ସମସ୍ତ ପ୍ରକାର ସୁରକ୍ଷା ଓ ସହଜ ସପିଂ ସୁବିଧା ସହିତ ଓଡିଶା ସମେତ ସାରା ଦେଶରେ ଖୋଲିଲା ରିଲାଏନ୍ସ ଜୁଏଲ୍ସ ସୋ ରୁମ୍‌


ଭୁବନେଶ୍ୱର: ଭାରତର ପ୍ରମୁଖ ଓ ବିଶ୍ୱସନୀୟ ଜୁଏଲରୀ ବ୍ରାଣ୍ଡ ରିଲାଏନ୍ସ ଜୁଏଲସ୍ ସାରା ଦେଶରେ ଏହାର ସୋରୁମଗୁଡିକୁ ସ୍ଥାନୀୟ ଗାଇଡଲାଇନ ଅନୁସାରେ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଓ ପରିଚ୍ଛନ୍ନତା ସହିତ ପୁଣି ଥରେ ଖୋଲିଛି । ଗ୍ରାହକ ଓ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ କମ୍ପାନୀ ପକ୍ଷରୁ ଅନେକଗୁଡିଏ ପଦକ୍ଷେପ ନିଆଯାଇଥିବା ବେଳେ ଷ୍ଟୋର ମଧ୍ୟରେ ସୋସିଆଲ ଡିଷ୍ଟାନ୍ସିଂ ଓ ଅନ୍ୟ ସୁରକ୍ଷା ନିୟମବଳୀ ପାଳନ କରାଯିବା ପାଇଁ କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି ।

ଭାରତୀୟମାନଙ୍କ ସୁନା ପ୍ରତି ଏକ ସ୍ୱତନ୍ତ୍ର ଆକର୍ଷଣ ରହିଥିବା ବେଳେ ଦୀର୍ଘ ବର୍ଷ ଧରି ଏହା ବିଶ୍ୱର ଦ୍ୱୂିତୀୟ ସର୍ବବୃହତ୍ତ ସୁନା ବଜାର ଭାବେ ପରିଗଣିତ ହୋଇଆସୁଛି । ରିଲାଏନ୍ସ ଜୁଏଲସ୍‌ରେ ବିଭିନ୍ନ ଷ୍ଟାଇଲ ଓ ପ୍ରକାରର ସୁନା ଓ ହୀରା ଗହଣା ତଥା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଅତୁଲ୍ୟ ଓ ଅପୂର୍ବମ୍ ଗହଣା ସମ୍ଭାର ଉପଲବ୍ଧ ହେଉଛି । ଏଥି ସହିତ ବେଲା ସମ୍ଭାର ଭଳି ହାଲୁକା ଓ ଆଧୁନିକ ଡିଜାଇନର ଗହଣା ମଧ୍ୟ ବେଶ୍ ଆଦୃତି ଲାଭ କରିଛି । ବର୍ତ୍ତମାନ ସମୟରେ ଗୋଲ୍ଡ କଏନ କିଣିବା ପାଇଁ ଗ୍ରାହକମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜୁଏଲ୍ସରେ ଏକ ଗ୍ରାମ, ୫ ଗ୍ରାମ ଓ ୧୦ ଗ୍ରାମ୍ ଓଜନର ଗୋଲ୍ଡ କଏନଠାରୁ ଆରମ୍ଭ କରି ବିଭିନ୍ନ ଓଜନର ଗୋଲ୍ଡ କଏନ ଓ ବାର୍ ଉପଲବ୍ଧ କରାଯାଇଥିବା କୁହାଯାଇଛି ।

ସାମ୍ପ୍ରତିକ ସମୟରେ ଗ୍ରାହକ ସୁରକ୍ଷା ଓ ପରିଚ୍ଛନ୍ନତାକୁ ପ୍ରାଧାନ୍ୟ ଦେଇ ରିଲାଏନ୍ସ ଜୁଏଲସ୍ ସୋରୁମଗୁଡିକରେ ପ୍ରବେଶ କରୁଥିବା ପ୍ରତି ଗ୍ରାହକଙ୍କ ଇନଫ୍ରା ରେଡ୍ ଥର୍ମୋମିଟର ଦ୍ୱାରା ତାପମାତ୍ରା ପରୀକ୍ଷା କରାଯିବା ସହିତ ଆଲକହଲ ମିଶା ସାନିଟାଇଜରରେ ହାତ ସଫା କରିବା ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏଥି ସହିତ ଷ୍ଟୋର ମଧ୍ୟରେ ସର୍ବନିମ୍ନ ସାମାଜିକ ଦୂରତ୍ୱ ବଜାୟ ରଖିବା ନିଶ୍ଚିତ କରାଯାଉଛି । ପ୍ରତିଟି ଗହଣାକିଣାବିକା ତଥା ଟ୍ରାଏଲ୍ ପରେ ତତକ୍ଷଣାତ୍ ସାନିôାଇଜର କିମ୍ବା ଅଲଟ୍ରା ସୋନିକ ମାଧ୍ୟମ ଦ୍ୱାରା ସଫା କରାଯାଉଛି । ସେହିଭଳି ସର୍ଭିସ ଟ୍ରେ, ଦର୍ପଣ, କାଉଣ୍ଟରର ଉପରି ଭାଗ ଓ ଚୌକି ଗୁଡିକୁ ବାରମ୍ବାର ସାନିଟାଇଜ କରାଯାଇ ସମ୍ପୂର୍ଣ୍ଣ ପରିଚ୍ଛନ ଓ ସୁରକ୍ଷିତ ସପିଂ ପରିବେଶ ସୃଷ୍ଟି କରାଯାଉଛି । ପ୍ରତି ସୋରୁମରେ କର୍ମଚାରୀଙ୍କ ଉପସ୍ଥିତି ହ୍ରାସ କରାଯାଇଥିବା ବେଳେ ପ୍ରବେଶ ସମୟରେ ସମସ୍ତଙ୍କର ତାପମାତ୍ରା ପରୀକ୍ଷା ସହିତ ସାନିଟାଇଜେସନ ବ୍ୟବସ୍ଥା କଡାକଡି ପାଳନ କରାଯାଉଛି । ପ୍ରତି କର୍ମଚାରୀଙ୍କୁ ମାସ୍କ ଓ ଗ୍ଲୋବ୍ସ ପିନ୍ଧିବା ବାଧ୍ୟତାମୂଳଖ କରାଯିବା ସହ ସଚେତନ କରାଯାଉଛି ।

ସୂଚନାଯୋଗ୍ୟ ଯେ, ଓଡିଶାରେ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର ଓ ଅନୁଗୁଳ ଭଳି ସହରରେ ରିଲାଏନ୍ସ ଜୁଏଲ୍ସର ଏକ୍ସକ୍ଲୁସିଭ୍ ସୋରୁମ ରହିଛି । ସରକାରୀ ଗାଇଡ୍‌ଲାଇନ୍ ଅନୁଯାୟୀ ଖୋଲିଥିବା ଏହି ଷ୍ଟୋରଗୁଡିକରେ ସମସ୍ତ ପ୍ରକାରର ସୁରକ୍ଷା ପଦକ୍ଷେପ ନିଶ୍ଚିତ କରାଯାଇଛି ।


Share It

Comments are closed.