ପୁଣି ବର୍ଷକ ପାଇଁ ଘୁଞ୍ଚିଲା ଜିଓ ପ୍ରାଇମ ମେମ୍ବରସିପ ଅଫର


ଯୁବ ସମୟ – ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓର ପ୍ରାଇମ ମେମ୍ବରସିପ ଅଫରକୁ ପୁଣିଥରେ ଘୁଞ୍ଚାଇ ଦିଆଯାଇଛି । ଏହାର ଶେଷ ସମୟ ସାମା ୩୧ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ରହିଥିବା ବେଳେ ଜିଓ ଅତି ମୂଲ୍ୟ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ପ୍ରାଇମ ମେମ୍ବରସିପକୁ ୧ ବର୍ଷ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଜିଓ ପ୍ରାଇମ ମେମ୍ବରସିପରେ ଥିବା ପୁରୁଣା ସଦସ୍ୟଙ୍କ ପାଇଁ ଏହି ସୁବିଧା ମାଗଣାରେ ଉପଲବ୍ଧ ହେଉଥିବା ବେଳେ ଏହି ପ୍ରାଇମ ମେମ୍ବରସିପରେ ସଦସ୍ୟ ହେବାକୁ ଚାହୁଁଥିବା ନୂତନ ଗ୍ରାହକ ମାତ୍ର ବାର୍ଷିକ ୯୯ ଟଙ୍କାର ଫ୍ରାଇମ ମେମ୍ବରସିପ ରିଚାର୍ଜ କରି ସଦସ୍ୟ ହୋଇପାରିବେ ।
ଯେଉଁ ଗ୍ରାହକ ମାନେ ୩୧.୩.୨୦୧୮ କିମ୍ବା ତା ପୂର୍ବରୁ ଏହି ପ୍ରାଇମ ମେମ୍ବରସିପରେ ସାମିଲ ହୋଇଥିବେ ସେମାନେ ମାଇଜିଓ ଆପକୁ ଡାଉନଲୋଡ କରିବା ସହ ବର୍ଷକ ପର୍ଯ୍ୟନ୍ତ ଏହାର ସୁବିଧାକୁ ଉପୋଭଗ କରିବା ଏଥିରେ ପଞ୍ଜିକୃତ କରିବାକୁ ପଡିବ


Share It

Comments are closed.