ରିଲାଏନ୍ସ ଜୁଏଲସ୍ ପକ୍ଷରୁ ରାଉରକେଲାରେ ଶୁଭାରମ୍ଭ ହେଲା ଏହାର ଫ୍ଲାଗସିପ୍ ଷ୍ଟୋର


ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଗହଣା ବ୍ର୍ରାଣ୍ଡ୍, ରିଲାଏନ୍ସ ଜୁଏଲସ୍ ପକ୍ଷରୁ ରାଉରକେଲାର କଚେରି ରୋଡ୍ ଠାରେ ଥିବା ଗୁରନାମ ଟାୱାରରେ ନୂତନ ଷ୍ଟୋର୍ ଖୋଲାଯାଇଛି । ଲୋକପ୍ରିୟ ଓଲିଉଡ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜୀ ଏହାକୁ ଉଦଘାଟନ କରିଛନ୍ତି । ରାଉରକେଲାର କେନ୍ଦ୍ର ସ୍ଥଳରେ ଥିବା ରିଲାଏନ୍ସ ଜୁଏଲସର ଏହି ଷ୍ଟୋର୍ ସୁବିଧା ସ୍ଥାନରେ ରହିଛି ଏବଂ ଏହା ପୃଷ୍ଠପୋଷକମାନଙ୍କ ଉଦୀୟମାନ ଆବଶ୍ୟକତା ପୂରଣ କରିବାକୁ ପ୍ରସ୍ତୁତ ହୋଇରହିଛି ।
ଆଧୁନିକ ଓ ଫ୍ୟାସନେବୁଲ ଡିଜାଇନର ଏହି ନୂତନ ସୋ’ରୁମ ଏହାର ମନୋହର ଆଲୋକ ସାଜସଜ୍ଜା ସହିତ ଉଲ୍ଲସିତ କରିବା ଭଳି ଗ୍ରାହକ ସେବା ଜରିଆରେ ଏହାର ଆଗନ୍ତୁକ ମାନଙ୍କୁ ଉଲ୍ଲସିତ କରିବ । ଏହା ସୁନା, ହୀରା ଏବଂ ସୋଲିଟାରି ଗହଣାର ପାରମ୍ପରିକ ଏବଂ ସମସାମୟିକ ସମ୍ଭାରଗୁଡ଼ିକୁ ପ୍ରଦର୍ଶନ କରିବ । ଏହି ନୂତନ ସୋ’ରୁମ ଏହାର ସ୍ୱତନ୍ତ୍ର ବୈଶିଷ୍ଟ୍ୟ, ପ୍ରତିଟି ଅବସର ପାଇଁ ବ୍ୟାପକ ରେଂଜର ପାରମ୍ପରିକ ଏବଂ ସମସାମୟିକ ଗହଣା, ଆଖିଦୃଶିଆ ଡିସପ୍ଲେ ଜରିଆରେ ରାଉରକେଲାର ପୃଷ୍ଠପୋଷକମାନଙ୍କୁ ନିଶ୍ଚିତ ରୂପେ ସ୍ୱତନ୍ତ୍ର ଧରଣର ସପିଙ୍ଗ ଅନୁଭୂତି ପ୍ରଦାନ କରିବ ।
ବିଗତ ବର୍ଷଗୁଡ଼ିକରେ ରିଲାଏନ୍ସ ଜୁଏଲସ୍ ବ୍ୟାପକ ବର୍ଗର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିଛି । ଗ୍ରାହକଙ୍କ ପାଖରେ ପହଂଚିବା ଏବଂ ଅଭିନବ ଗହଣା ଉପରେ ସର୍ବାଧିକ ଗୁରୁତ୍ୱାରୋପ କରି, ରିଲାଏନ୍ସ ଜୁଏଲସ ଏହାର ପରିସୀମାକୁ ବଢ଼ାଇଛି । ସ୍ୱତନ୍ତ୍ର ଷ୍ଟୋର୍ ଏବଂ ସପ ଇନ୍ ସପ୍ (ଏସଆଇଏସ) ଫର୍ମାଟରେ ଉପଲବ୍ଧ ହେଉଥିବା ରିଲାଏନ୍ସ ଜୁଏଲସ ଏବେ ସାରା ଦେଶର ୫୮ଟି ସହରରେ ୬୮ଟି ସୋ’ରୁମ ଏବଂ ୫୦ ଏସଆଇଏସ ଜରିଆରେ ଏହାର ସ୍ଥିତିକୁ ସୁଦୃଢ଼ କରିଛି ।
