ରିଲାଏନ୍ସ ଇଣ୍ଡଷ୍ଟ୍ରିଜ଼ର ଦ୍ୱିତୀୟ ତ୍ରୟମାସ ନିଟ ଲାଭ ୪୬% ବୃଦ୍ଧି ସହ ୧୫,୪୭୯ କୋଟି ଟଙ୍କା


ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ଼ ଲିମିଟେଡ଼ର ନିଟ ଲାଭ ୪୬% ବୃଦ୍ଧି ପାଇ ୧୫,୪୭୯ କୋଟି ହୋଇଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଗତବର୍ଷ ଦ୍ୱିତୀୟ ତ୍ରୟମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନିଟ୍ ଲାଭ ୧୦,୬୦୨ କୋଟି ଟଙ୍କା ଥିବା ବେଳେ ଜୁନରେ ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ କମ୍ପାନି ୧୩,୮୦୬ କୋଟି ଟଙ୍କା ଲାଭ କରିଥିଲା ।

ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକରେ କମ୍ପାନିର ରିଟେଲ୍‌ଡିଜିଟାଲ୍ ଏବଂ ତୈଳ ଠାରୁ ଆରମ୍ଭ କରି କେମିକାଲ୍ (ରସାୟନ) ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଭଲ ବ୍ୟବସାୟ ହୋଇଛି । କମ୍ପାନିର ମୋଟ ରାଜସ୍ୱଗତବର୍ଷ ଏହି ସମୟ ତୁଳନାରେ ୪୯.୨ ପ୍ରତିଶତ ବୃଦ୍ଧି ସହ ୧.୯୧ ଲକ୍ଷ କୋଟି ଟଙ୍କାରେ ପହଂଚିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।


Share It

Comments are closed.