ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଭୁବନେଶ୍ୱର ଓ କଟକରେ ଅଭାବୀ ପରିବାରମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ କିଟ୍ ପ୍ରଦାନ


ଭୁବନେଶ୍ୱର: ବର୍ତ୍ତମାନର ଲକ୍‌ଡାଉନ୍ ସମୟରେ ଭୁବନେଶ୍ୱର ଓ କଟକ ସହରର ବିଭିନ୍ନ ବସ୍ତି, ବୃଦ୍ଧାଶ୍ରମ ଏବଂ ଶ୍ରମିକ କ୍ୟାମ୍ପ୍‌ଗୁଡିକରେ ରହୁଥିବା ସହସ୍ରାଧିକ ଅଭାବୀ ପରିବାରମାନଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଶୁଖିଲା ଗ୍ରୋସେରୀ ସାମଗ୍ରୀ କିଟ୍ ପ୍ରଦାନ କରାଯାଇଛି ।
ଚାଉଳ, ଡାଲି, ଚିନି, ଖାଇବା ତେଲ, ମସଲା, ସାବୁନ୍ ଇତ୍ୟାଦି ରହିଥିବା ଏହି ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ଗୁଡିକୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ନିଃସହାୟ ଲୋକଙ୍କୁ ସ୍ଥାନୀୟ ସ୍ୱେଚ୍ଛୀସେବୀ ସହଯୋଗୀ ସଂସ୍ଥା ଓଡିଶା ଗୁଜରାଟୀ ସମାଜ ଏବଂ ହମାରା ବଚପନ୍ ଟ୍ରଷ୍ଟ୍ ଜରିଆରେ ବଣ୍ଟନ କରାଯାଉଛି । ଏହି କିଟ୍ ଭୁବନେଶ୍ୱର, କଟକ ଓ ଆଖପାଖ ବଭିନ୍ନ ଅଂଚଳରେ ରହୁଥିବା ରିକ୍ସା ଚାଳକ, ସଫେଇ କର୍ମଚାରୀ, ବୃଦ୍ଧାଶ୍ରମର ଅନ୍ତେବାସୀ, ବସ୍ତିବାସିନ୍ଦା, ଘରୋଇ ସହାୟିକା, ଭିନ୍ନକ୍ଷମ ଓ ଦିନ ମଜୁରିଆଙ୍କ ପରିବାରକୁ ପ୍ରଦାନ କରାଯାଉଛି । ଭୁବନେଶ୍ୱର ମହାନଗର ନିଗମ ଏବଂ କଟକ ମହାନଗର ନିଗମ ପକ୍ଷରୁ ପ୍ରଦାନ କରାଯାଉଥିବା ତଥ୍ୟ ଓ ସୂଚନା ଆଧାରରେ ବଭିନ୍ନ ଅଂଚଳରେ ସହାୟତା ଆବଶ୍ୟକ କରୁଥିବା ନିଃସହାୟ ଲୋକଙ୍କୁ ଏହା ଯୋଗାଇ ଦିଆଯାଉଛି ।
ଗତ ପାଂଚ ଦିନ ମଧ୍ୟରେ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ୩୩୦୦ ରୁ ଅଧିକ ପରିବାରକୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ପ୍ରଦାନ କରାଯାଇସାରିଥିବା ବେଳେ ଚଳିତ ସପ୍ତାହରେ ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ସମେତ ଭଦ୍ରକ ସହରକୁ ଏହା ସଂପ୍ରସାରିତ ହେବା ଯୋଜନା ରହିଛି ।
