ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ଆଭାର କଲେକ୍‌ସନ ୨୦୨୨ର ଶୁଭାରମ୍ଭ


ଭୁନେଶ୍ବର, ଅଗଷ୍ଟ ୧୧, ୨୦୨୨ : ପ୍ରତି ବର୍ଷ ରିଲାଏନ୍‌ସ ଜୁଏଲ୍‌ସ, ଆନିଭର୍ସାରିରେ କିଛି ନୂତନ ଡିଜାଇନ୍ ସହିତ କୃତଜ୍ଞତା ଜ୍ଞାପନ କରିଥାଏ ଯେଉଁଥିରେ ରହିଛି ଆକର୍ଷଣୀୟ ଆଭାର କଲେକ୍‌ସନ । ଚଳିତ ବର୍ଷ ଏହା ୧୫ତମ ଆନିଭର୍ସାରିରେ ପାଳନ ଅବସରରେ ଆଭାର କଲେକ୍‌ସନ ୨୦୨୨ ରେ ରହିଛି ଆଧୁନିକ ଜିଓମେଟ୍ରିକ୍ ଓ ଏକଲେକଟିକ୍ ଅନୁପ୍ରେରିତ ଅପ୍‌ଟିକାଲ ଇଲ୍ୟୁଜନ ଯାହାକି ଭବିଷ୍ୟତରେ ଆଗକୁ ବଢ଼ିବା ପାଇର୍ ଆପଣଙ୍କୁ ପ୍ରେରଣା ଯୋଗାଇଥାଏ ।

“ରିସ୍ତୋଁ କି ଡୋର୍‌, ନୟେ କଲ୍ କି ଔର” ଅଭିଯାନ ସହିତ ଆଭାର କଲେକ୍‌ସନ ୨୦୨୨ ରେ ରହିଛି ଏହି ବିଷୟବସ୍ତୁରେ ଫିଟ୍ ହେଉଥିବା ଆକର୍ଷଣୀୟ ଡିଜାଇନ୍ । ଏହା ଏକ ସୁନ୍ଦର ନୂତନ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ନିମନ୍ତେ ଅନୁପ୍ରେରିତ କରିଥାଏ । ଏଥିରେ ରହିଛି ଜିଓମେଟ୍ରିକ୍ ମୋଟିଫ୍‌ସ, ୩ଡି ପ୍ଲେ-ଅନ ଏଲିମେଂଟସ, ସୁନା ଓ ଡାଏମଣ୍ଡ ଡିଜାଇନ ଇୟରିଂର ଡିଜାଇନକୁ ବୃଦ୍ଧି କରିଥାଏ ଓ ଏହା ଫେସନ ପାଇଁ ସର୍ବୋତମ ଅଳଙ୍କାର ଭାବରେ ପ୍ରସ୍ତୁତ କରିଥାଏ ଓ ମହିଳାମାନଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ । ‘ଅପ୍ଟିକାଲ୍ ଇଲ୍ୟୁଜନ’ର ଅନୁପ୍ରେରଣା ସୁନ୍ଦର ଭାବରେ ଏକଲେକ୍‌ଟିକ୍ ମକ୍ଟଳର ସହିତ ସମସାମୟିକ ଜିଓମେଟ୍ରିକ୍ ପାଟର୍ଣ୍ଣ, ଲେୟାର, ଲାଇନ୍ ଓ ଆକାରରେ ଧରି ରଖାଯାଇଛି ।

ଏହି କଲେକ୍‌ସନରେ ଥିବା ପ୍ରତି ଡିଜାଇନ୍‌ରେ ଗ୍ରାହକମାନଙ୍କର ପସନ୍ଦ ଅନୁସାରେ ବ୍ୟାପକ ଶ୍ରେଣୀୟ ଷ୍ଟାଇଲିଂ ବିକଳ୍ପ ରହିଛି ଯାହା ଆପଣଙ୍କର ଷ୍ଟାଇଲକୁ ବହୁଗୁଣିତ କରିଥାଏ । ଏହାର ପ୍ରତିଟି ଡିଜାଇନ୍ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହିତ, ବ୍ୟକ୍ତିତ୍ୱ ଓ ସ୍ୱତନ୍ତ୍ରତାକୁ ମଧ୍ୟ ବୃଦ୍ଧି କରିଥାଏ । ପାର୍ବଣ ଋତୁରେ ଏହା ଏହା ଆପଣଙ୍କର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ । ଏହାକୁ ମଧ୍ୟ ପ୍ରତି ଦିନ ବ୍ୟବହାର କରାଯାଇପାରେ ଯାହା ନିଜର ବ୍ୟକ୍ତିତ୍ୱ ବୃଦ୍ଧିରେ ସହାୟକ ଅଟେ । ଏହି କଲେକ୍‌ସନ ଉଭୟ ସୁନା ଓ ଡାଏମଣ୍ଡ ବିକଳ୍ପରେ ୩୦୦+ ରିଲାଏନ୍‌ସ ଜୁଏଲ୍ ସୋରୁମରେ ଓ ସାରା ଭାରତରେ ଥିବା ୧୫୦+ ସହରରେ ସପ୍‌-ଇନ୍‌-ସପ୍ ରେ ଉପଲବ୍ଧ ରହିଛି । ଏହି ନୂତନ କଲେକ୍‌ସନକୁ ନୂତନ ଭାବରେ ଶୁଭାରମ୍ଭ କରାଯାଇଥିବା ଆଭାର ଫିଲ୍‌ମ https://www.youtube.com/watch?v=FFiXPvx0-TY ରେ ଦେଖା ଯାଇପାରିବ ।

