ରିଲାଏନ୍ସ ଜିଓ ଓଡ଼ିଶାରେ ନିଜର ସ୍ଥିତିକୁ ସୁଦୃଢ଼ କଲା

ଜାତୀୟ ସ୍ତରରେ ଜୁନ ତ୍ରୟମାସରେ ଜିଓ ସର୍ବାଧିକ ରାଜସ୍ୱ ହାସଲକାରୀ ଟେଲିକମ କଂପାନି: ଟ୍ରାଇ ରିପୋର୍ଟ


ଓଡ଼ିଶାର ଟେଲିକମ ଓ ଡିଜିଟାଲ ସେବା କ୍ଷେତ୍ରରେ ରାଜସ୍ୱ ଅଗ୍ରଣୀ ସ୍ଥିତିକୁ ଆହୁରି ସୁଦଢ଼ କରି ରିଲାଏନ୍ସ ଜିଓ ୨୦୧୯ ଜୁନ ତ୍ରୟମାସରେ ମୋଟ ରାଜସ୍ୱ କ୍ଷେତ୍ରରେ ୪୬.୬%ରୁ ଅଧିକ ବଜାର ଅଂଶ ହାସଲ କରିଥିବା ଭାରତୀୟ ଦୂରସଂ·ର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଏହି କ୍ଷେତ୍ର ଲାଗି ଜାରି କରାଯାଇଥିବା ସଦ୍ୟତମ ଅ।ର୍ଥିକ ରିପୋର୍ଟରୁ ଜଣାପଡ଼ିଛି । ଅ।ଡଜଷ୍ଟେଡ ଗ୍ରସ ରେଭିନ୍ୟୁ (ଏଜିଅ।ର) କ୍ଷେତ୍ରରେ ରିଲାଏନ୍ସ ଜିଓ ୫୩.୯% ଭଳି ବୃହତ ବଜାର ଅଂଶ ସହିତ ଏହାର ନେତୃôତ୍ୱ ସ୍ଥିତିକୁ ଅ ।ହୁରି ମଜବୁତ କରିବା ସହ ଅନ୍ୟ ସେବା ପ୍ରଦାନକାରୀମାନଙ୍କ ଠାରୁ ଯଥେଷ୍ଟ ଆଗରେ ରହିଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟ ଅନୁଯାୟୀ, ୨୦୧୯ ଏପ୍ରିଲ-ଜୁନ ତ୍ରୟମାସରେ ରିଲାଏନ୍ସ ଜିଓ ୩୬୬ କୋଟି ଟଙ୍କାର ଅ।ଡଜଷ୍ଟେଡ ଗ୍ରସ ରେଭିନ୍ୟୁ ହାସଲ କରିଥିବା ବେଳେ ବହୁ ଦୂରରେ ଦ୍ୱିତୀୟ ସ୍ଥାନରେ ଥିବା ଭାରତୀ ଏୟାରଟେଲର ୨୧୧ କୋଟି ଟଙ୍କା, ଭୋଡାଫୋନ ଆଇଡିଆର ୫୪ କୋଟି ଟଙ୍କା ଓ ବିଏସଏନଏଲର ୪୨.୫ କୋଟି ଟଙ୍କା ରହିଛି । ଜାତୀୟ ସ୍ତରରେ ମଧ୍ୟ, ରିଲାଏନ୍ସ ଜିଓ ସର୍ବାଧିକ ରାଜସ୍ୱ ଅ।ୟକାରୀ ହୋଇଥିବା ଟ୍ରାଇର ୨୦୧୯ ଏପ୍ରିଲ-ଜୁନ ତ୍ରୟମାସ ଅ।ର୍ଥିକ ରିପୋର୍ଟରୁ ଜଣାପଡ଼ିଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଟ୍ରାଇ ପକ୍ଷରୁ ନିକଟରେ ଜାରି କରାଯାଇଥିବା ଗ୍ରାହକ ସଂଖ୍ୟା ସମ୍ପର୍କିତ ତଥ୍ୟ ଅନୁସାରେ ୨୦୧୯ର ଜୁନ ମାସରେ ୩.୬୧ ଲକ୍ଷ ନୂଆ ଗ୍ରାହକଙ୍କୁ ଯୋଡ଼ି ବାଣିଜ୍ୟିକ କାରବାର ଆରମ୍ଭ କରିବାର ତିନି ବର୍ଷରୁ କମ ସମୟ ଭିତରେ ରିଲାଏନ୍ସ ଜିଓର ଗ୍ରାହକ ସଂଖ୍ୟା ଓଡ଼ିଶାରେ ୧ କୋଟିରୁ ଅଧିକ ହୋଇପାରିଛି । ରିଲାଏନ୍ସ ଜିଓ ଏହାର ସମ୍ପୂର୍ଣ୍ଣ ୪ଜି ନେଟୱର୍କ ଓ ବିଭିନ୍ନ ସ୍ଥାନକୁ ଦ୍ରୁତ ଗତିରେ ଅପହଂଚ ଅଂଚଳକୁ ୪ଜି ନେଟୱର୍କର ସଂପ୍ରସାରଣ ଏବଂ ଗ୍ରାମାଚଂଳ ଓ ଅର୍ଦ୍ଧ ସହରାଚଂଳ ଲୋକଙ୍କ ପାଖରେ ବହୁଳ ଭାବେ ଲୋକପ୍ରିୟ ଭାରତର ସ୍ମାର୍ଟଫୋନ-ଜିଓଫୋନ ଜରିଆରେ ପ୍ରତି ମାସରେ ଏହା ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଡ଼ୁଛି ।

ନିକଟରେ ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ଓୟାରଲେସ ଡାଟା ସେବା ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୧୮ରେ ଓଡ଼ିଶାରେ ମୋବାଇଲ ଡାଟା ବ୍ୟବହାରରେ ବ୍ୟାପକ ବୃଦ୍ଧି ହୋଇଛି । ବିଶେଷ କରି ଦେଶ ଓ ରାଜ୍ୟରେ ରିଲାଏନ୍ସ ଜିଓ ଦ୍ୱାରା ଉଚ୍ଚ ବେଗର ୪ଜି ଡାଟା ବିପ୍ଳବ ଯୋଗୁ ଏହା ସମ୍ଭବ ହୋଇଛିି । ସେହି ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ମାସକୁ ପ୍ରତି ଗ୍ରାହକ ପିଛା ମୋବାଇଲ ଡାଟା ବ୍ୟବହାର ପରିମାଣ ୭.୫ ଜିବିରେ ପହଂଚିଛି ଯାହା ପୂର୍ବବର୍ଷ ତୁଳନାରେ ୯୩.୮% ଅଧିକ । ୨୦୧୮ରେ ରାଜ୍ୟରେ ମୋଟ ଡାଟା ବ୍ୟବହାର ପରିମାଣ ପୂର୍ବବର୍ଷ ତୁଳନାରେ ୧୩୮.୮% ବୃଦ୍ଧି ପାଇଛି ଏବଂ ୧୧୩.୪ କୋଟି ଗିଗା ବାଇଟ (ଜିବି)ରେ ପହଂଚିଛି ଥିବା ରିପୋର୍ଟରୁ ଜଣାପଡ଼ିଛି ।


Share It

Comments are closed.