ରିଲାଏନ୍ସ ଜୁଏଲସ ପକ୍ଷରୁ ରାଉରକେଲାର ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଉଦଘାଟନୀ ଅଫର ଉନ୍ମୋଚନ କରାଯାଇଛି ଯେଉଁଥିରେ ସୁନା ଓ ହୀରାର ଗଢା ମୂଲ୍ୟ ଉପରେ ୧୦୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି ଏବଂ ୨୦୧୯ ଫେବ୍ରୁଆରି ୩ ପର୍ଯ୍ୟନ୍ତ ପ୍ରଥମ ୧୦୦ ଜଣ ଗ୍ରାହକ ସୁନା କଏନ ଜିତିପାରିବେ ।
ରିଲାଏନ୍ସ ଜୁଏଲସ ବିଗତ ବର୍ଷଗୁଡିକରେ ଗ୍ରାହକମାନଙ୍କ ଭଲ ପାଇବା, ସମର୍ଥନ ଏବଂ ଭରସା ହାସଲ କରିଛି । ଏହି ବ୍ରାଣ୍ଡ୍ ଏକ ବୃହତ ଏବଂ ବିକ୍ଷିପ୍ତ ବର୍ଗର ଗ୍ରାହକଙ୍କୁ ସେବା ଯୋଗାଇ ଉଲ୍ଲେଖନୀୟ ବୃଦ୍ଧି ହାସଲ କରିଛି ଯାହା ଏହାକୁ ସାରା ଭାରତରେ ଫାଇନ ଗହଣା ଗ୍ରାହକଙ୍କ ପାଇଁ ୱାନ-ଷ୍ଟପ୍ ସପ୍ରେ ପରିଣତ କରିଛି । ଏହି ଉନ୍ମୋଚନ ଅବସରରେ ରିଲାଏନ୍ସ ଜୁଏଲସ୍ର ପ୍ରବକ୍ତା କହିଛନ୍ତି ଯେ, “ରାଉରକେଲାରେ ରିଲାଏନ୍ସ ଜୁଏଲସ୍ର ପ୍ରଥମ ସୋ’ରୁମ ଉଦଘାଟନ କରିବା ମୋତେ ଗର୍ବିତ କରିଛି । ଆମର ନୂଆ ସୋ’ରୁମ୍ ହେଉଛି ସ୍ୱତନ୍ତ୍ର ସପିଙ୍ଗ ଅନୁଭୂତି ଏବଂ ରିଟେଲ ପରିବେଶର ଏକ ଉକ୍ରୃଷ୍ଟ ସମିଶ୍ରଣ । ଏହି ସୋ’ରୁମ ବିସ୍ତୃତ ବର୍ଗର ଡିଜାଇନ୍ ପ୍ରଦର୍ଶନ କରିବ ଏବଂ ଗୁଣାତ୍ମକ ମାନ ଏବଂ ଶୁଦ୍ଧତାର ପ୍ରତିଶ୍ରୁତି ସହ ପାରମ୍ପରିକ ଏବଂ ସମସାମୟିକ ଗହଣା ପ୍ରଦାନ କରିବ ।’’
ଏହି ଅବସରରେ ଅଭିନେତ୍ରୀ, ମିସ୍ ଝିଲିକ ଭଟ୍ଟାଚାର୍ଜୀ କହିଛନ୍ତି ଯେ, “ଗହଣା ଜଣକଙ୍କ ସୁନ୍ଦରତାକୁ ସମର୍ଥନ କରିଥାଏ ଏବଂ ବଢ଼ାଇଥାଏ । ମୋ ପାଇଁ ଏହା ହେଊଛି ମୋ ଜୀବନର ଏକ ଅବିଚ୍ଛେଦ୍ୟ ଅଂଗ ଏବଂ ବିଭିନ୍ନ ପ୍ରକାର ମୁହୂର୍ତ ପାଇଁ ସ୍ୱତନ୍ତ୍ର ଡିଜାଇନ ଅନୁସନ୍ଧାନ କରିବାକୁ ମୁଁ ଭଲପାଏ । ମୁଁ ରିଲାଏନ୍ସ ଜୁଏଲସର ସମ୍ଭାରକୁ ଚାହିଁ ବସିଛି କାରଣ ଏହା ବିବାହ ହେଉ କିମ୍ବା ସାମାଜିକ କାର୍ଯ୍ୟକ୍ରମ, ଉତ୍ସବ ଏବଂ ପ୍ରତିଦିନର ଲୁକ୍ ପାଇଁ ସ୍ପଳ୍ପ ଡିଜାଇନ୍ ବିଶିଷ୍ଟ ଗହଣା, ପ୍ରତିଟି ଅବସର ପାଇଁ ଏହା ଆକର୍ଷଣୀୟ ବର୍ଗର ଗହଣା ପ୍ରଦର୍ଶନ କରୁଛି । ଏହି ବ୍ରାଣ୍ଡ୍ ସହିତ ସହଯୋଗିତା ସ୍ଥାପନ କରି ମୁଁ ଖୁସି ଏବଂ ସେମାନଙ୍କ ନୂଆ ଏବଂ ଆସିବାକୁ ଥିବା ଷ୍ଟୋରଗୁଡ଼ିକ ପାଇଁ ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି ।’’


Share It

Comments are closed.