ରିଲାଏନ୍ସ ଜୁଏଲ୍ସ ଚଳିତ ବିବାହ ଋତୁ ପାଇଁ କ୍ଲାସିକ ବ୍ରାଇଡାଲ୍ ଜୁଏଲାରୀର ଶୁଭାରମ୍ଭ କରିଛି


ନଭେମ୍ବର , ଭୁବନେଶ୍ୱର : ରିଲାଏନ୍‌ସ ଜୁଏଲ୍‌ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ବ୍ରାଇଡାଲ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ପାଇଁ ଡିଜାଇନର ଏକ କ୍ଲାସିକ୍ ବର୍ଗର ଶୁଭାରମ୍ଭ କରିଛି । ଏଥିରେ ରହିଛି ହାତ ତିଆରି ସଂସ୍କୃତି ସମ୍ପନ୍ନ ସୁନା ଓ ହୀରା ଜୁଏଲାରୀ । ନୂଆ ଜୁଏଲାରୀ ଲାଇନର ଶୁଭାରମ୍ଭ ସହିତ, ରିଲାଏନ୍ସ ଜୁଏଲ୍ସ ବିବାହ କରୁଥିବା କନ୍ୟାଙ୍କ ପାଇଁ ତାଙ୍କର ଜୀବନର ପରବର୍ତି ପର୍ଯ୍ୟାୟ ପାଇଁ ଶୁଭକାମନା ଜଣାଉଛି । ଏହି ନୂତନ ଜୁଏଲାରୀ ଲାଇନ୍ କେବଳ ବିବାହ ଉତ୍ସବ ପାଇଁ ନୁହେଁ ବରଂ ଆହୁରି ଅନେକ ଅବସର ଯଥା ନିର୍ବନ୍ଧ, ସଙ୍ଗୀତ, ମେହେନ୍ଦୀ, ସ୍ୱାଗତ ସମାରୋହ ଓ ଆହୁରି ଅନେକ କାର୍ଯ୍ୟ ପାଇଁ ଉପଯୋଗୀ ।

ଏହି କଲେକ୍ସନରେ ରହିଛି ସ୍ୱତନ୍ତ୍ର ହାତ ତିଆରି ସୁନା ଓ ଗହଣାର ନେକଉୟର ଯେଉଁଥିରେ ରହିଛି ଲେୟାରଡ୍ ଷ୍ଟାଇଲ୍ ଜୁଏଲାରୀ, ସୁନ୍ଦର ଚୋକର୍ସ, ଲମ୍ବା ଚେନ୍ ଓ ହାରାମ୍ ଯେଉଁଥିରେ ସୁନ୍ଦର କଳାକୃତି କରାଯାଇଛି । ଏଥିରେ ରହିଛି ସୁନା ଓ ଆଂଟିକ୍ ଡିଜାଇନର କ୍ଲାସିକ ବ୍ରାଇଡାଲ୍ ପିସ୍ । ଏଥିରେ ମଧ୍ୟ ରହିଛି ସ୍ୱତନ୍ତ୍ର ହେରିଟେଜ୍‌, ଟେମ୍ପଲ ଷ୍ଟାଇଲ୍ ଜୁଏଲାରୀ ଓ ସ୍ୱତନ୍ତ୍ର ଗୋଲ୍ଡ ଜୁଏଲାରୀ ରେଞ୍ଜ ଗୁଲାବ ମିନାକାରି କାମ ସହିତ ଯାହାକି ସୁନ୍ଦର ଭାବରେ ଭାରତୀୟ ସଂସ୍କୃତିକୁ ଏହାର ଆକର୍ଷଣୀୟ ଷ୍ଟାଇଲିସ୍ ଡିଜାଇନ୍ ମାଧ୍ୟମରେ ପ୍ରତିଫଳିତ କରିଥାଏ । ହୀରାର ବ୍ୟାପକ ସମ୍ଭାରରେ ସାମିଲ୍ ରହିଛି କ୍ଲାସିକ୍ ଚୋକର୍ସ, ଆକର୍ଷଣୀୟ ୟେଲୋ ନେକଲେସ୍ ସେଟ୍‌, ଧଳା ଓ ରୋଜ୍ ଗୋଲ୍ଡ ଫିନିସ୍ ଓ ବିଭିନ୍ନ ସେଟିଂ ଯେଉଁଥିରେ ପ୍ରତି କନ୍ୟାଙ୍କ ପାଇଁ ରହିଛି ମନଲାଖି ଗହଣାର ସମ୍ଭାର ।

