ଧନତେରସରେ ରିଲାଏନ୍‌ସ ଜୁଏଲ୍‌ସର “କାସ୍ୟମ୍ କଲେକ୍‌ସନ”


ରିଲାଏନ୍‌ସ ଜୁଏଲ୍‌ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ପାର୍ବଣ ଋତୁକୁ ସ୍ୱାଗତ କରିବା ପାଇଁ ଆକର୍ଷଣୀୟ ଜୁଏଲାରୀ “କାସ୍ୟମ୍‌” ର ଉତ୍କୃଷ୍ଟ କଲେକ୍‌ସନର ଶୁଭାରମ୍ଭ କରିଛି । ଏହି କଲେକସନ ଟି ବନାରସର ସମୃଦ୍ଧ ଐତିହ୍ୟ, ପରମ୍ପରା ଓ ବିଶ୍ୱାସକୁ ନେଇ ତଥା ମନ୍ଦିର, ସ୍ଥାପତ୍ୟ ଆଦିର କଳା ଓ ସଂସ୍କୃତିରୁ ପ୍ରେରଣା ଲାଭ କରିଛି ।

ଗ୍ରାହକମାନେ ଅନେକ ଗୁଡ଼ିଏ ଆକର୍ଷଣୀୟ ଭେରାଇଟି ମଧ୍ୟରୁ ଅତ୍ୟନ୍ତ ସୁନ୍ଦର କଳାକୃତିର ଜୁଏଲାରୀ ପାଇପାରିବେ । ଏଥିରେ ଅନ୍ତର୍ଭୁକ୍ତ ରହିଛି କାଶୀ ବିଶ୍ୱନାଥ ଦୁର୍ଗା କୁଣ୍ଡ ମନ୍ଦିର, ରତ୍ନେଶ ମହାଦେବ ମନ୍ଦିର, ବିଶାଳାକ୍ଷି ଓ ବୁଦ୍ଧ ମନ୍ଦିର, ରାମନଗର କିଲା, ତୁଳସୀ ଘାଟ, ପୁରାତନ ଗେଟୱେ ଓ ଯନ୍ତରମନ୍ତର ଏବଂ ଏହା ସହିତ ବନାରସ ସାଢ଼ୀ, ଗଙ୍ଗା ଆରତୀ, ଗଙ୍ଗା ଘାଟ ଓ ଗୁଳାବି ମୀନାକାରି ଓ ରିପାଉସେର ଅତ୍ୟନ୍ତ ସୁନ୍ଦର ଓ ଜୀବନ୍ତ କଳାକୃତି ।

ଏହି ଆକର୍ଷଣୀୟ ଡିଜାଇନର ଧାରା ଜାରି ରଖିବା ସହିତ ଏହି ପାର୍ବଣ ସମୟ ଯଥା ନବରାତ୍ରୀ, ଦୁର୍ଗାପୂଜା, ଦୀପାବଳୀ ଓ ଧନତେରସକୁ ଆହୁରି ମଜାଦାର କରିବା ପାଇଁ ତଥା ବିବାହ ଅବସରକୁ ଗ୍ରାହକମାନଙ୍କ ନିମନ୍ତେ ଅଧିକ ସ୍ୱତନ୍ତ୍ର କରିବା ପାଇଁ ବ୍ରାଣ୍ଡ ଅତ୍ୟନ୍ତ ସୁନ୍ଦର କଲେକ୍‌ସନର ଶୁଭାରମ୍ଭ କରିଛି ଯାହାକି ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ସ୍ଥାପତ୍ୟ କଳାକୃତି ଓ ବନାରସର କଳାକୃତିକୁ ସୁନା ଓ ହୀରାର ସୁନ୍ଦର ନେକଲେସ୍‌, ଇୟରିଂ ଓ ଚୁଡ଼ି ଆକାରରେ ଉପସ୍ଥାପିତ କରିଛି ।