ଏହି ନୂତନ କଲେକ୍‌ସନ ସମ୍ପର୍କରେ ସୂଚନା ପ୍ରଦାନ କରି, ସୁନିଲ୍ ନାୟକ, ସିଇଓ, ରିଲାଏନ୍‌ସ ଜୁଏଲ୍‌ସ କହିଛନ୍ତି ଯେ, “ପ୍ରତି ବର୍ଷ ଆମର ଆନିଭର୍ସାରିରେ ଆଭାର କଲେକ୍‌ସନର ଶୁଭାରମ୍ଭ କରାଯାଇଥାଏ । ଆମର ଲକ୍ଷ୍ୟ ହେଉଛି ଆମର ଗ୍ରାହକମାନଙ୍କ ପାଇଁ କୃତଜ୍ଞତାସ୍ୱରୂପ ବ୍ରାଣ୍ଡର ଲୟାଲିଟି ଓ ଭଲ ପାଇବାର ଏକ ନିଦର୍ଶନ ସ୍ୱରୂପ ସବୁଠାରୁ ଆକର୍ଷଣୀୟ ଡିଜାଇନ୍ ପ୍ରସ୍ତୁତ କରିବା । ଏହା ମଧ୍ୟ ସେମାନଙ୍କୁ ସେମାନଙ୍କର କୃତଜ୍ଞତାକୁ ନିଜର ପ୍ରିୟଜନଙ୍କ ନିକଟରେ ପ୍ରକାଶ କରିବାର ସୁଯୋଗ ପ୍ରଦାନ କରିଥାଏ । ଚଳିତ ବର୍ଷ ୧୫ତମ ବାର୍ଷିକୋତ୍ସବରେ ଆମେ ଏକ ନୂତନ, ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଶ୍ରୁତି ନେଇ ଆଗକୁ ବଢ଼ୁଛୁ ଓ ଏହି ବିଷୟବସ୍ତୁକୁ ଡିଜାଇନ୍ ଥିମ ଓ ଉପାଦାନରେ ଏକ ଆଧୁନିକ ଓ ସମସାମୟିକ ଭାବରେ ସାମିଲ୍ କରାଯାଇଛି । ସମୟ ସହିତ ନିଜକୁ ଖାପ ଖୁଆଇ, ଏହି କଲେକ୍‌ସନ ଷ୍ଟାଇଲର ଏକ ନୂତନ ଡାଇମେନ୍‌ସନକୁ ପରିପ୍ରକାଶ କରିଥାଏ ।”

ରିଲାଏନ୍‌ସ ଜୁଏଲ୍‌ସରେ ୧୫ତମ ବାର୍ଷିକୋତ୍ସବର ପାଳନ କରାଯାଉଛି ଓ ଏହାକୁ ଆଭାର କଲେକ୍‌ସନର ଉତ୍କୃଷ୍ଟ କରିଗରି ମାଧ୍ୟମରେ ପରିପ୍ରକାଶ କରାଯାଉଛି । ଗତ କିଛି ବର୍ଷ ଧରି, ବ୍ରାଣ୍ଡ ଅନେକ ନୂତନ ଜୁଏଲାରୀ ଓ ଡିଜାଇନ୍ ମାଧ୍ୟମରେ ଏକ ଆବେଗିକ ସମ୍ପର୍କ ସ୍ଥାପନ କରିବା ଉପରେ ଧ୍ୟାନ ପ୍ରଦାନ କରୁଛି । ଏହା ପ୍ରତି କ୍ଷଣକୁ ଉପଭୋଗ କରିବା ପାଇଁ ଅନୁପ୍ରେରିତ କରୁଛି, ରିଲାଏନ୍‌ସ ଜୁଏଲ୍‌ସ ଏହାର ଗ୍ରାହକମାନଙ୍କ ଜୀବନରେ ଅନେକ ଖୁସିର ସମୟକୁ ପାଳନ କରିବା ସହିତ ପର୍ବ ପର୍ବାଣୀ ଅବସରରେ ସେମାନଙ୍କ ଜୀବନରେ ଆନନ୍ଦ ଭରି ଦେଉଛି । ଏହା ସହିତ, ବ୍ରାଣ୍ଡ ଏହାର ଗ୍ରାହକମାନଙ୍କ ପାଇଁ ସର୍ବଦା କିଛି ନା କିଛି ନୂତନ କଲେକ୍‌ସନ ଓ ଅଫର ନେଇ ଆସିଥାଏ ।


Share It

Comments are closed.