ଏହି ୱେଡିଂ କଲେକ୍ସନରେ ରହିଛି ଡିଜାଇନ୍ ଯାହା ସାରା ଭାରତର ସଂସ୍କୃତି ଓ ପରମ୍ପରାକୁ ପ୍ରଦର୍ଶିତ କରିଥାଏ । ଉଭୟ ପାରମ୍ପରିକ ଓ ସମସାମୟିକ ଷ୍ଟାଇଲ୍ ସହିତ ବିଭିନ୍ନ ରେଞ୍ଜର ଓଜନ ବିକଳ୍ପ ଯାହା ପ୍ରତି ଝିଅଙ୍କ ପରିବାର ଆଶା କରିଥାନ୍ତି । ବିବାହ ଜୁଏଲାରୀର ନୂତନ କଲେକ୍ସନ ସହିତ, ରିଲାଏନ୍ସ ଜୁଏଲାରୀ ମଧ୍ୟ ୨୩ ଡିସେମ୍ବର ପର୍ଯ୍ୟନ୍ତ ସ୍ୱତନ୍ତ୍ର ୱେଡିଂ ଅଫର ର ଘୋଷଣା କରିଛି ଯେଉଁଥିରେ ରହିଛି ସୁନା ଗହଣାର ଗଢ଼ା ମଜୁରୀ ଉପରେ ଓ ହୀରା ଗହଣାର ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ।

ଏହି କଲେକ୍‌ସନ ସମ୍ପର୍କରେ ସୂଚନା ପ୍ରଦାନ କରି ସୁନିଲ୍ ନାୟକ, ସିଇଓ, ରିଲାଏନ୍ସ ଜୁଏଲ୍ସ କହିଛନ୍ତି ଯେ, “ଏହି କଲେକ୍ସନ ମାଧ୍ୟମରେ ଆମେ ପ୍ରତି ବିବାହ ପାଇଁ ପ୍ରସ୍ତୁତ ହେଉଥିବା କନ୍ୟାମାନଙ୍କୁ ଏକ ସୁଖୀ ଓ ସମୃଦ୍ଧ ବିବାହ ଜୀବନର କାମନା ଜଣାଉଛୁ । ଏଥିରେ ରହିଛି ପାରମ୍ପରିକ ତଥା ସମସାମୟିକ ଡିଜାଇନର ସମନ୍ୱୟ ଯାହା ଭାରତର କଳା ଓ ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟରୁ ଅନୁପ୍ରେରିତ । ଆମେ ରିଲାଏନ୍ସ ଜୁଏଲ୍ସରେ ପ୍ରତିଟି ଗହଣାକୁ ଯତ୍ନର ସହିତ ପ୍ରସ୍ତୁତ କରିଥାଉ ଯାହା ଏହାର ସୌନ୍ଦର୍ଯ୍ୟରେ ପ୍ରତିଫଳିତ ହୋଇଥାଏ ଓ ବିବାହ ପାଇଁ ପ୍ରସ୍ତୁତ ହେଉଥିବା ପ୍ରତି କନ୍ୟାଙ୍କ ପାଇଁ ଦିନଟିକୁ ସ୍ୱତନ୍ତ୍ର କରିଥାଏ ।”

ଏହି ଆକର୍ଷଣୀୟ କଲେକ୍ସନ ସାରା ଦେଶରେ ରିଲାଏନ୍ସ ଜୁଏଲ୍ସ ଫ୍ଲାଗସିପ୍ ଅପରେସନାଲ୍ ସୋରୁମ୍‌, ସପ୍‌-ଇନ୍ ସପ୍‌ରେ ଓ ରିଲାଏନ୍ସ ଜୁଏଲ୍ସ ୱେବସାଇଟ www.reliancejewels.com ରେ ଉପଲବ୍ଧ ଅଟେ ।


Share It

Comments are closed.