କଟକରେ ସହାୟତା ପ୍ରଦାନ କରାଯାଇଥିବା ଅଂଚଳଗୁଡିକ ମଧ୍ୟରେ ରହିଛି ଛତ୍ରବଜାର, ନଦୀକୂଳ ସାହି, ମହତାବ ନଗର, ସତିଗୁମ୍ଫା, କୃଷକ ବଜାର, କାଠଯୋଡି ବିହାର, ପେଟା ନାଳ, ହଇରାଣପୁର ବସ୍ତି, ଇମାମ୍‌ପଡା, ସତୀ ଚଉରା, ଗୋପବନ୍ଧୁ ନଗର ଇତ୍ୟାଦି । ସେହିଭଳି ଭୁବନେଶ୍ୱରରେ ଟଙ୍କପାଣି ରୋଡ୍‌, ଲିଙ୍ଗରାଜ ମନ୍ଦିର ରୋଡ୍ ଓ ମହତାବ ରୋଡ୍‌ରେ ରହିଥିବା ଜରାନିବାସ ସମେତ ଶିଶୁପାଳଗଡରେ ରହୁଥିବା ଦିନ ମଜୁରିଆ ଏବଂ ଜିଜିପି କଲୋନୀ, ରସୁଲଗଡ, ହଂସପାଳ, ଟଙ୍କପାଣି ରୋଡ୍‌ରେ ନଃସହାୟ ପରିବାରଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଗ୍ରୋସେରୀ ସାମଗ୍ରୀ କିଟ୍ ପ୍ରଦାନ କରାଯାଇଛି । ଏଥିସହିତ ପଳାଶପଲ୍ଲୀ ଓ ଲକ୍ଷ୍ମୀସାଗର ଅଂଚଳର ଭିନ୍ନକ୍ଷମ ପ୍ରତିଷ୍ଠାନ, ବାଲିଅନ୍ତାରେ ଇଟାଭାଟି ଶ୍ରମିକ ଏବଂ ସହରର ସଫେଇ କର୍ମଚାରୀଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ ଯେ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ସାରା ଦେଶର ୧୬ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳର ୬୧ ଟି ଜିଲ୍ଲାରେ ନିଃସହାୟ ବ୍ୟକ୍ତି ଓ ଶ୍ରମିକ ମାନଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ପ୍ରଦାନ କରାଯାଉଛି । ମଙ୍ଗଳବାର ସୁଦ୍ଧା ଫାଉଣ୍ଡେସନ୍ ପକ୍ଷରୁ ଏକ କୋଟି ସତଚାଳିଶ ଲକ୍ଷ ଏକସ୍ତରୀ ହଜାର ପାଞ୍ଚ ଶହ ସତାନବେ ଭୋଜନ ପ୍ରଦାନ କରାଯାଇଛି । ଏଥି ସହିତ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ୫୦୦ କୋଟି ଟଙ୍କା ସମେତ ରିଲାଏନ୍ସ ପକ୍ଷରୁ ବିଭିନ୍ନ ରିଲିଫ୍ ପାଣ୍ଠିକୁ ୫୩୫.୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ବିଏମ୍‌ସି ସହିତ ମୁମ୍ବାଇରେ ୧୦୦ ଶଯ୍ୟା ବିଶିଷ୍ଟ ସ୍ୱସନ୍ତ୍ର କୋଭିଡ୍‌୧୯ ହସ୍ପିଟାଲ୍ ସ୍ଥାପନ କରାଯାଇଛି ।
ରିଲାଏନ୍ସ ପକ୍ଷରୁ ଜରୁରୀକାଳୀନ ସେବାରେ ନିୟୋଜିତ ୩୩୪୭ ଗାଡିରେ ୧,୨୭,୮୪୮ ଲିଟର ଇନ୍ଧନ ଯୋଗାଇ ଦିଆଯାଇଛି ଏବଂ ଦୈନିକ ଏକ ଲକ୍ଷ ମାସ୍କ ଓ ସହସ୍ରାଧିକ ପିପିଇ ଉତ୍ପାଦନ କରାଯାଉଛି । ସେହିଭଳି ରିଲାଏନ୍ସ ଜିଓ ପ୍ରାୟ ୪୦ କୋଟି ଲୋକଙ୍କୁ ନିରବଚ୍ଛିନ୍ନ ନେଟ୍‌ୱର୍କ ପ୍ରଦାନ କରାଯାଉଥିବା ବେଳେ ରିଲାଏନ୍ସ ରିଟେଲ୍ ପକ୍ଷରୁ ପ୍ରତିଦିନ ନିୟୁତାଧିକ ଭାରତୀୟଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଯାଉଛି ।


Share It

Comments are closed.