ରିଲାଏନ୍ସ ଫାଉଣ୍ଡେସନ ଓ ଭାଇଟାଲ୍ ଭଏସେସ୍ ପକ୍ଷରୁ ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ମହିଳାଙ୍କ ପାଇଁ ‘ଓମେନ୍ ଲିଡ୍ ଇଣ୍ଡିଆ ଫେଲୋସିପ୍‌’ର ଶୁଭାରମ୍ଭ


ଭୁବନେଶ୍ୱର: ସାମାଜିକ କ୍ଷେତ୍ରରେ ମହିଳା ନେତୃତ୍ୱକୁ ସମୃଦ୍ଧ କରିବା ଲକ୍ଷ୍ୟ ନେଇ ରିଲାଏନ୍ସ ଫାଉଣ୍ଡେସନ ଓ ଭାଇଟାଲ୍ ଭଏସେସ୍ ପକ୍ଷରୁ “ଓମେନ୍ ଲିଡ୍ ଇଣ୍ଡିଆ ଫେଲୋସିପ୍‌’ର ଶୁଭାରମ୍ଭ କରାଯାଇଛି । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଦେଶବ୍ୟାପୀ ଅଭିଯାନ ହେଉଛି ଏକ ୧୦ ମାସିଆ ଫେଲୋସିପ୍ କାର୍ଯ୍ୟକ୍ରମ ଯାହା ସମାଜରେ ପରିବର୍ତନର ବାର୍ତାବହ ସାଜିଥିବା ମହିଳାମାନଙ୍କ ନେତୃତ୍ୱ ଦକ୍ଷତାକୁ ସୁଦୃଢ଼ କରିବ ।

ବିଶେଷ କରି ଗ୍ରାମୀଣ ରୂପାନ୍ତରଣ, ଶିକ୍ଷା, କ୍ରୀଡ଼ାର ବିକାଶ, କଳା, ସଂସ୍କୃତି ଓ ଐତିହ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ଏହି ଫେଲୋସିପ୍ ପ୍ରଦାନ କରାଯିବ । ଏଥିପାଇଁ ସର୍ବଭାରତୀୟ ସ୍ତରରେ ଆବେଦନ ଆହ୍ୱାନ କରାଯାଇଛି । ଆବେଦନର ଶେଷ ତାରିଖ ହେଉଛି ୨୦୨୨ ଅକ୍ଟୋବର ୩ ତାରିଖ । ପରିବର୍ତନ ଆଣିବା ଲାଗି ଏକ କିମ୍ବା ଏକାଧିକ ସାମାଜିକ କ୍ଷେତ୍ରରେ ଅତିକମ୍‌ରେ ତିନି ବର୍ଷର କାର୍ଯ୍ୟ କରିବାର ଅଭିଜ୍ଞତା ଥିବା ମହିଳାମାନେ ଏହି ଫେଲୋସିପ୍ ପାଇଁ ଆବେଦନ କରିପାରିବେ । ସେମାନଙ୍କ ପୂର୍ବ ଅନୁଭୂତି ଅନୁସାରେ ସେମାନଙ୍କୁ ତିନିଟି ବିଷୟ ଯଥା ଅର୍ଥନୈତିକ ସଶକ୍ତୀକରଣ ଓ ଉଦ୍ୟମିତା, ସାମାଜିକ କ୍ଷେତ୍ରର ନେତୃତ୍ୱ ଓ ପରିବର୍ତନର ବାର୍ତାବହ (ଚେଂଜ୍‌ମେକର) ଭାବେ ମେଟରିଂ ସହାୟତା ପ୍ରଦାନ କରାଯିବ ।