ଏହି କଲେକସନ ମାଧ୍ୟମରେ ଗ୍ରାହକମାନେ ଉତ୍କୃଷ୍ଟ ଓ ଲକ୍‌ଜୁରୀ ସମୃଦ୍ଧ ଓପୁଲେଂଟ ଚୋକର ସେଟ୍ ଓ ସୁନ୍ଦର ନେକଲେସ୍ ସେଟ୍ ଓ ଚମତ୍କାର ନେକଲେସ୍ ସେଟ୍ ଏବଂ ଚୁଡ଼ିକୁ ବାଛି ପାରିବେ । ବିଭିନ୍ନ ପ୍ରକାର ଅବସର ଓ ଭିନ୍ନ ଭିନ୍ନ ବଜେଟ୍ ପାଇଁ ଏଠାରେ ବ୍ୟାପକ ସମ୍ଭାର ରହିଛି । ସୁନା କଲେକସନ ଡିଜାଇନରେ ଆକର୍ଷଣୀୟ ଐତିହ୍ୟ ଓ ମନ୍ଦିର କଳାକୃତିର ଜୁଏଲାରୀ ସହିତ ମୀନାକାରି କଳା, ଆଂଟିକ୍ ଓ ହଳଦିଆ ଗୋଲ୍‌ଡ ଫିନିସ୍‌, ଓ ଆହୁରି ମଧ୍ୟ ଅତ୍ୟନ୍ତ ସୂକ୍ଷ୍ମ ଫିଲିଗ୍ରୀ ଷ୍ଟାଇଲ୍ ଜୁଏଲାରୀ ହଳଦିଆ ସୁନା ଓ ଆଂଟିକ୍ ଫିନିସ୍‌ରେ ପ୍ରସ୍ତୁତ କରାଯାଇଛି । ଏଠାରେ ଉପଲବ୍ଧ ଥିବା ଡାଏମଣ୍ଡ ସେଟ୍ ପର୍ବପର୍ବାଣୀ, ବ୍ରାଇଡାଲ୍ ଓ ସମସାମୟିକ ଲୁକ୍ ପାଇଁ ଅନ୍ତ୍ୟନ୍ତ ଉପଯୋଗୀ ।

ବନାରସର ବୈଭବକୁ ନେଇ ସମୃଦ୍ଧ କାସ୍ୟମ କଲେକ୍‌ସନରେ ରହିଛି :
ବନାରସୀ ସାଢ଼ୀ କଲେକ୍‌ସନ : ବନାରସୀ ସାଢ଼ୀ ହେଉଛି ଭାରତର ସବୁଠାରୁ ଉତ୍କୃଷ୍ଟ ସାଢ଼ୀମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ଏହା ଏହାର ଗୋଲ୍‌ଡ ଓ ସିଲଭର ବ୍ରୋକେଡ୍ ବା ଜରି, ଫାଇନ୍ ସିଲ୍କ ଓ ଅପୁଲେଂଟ ଏମ୍ବ୍ରୋଇଡେରି ପାଇଁ ଜଣାଶୁଣା । ବନାରସୀ ସାଢ଼ୀ କଲେକ୍‌ସନଟି ବନାରସୀ ସାଢ଼ୀ ର ଉତ୍କୃଷ୍ଟ ଡିଜାନରୁ ଅନୁପ୍ରେରିତ ଅଟେ ।

ଗୁଲାବି ମୀନାକାରି କଲେକ୍‌ସନ : ଏହା ଭାରତର ଏକ ଦୁର୍ଲଭ କଳାକୃତି ଯାହାକୁ ବାରଣାସୀର ଗାଇ ଘାଟ ନିକଟରେ ଗଳିରେ ସାଧାରଣତଃ ଦେଖା ଯାଇଥାଏ । ଏହି କଳାକୃତିକୁ ପର୍ସିଆଲ୍ ଏନାମେଲିଷ୍ଟଙ୍କ ଦ୍ୱାରା ମୋଗଲ ଶାସନ ସମୟରେ ପ୍ରାୟ ୧୭ଶ ଶତାବ୍ଦୀରେ ଏଠାକୁ ଅଣାଯାଇଥିଲା । ‘ମୀନା’ ହେଉଛି ପର୍ସିଆନ୍ ଶବ୍ଦ ‘ମିନୁ’ ର ଫେମିନାଇନ୍ ଫର୍ମ ଯାହାର ଅର୍ଥ ହେଉଛି ‘ସ୍ୱର୍ଗ’ । ଏହା ସ୍ୱର୍ଗୀୟ ଆଭାକୁ ପ୍ରତିଫଳିତ କରିଥାଏ ।

କାଶୀ ବିଶ୍ୱନାଥ ଟେମ୍ପଲ୍ କଲେକ୍‌ସନ : ଏହି ଟେମ୍ପଲ୍ କଲେକ୍‌ସନ ଭଗବାନ ଶିବଙ୍କ ପ୍ରତି ସମର୍ପିତ ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର ଉପରେ ଆଧାରିତ ଅଟେ । ମନ୍ଦିରର ନିର୍ମାଣକୁ ତିନିଟି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମଟିରେ ଭଗବାନ ବିଶ୍ୱନାଥ ବା ମହାଦେବଙ୍କର ମନ୍ଦିରର ଶିଖର ରହିଛି । ଦ୍ୱିତୀୟଟି ହେଉଛି ଏକ ସୁନା ଡୋମ୍ ଓ ତୃତୀୟଟି ହେଉଚି ଏକ ସୁନାର ଶୀଖର ଯାହାକି ଭଗବାନ ବିଶ୍ୱନାଥଙ୍କ ଶୀର୍ଷରେ ରହିଛି ଓ ଏଥିରେ ଏକ ପତାକା ଏବଂ ତ୍ରିଶୁଳ ରହିଛି ।

