୋର ଉପଲବ୍ଧ ଥିବାବେଳେ ବର୍ତ୍ତମାନ ସୁଧା ୧୦୦ଟି ସହରରେ ୧୫୦ଟି ‘ରିଲାଏନ୍ସ ସ୍ମାର୍ଟ ଷ୍ଟୋର’ ଉପଲବ୍ଧ ରହିଛି । ଏହି ଷ୍ଟୋରଟି ୨୧,୦୦୦ ବର୍ଗ ଫୁଟରେ ପରିବ୍ୟାପ୍ତ ଥିବାବେଳେ ଏହା ସ୍ଥାନୀୟ ଗ୍ରାହକଙ୍କର ସମସ୍ତ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ । ଏହା ବ୍ୟତୀତ ସର୍ବନିମ୍ନ ୯୯୯ ଟଙ୍କାର କ୍ରୟ ଉପରେ ତଥା ‘ପାୱାର ଅଫ ୯’ ର ଆକର୍ଷଣୀୟ ଅଫର ଅଧିନରେ ଗ୍ରାହକମାନେ ୧ କିଲୋ ପିଆଜ, ଟେଣ୍ଡର କୋକନଟ, ପ୍ଲାଷ୍ଟିକ କଣ୍ଟେନର ସେଟ୍ ଗୁଡ଼ିକ ମାତ୍ର ୯ ଟଙ୍କାରେ ପାଇପାରିବେ ।


Share It

Comments are closed.