ଏହି ଫେଲୋସିପ୍‌ର ଉଦଘାଟନୀ ସଂସ୍କରଣରେ ନେତୃତ୍ୱ ନେଉଥିବା ୫୦ ଜଣ ମହିଳାଙ୍କ ସ୍ୱତନ୍ତ୍ର ନେତୃତ୍ୱ ଦକ୍ଷତା ଗଠନ ଓ କୌଶଳ ବିକାଶ କରାଯିବ । ଏହି ଅଭିଯାନରେ ଯେଉଁ ମହିଳାମାନଙ୍କୁ ଚୟନ କରାଯିବ ସେମାନେ ମେଂଟରିଂ ସହାୟତା ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ଯୋଡ଼ି ହେବାର ସୁଯୋଗ ମଧ୍ୟ ପାଇବେ ।

ଏ ସମ୍ପର୍କରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନି କହିଛନ୍ତି ଯେ, “କେବଳ ନିଜକୁ ନୁହେଁ ବରଂ ନିଜ ପରିବାର ଓ ସମାଜକୁ ସଶକ୍ତ କରିବା ଲାଗି ମହିଳାଙ୍କ ପାଖରେ ଥିବା ସାମଗ୍ରିକ ଓ ଅଭିନବ ଶକ୍ତି ଉପରେ ଆମର ବିଶ୍ୱାସ ରହିଛି । ଯେତେବେଳେ ମହିଳାମାନେ ପରସ୍ପର ସହ ମିଶି ଆଗକୁ ବଢ଼ିଥାନ୍ତି ସେମାନେ ଏକ ନେଟ୍‌ୱର୍କ ଓ ବ୍ୟବସ୍ଥା ଗଠନ କରନ୍ତି ଯାହା ସେମାନଙ୍କ ଚାରିପାଖରେ ଥିବା ଦୁନିଆର ରୂପାନ୍ତରଣରେ ସହାୟକ ହୋଇଥାଏ । ମହିଳାମାନଙ୍କ ଭିତରେ ନେତୃତ୍ୱକୁ ଆଗକୁ ବଢ଼ାଇବା ଓ ସେଥିପାଇଁ ସହାୟତା ପ୍ରଦାନ କରିବା ହେଉଛି ଆମର ଲକ୍ଷ୍ୟ । ରିଲାଏନ୍ସ ଫାଉଣ୍ଡେସନ ଓ ଭାଇଟାଲ୍ ଭଏସେସ୍‌ର ଓମେନ୍ ଲିଡ୍ ଇଣ୍ଡିଆ ଫେଲୋସିପ୍ ହେଉଛି ନେତୃତ୍ୱ ନେଉଥିବା ଆକାଂକ୍ଷୀ ମହିଳାମାନଙ୍କୁ ସମୃଦ୍ଧ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯେଉଁମାନେ ଭାରତର ସାମାଜିକ ପରିବର୍ତନର ଅଗ୍ରଦୂତ ହୋଇରହିବେ ।’’

ଭାଇଟାଲ୍ ଭଏସେସ୍‌ର ସହ ପ୍ରତିଷ୍ଠାତା, ସଭାପତି ଓ ସିଇଓ ମିସ୍ ଅଲାଇସି ନେଲ୍‌ସନ୍ କହିଛନ୍ତି ଯେ, “ପ୍ରତି ସମସ୍ୟା ସମାଧାନକାରୀଙ୍କୁ ସହାୟକ ନେଟ୍‌ୱର୍କ ଦରକାର ଏବଂ ଭାରତ ଓ ବାହାରେ ଲୋକମାନଙ୍କୁ ସଶକ୍ତ କରିବା ଲାଗି କାମ କରୁଥିବା ମହିଳା ଓ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ କାମରେ ଦୀର୍ଘମିଆଦୀ ନିବେଶ କରି ଆମେ ନେତୃତ୍ୱ ନେଉଥିବା ଏହି ମହିଳାମାନଙ୍କୁ ସେହି ସହଯୋଗୀ ନେଟୱର୍କ ପ୍ରଦାନ କରିବାକୁ ଚାହୁଛୁ । ଭାରତର ପରବର୍ତୀ ପିଢ଼ିର ନେତୃତ୍ୱ ନେଉଥିବା ମହିଳାଙ୍କ ପାଇଁ ଏହି ନିବେଶ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ସହ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ ।’’


Share It

Comments are closed.