ଆନସିଏଂଟ୍ ଗେଟୱେଜ୍ କଲେକ୍‌ସନ : ବନାରସ ଭାରତର ଏକ ଅତ୍ୟନ୍ତ ସୁନ୍ଦର ସହର ଅଟେ । ଏହା ପୁରୁଣା ସରୁ ଗଳି ହେଉ ବା ପୁରାତନ ଘରର ନିର୍ମାଣ ହେଉ ବା ଅତ୍ୟନ୍ତ ସୁନ୍ଦର ଭାବରେ ଦଣ୍ଡାୟମାନ ମନ୍ଦିରର କଳାକୃତି ହେଉ । ଏହାର ପୁରାତନ କଳାକୃତି ଏଠାକୁ ଆସୁଥିବା ସଭିଙ୍କୁ ବିମୋହିତ କରିଥାଏ । ଏକ ପଦ୍ମ କଢ଼ିର କଳାକୃତି ସହିତ ଏହା ଏକ ଦିବ୍ୟତ୍ୱର ଅନୁଭବ ପ୍ରଦାନ କରେ ।

ଗଙ୍ଗା ଆରତୀ ଓ ଘାଟ କଲେକ୍‌ସନ : ବାରଣାସୀର ଘାଟ ଗୁଡ଼ିକ ହେଉଛି ନଦୀ ନିକଟରେ ରହିଥିବା ପାହାଚ ଯାହାକି ଗଙ୍ଗା ନଦୀ କୂଳକୁ ଯାଇଛି । ଏହି ସହରରେ ୮୮ ଟି ଘାଟ ରହିଛି । ଅଧିକାଂଶ ଘାଟରେ ସ୍ନାନ ଓ ପୂଜା କାର୍ଯ୍ୟ କରାଯାଏ । ଯେତେବେଳେ କି ମାତ୍ର ଦୁଇଟି ଘାଟରେ ଅନ୍ତିମ ସଂସ୍କାର କାର୍ଯ୍ୟ କରାଯାଇଥାଏ ।

ରାମନଗର ଫୋର୍ଟ କଲେକ୍‌ସନ : ପ୍ରେମର ଏକ ଅତ୍ୟନ୍ତ ସୁନ୍ଦର ପରିପ୍ରକାଶ ହେଉଛି ଦିବ୍ୟତ୍ୱର ଭାବନା । ଏବଂ ଏହି ରାମନଗର ଫୋର୍ଟ ହେଉଛି ପ୍ରେମ ଓ ସୌନ୍ଦର୍ଯ୍ୟର ଏକ ସୁନ୍ଦର ସମନ୍ୱୟ । ଏହା ମୋଗଲ ଷ୍ଟାଇଲରେ ପ୍ରସ୍ତୁତ ଏହି ରାଜକୀୟ ପ୍ରାସାଦ ହେଉଛି ଏକ ଜୀବନ୍ତ ପ୍ରମାଣ ଯେଉଁଠାରେ ଜୀବନର ପ୍ରତ୍ୟେକ ସ୍ଥାନରେ ସୌନ୍ଦର୍ଯ୍ୟକୁ ଅନୁଭବ କରାଯାଇପାରେ ।

ଯନ୍ତର ମନ୍ତର କଲେକ୍‌ସନ : ବନାରସରେ ଅନେକ ସମୃଦ୍ଧ ସ୍ଥାନ ରହିଛି । ଏବଂ ଯନ୍ତର ମନ୍ତର ସେମାନଙ୍କ ମଧ୍ୟରୁ ଅନ୍ୟତମ । ଏହାକୁ ୧୭୩୭ ମସିହାରେ ମହାରାଜ ଜୟ ସିଂଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା । ଏହା ଏକ କଳାକୃତି ସୌନ୍ଦର୍ଯ୍ୟ ଯାହାକି ସମୟାତୀତ ଓ ସହର ପରି ଅତ୍ୟନ୍ତ ଦିବ୍ୟ ଅନୁଭୂତି ପ୍ରଦାନ କରେ ।

