ରିଲାଏନ୍ସ ଜୁଏଲସ ପକ୍ଷରୁ ସ୍ୱତନ୍ତ୍ର ଭାଲେଟାଂଇନସ୍ କଲେକ୍ସନ୍ “ବିଲଭଡ୍’ ଉନ୍ମୋଚିତ


ଭାଲେଟାଂଇନସ ଡେ’ ଅବସରରେ ଭାରତର ଅନ୍ୟତମ ବିଶ୍ୱାସଯୋଗ୍ୟ ଗହଣା ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ନୂଆ “ବିଲଭଡ୍’ କଲେକ୍ସନକୁ ଉନ୍ମୋଚନ କରାଯାଇଛି । ପାରମ୍ପରିକ ଲାଲ ରଙ୍ଗ ଓ ହୃଦୟ ଆକୃତିର ଗହଣା ବଦଳରେ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ବିଲଭଡ୍ କଲେକ୍ସନ୍ରେ ଭାଲେଂଟାଇନସ ଡେ’ରେ ଗୁୁରୁତ୍ୱ ରଖୁଥିବା ବାର୍ତା ଓ ଭାବାବେଗ ଉପରେ ଗୁରୁତ୍ୱ ଦିଆଯାଇଛି ।
ହନି ବି’ର ଚରିତ୍ରରୁ ଅନୁପ୍ରାଣିତ ହୋଇ ଏହି କଲେକ୍ସନ ଆଜିର ସହନଶୀଳ ମହିଳାଙ୍କ ପ୍ରତି ସମର୍ପିତ ଯେଉଁମାନେ ସୁଦୃଢ଼ତା ଓ ଶକ୍ତି ସହିତ ସମସ୍ତ ପ୍ରକାର ପ୍ରତିବନ୍ଧକକୁ ଦୂର କରି କର୍ମ ଓ ଜୀବନ ଭିତରେ ଏକ ଉପଯୁକ୍ତ ସନ୍ତୁଳନ ରକ୍ଷା କରିପାରୁଛନ୍ତି ଏବଂ ଜୀବନର ପ୍ରତିଟି ମୁହୂର୍ତକୁ ଉପଭୋଗ କରୁଛନ୍ତି । ଦକ୍ଷତାର କାରିଗରି ସହିତ ପ୍ରସ୍ତୁତ କରାଯାଇଥିବା ଏହି କଲେକ୍ସନରେ ରହିଛି ହୀରା ପେଣ୍ଡେଂଟ୍ ସେଟ, ଇୟର ରିଙ୍ଗ୍ ଏବଂ ରିଙ୍ଗ୍ ଯାହାକୁ ସ୍ୱତନ୍ତ୍ର ମୁହୂର୍ତ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ଓ ଏହାର ମୂଲ୍ୟ କେବଳ ୧୦ ହଜାର ଟଙ୍କାରୁ ଆରମ୍ଭ ହୋଇଛି । ଏହି ଆକର୍ଷଣୀୟ ମାଷ୍ଟରପିସଗୁଡ଼ିକ ସାରା ଦେଶରେ ଥିବା ରିଲାଏନ୍ସ ଜୁଏଲସର ଫ୍ଲାଗସିପ୍ ସୋ’ରୁମଗୁଡ଼ିକରେ ଉପଲବ୍ଧ ହେବ ।
ରିଲାଏନ୍ସ ଜୁଏଲସ୍ ସୋ’ରୁମ୍ରେ ଗ୍ରାହକମାନେ ବିବାହ କଲେକ୍ସନ ଠାରୁ ଆରମ୍ଭ କରି ନିତିଦିନିଆ ବ୍ୟବହାର ପର୍ଯ୍ୟନ୍ତ ବ୍ୟାପକ ହୀରା ଗହଣା ସମ୍ଭାରରୁ ନିଜ ପାଇଁ ଚୟନ କରିପାରିବେ । ହୀରା ଗହଣା ଉପରେ ୨୦% ପର୍ଯ୍ୟନ୍ତ ରିହାତି ଫେବ୍ରୁଆରି ୨୪, ୨୦୧୯ ପର୍ଯ୍ୟନ୍ତ ପ୍ରଦାନ କରାଯାଉଛି ।
ଏହି କଲେକ୍ସନର ଉନ୍ମୋଚନ ବିଷୟରେ ଶ୍ରୀଯୁକ୍ତ ସୁନିଲ ନାୟକ, ସିଇଓ, ରିଲାଏନ୍ସ ଜୁଏଲସ୍ କହିଛନ୍ତି ଯେ, “ଆମର ସମ୍ପୂର୍ଣ୍ଣ ନୂଆ ଭାଲେଟାଂଇନ୍ସ କଲେକ୍ସନ୍ “ବିଲଭଡ୍’କୁ ଉନ୍ମୋଚନ କରି ଆମେ ଅତ୍ୟନ୍ତ ଉଲ୍ଲସିତ ଏବଂ ଉତ୍ସାହିତ ଯାହାକୁ ହନି ବି ଦ୍ୱାରା ଅନୁପ୍ରାଣିତ ହୋଇ ପ୍ରସ୍ତୁତ କରାଯାଇଛି ଏବଂ ବାସ୍ତବରେ ଏହାକୁ ଆଜିର ଯୁଗର ମହିଳାଙ୍କ ପ୍ରତି ସମର୍ପିତ କରାଯାଇଛି ଯେଉଁମାନେ ହେଉଛନ୍ତି ଶକ୍ତି, ସୁଦୃଢ଼ ଓ ଉତ୍ସର୍ଗୀକୃତର ନିର୍ଭୁଲ ସଙ୍କେତ । ଏହା ହେଉଛି ଆପଣଙ୍କ ପ୍ରିୟଜନଙ୍କ ପାଇଁ ଉପଯୁକ୍ତ ଓ ଅଣ ପାରମ୍ପରିକ ଉପହାର ।’’


Share It

Comments are closed.