ଉପରୋକ୍ତ ନୂଆ କଲେକ୍‌ସନ ସମ୍ବନ୍ଧରେ ସୂଚନା ପ୍ରଦାନ କରି, ସୁନିଲ୍ ନାୟକ, ସିଇଓ, ରିଲାଏନ୍‌ସ ଜୁଏଲ୍‌ସ କହିଛନ୍ତି ଯେ, “ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀ ହେଉଛି ଏହାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଓ ଏମାନଙ୍କ ମଧ୍ୟରୁ ଧନତେରସ, ପୁଶ୍ୟା ନକ୍ଷତ୍ର, ଦୀପାବଳୀକୁ ସାରା ଦେଶରେ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଏ । ଧନତେରସ ସମୟରେ ସୁନା କିଣିବାକୁ ଶୁଭ ବୋଲି ବିବେଚନା କରାଯାଏ ଯାହାକୁ ଘରକୁ ସୁଖସମୃଦ୍ଧିରେ ଭରିଦିଏ ଏବଂ ଆମେ ବନାରସ ସହର ଦ୍ୱାରା ଅନୁପ୍ରେରିତ ଅତ୍ୟନ୍ତ ଆକର୍ଷଣୀୟ ଡିଜାଇନ୍ “କାସ୍ୟମ”ର ଶୁଭାରମ୍ଭ କରି ଅତ୍ୟନ୍ତ ଆନନ୍ଦିତ । ଏହି କଲେକ୍‌ସନର ପ୍ରତ୍ୟେକ ସୁନା ଓ ହୀରା ନେକଲେସ୍ ଗୁଡ଼ିକ ଅତ୍ୟନ୍ତ ସୁନ୍ଦର ଓ ସ୍ୱତନ୍ତ୍ର ଯାହାକି ବନାରସର ବିଭିନ୍ନ କଳା, ସଂସ୍କୃତି ଓ ଐତିହ୍ୟକୁ ପ୍ରଦର୍ଶିତ କରିଥାଏ । ଆଗାମୀ ଧନତେରସକୁ ଦୃଷ୍ଟିରେ ରଖି ଆମେ ଆମର ଗ୍ରାହକମାନଙ୍କ ପାଇଁ କାସ୍ୟମ କଲେକ୍‌ସନ ପ୍ରସ୍ତୁତ କରିଛୁ । ଏହା ସହିତ ସେମାନେ ନିଜର ପ୍ରିୟଜନଙ୍କ ସହିତ ପାର୍ବଣ ସମୟକୁ ଉପଭୋଗ କରିବେ ।  ଏହି ସୁନ୍ଦର କଳାକୃତିକୁ ପାର୍ବଣ ଋତୁ ଅବସରରେ ଉପସ୍ଥାପନ କରାଯାଉଛି ଯାହାକି ଏହି ସମୟକୁ ଆହୁରି ଅଧିକ ଆନନ୍ଦ, ସମୃଦ୍ଧି, ଖୁସି ଓ ଶାନ୍ତିରେ ଭରିଦେବ ।”
କାସ୍ୟମ କଲେକ୍‌ସନ ରିଲାଏନ୍‌ସ ଜୁଏଲ୍‌ସ ଆଉଟଲେଟ୍‌ସରେ ସାରା ଭାରତରେ ଉପଲବ୍ଧ ଅଟେ । ଆପଣ ରିଲାଏନ୍ସ ଜୁଏଲ୍‌ସ ସୋରୁମରେ କିଣାକିଣି କରିପାରିବେ ଓ ସୁନା ଗହଣାର ଗଢ଼ା ମଜୁରୀ ଉପରେ ଓ ହୀରା ଗହଣାର ମୂଲ୍ୟରେ ୩୦% ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଫର ପାଇପାରିବେ । ଆପଣଙ୍କର ପରିବାରର ସୁରକ୍ଷା ପାଇଁ ସମସ୍ତ ସ୍ଥାନରେ ଥିବା ଆମର ଷ୍ଟୋର ସୁରକ୍ଷା ନିର୍ଦ୍ଦେଶାବଳୀର ଅନୁପାଳନ କରୁଛି ଓ ସାନିଟାଇଜିଂ ପଦକ୍ଷେପ ଗ୍ରହଣ କରୁଛି ।

ଆକର୍ଷଣୀୟ କଲେକ୍‌ସନ ମଧ୍ୟରୁ ବଛା ବଛା ଡିଜାଇନ୍‌କୁ କେବଳ ରିଲାଏନ୍‌ସ ଜୁଏଲ୍‌ସର ୱେବସାଇଟ୍ ମାଧ୍ୟମରେ ଅନଲାଇନରେ କିଣାଯାଇପାରିବ ଓ ଗ୍ରାହକମାନେ ମଧ୍ୟ ସେମାନଙ୍କର ଘରେ ବସି ଭର୍ଚୁଆଲ୍ ଟ୍ରାଏ-ଅନ୍ ବିକଳ୍ପର ଅନୁଭବ ନେଇପାରିବେ ।


Share It

Comments are closed.