ବର୍ଜ୍ୟ ପ୍ଲାଷ୍ଟିକ ବୋତଲ ବିରୋଧରେ ରିଲାଏନ୍ସ କର୍ମଚାରୀଙ୍କ ଅଭିଯାନ


ଏକ ଭିନ୍ନ ଧରଣର ସଂଗ୍ରହ ଅଭିଯାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଦାତବ୍ୟ ଅନୁଷ୍ଠାନ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି ଯେ ଏହାର ‘ରିସାଇକଲ ୪ ଲାଇଫ’ ଅଭିଯାନରେ ସ୍ୱେଚ୍ଛାସେବୀମାନେ ରିସାଇକ୍ଲିଂ ପାଇଁ ୭୮ ଟନରୁ ଅଧିକ ବର୍ଜ୍ୟ ପ୍ଲାଷ୍ଟିକ ବୋତଲ ସଂଗ୍ରହ କରିଛନ୍ତି । ତିନି ଲକ୍ଷରୁ ଅଧିକ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ପାର୍ଟନର ଏବଂ ଜିଓ ଓ ରିଲାଏନ୍ସ ରିଟେଲ ଭଳି ଆନୁଷଂଗିକ ବ୍ୟବସାୟ ତରଫରୁ ଭାରତର ବିଭିନ୍ନ ସ୍ଥାନରେ କରାଯାଇଥିବା ସଂଗ୍ରହ ଯୋଗୁ ଏହି ଅଭିଯାନରେ ରେକର୍ଡ ପରିମାଣର ବର୍ଜ୍ୟ ପ୍ଲାଷ୍ଟିକ ବୋତଲ ସଂଗ୍ରହ କରିବା ସମ୍ଭବପର ହୋଇଥିଲା ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ତରଫରୁ ଏହାର ସମସ୍ତ କଂପାନିରେ ଗତ ଅକ୍ଟୋବର ମାସରେ “ରିସାଇକଲ ୪ ଲାଇଫ’ ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ନିଜ ପରିପାର୍ଶ୍ୱରେ ପଡ଼ିଥିବା ବର୍ଜ୍ୟ ପ୍ଲାଷ୍ଟିକ ବୋତଲଗୁଡ଼ିକୁ ସଂଗ୍ରହ କରି ରିସାଇକଲ କରିବା ଲାଗି କାର୍ଯ୍ୟାଳୟକୁ ଆଣିବା ନିମନ୍ତେ କର୍ମଚାରୀମାନଙ୍କୁ ଏହି ଅଭିଯାନ ଜରିଆରେ ଉତ୍ସାହିତ କରାଯାଇଥିଲା । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ସମସ୍ତ କଂପାନି ଏଥିରେ ସର୍ବଭାରତୀୟ ଅଭିଯାନରେ ଅଂଶଗ୍ରହଣ କରି ସ୍ୱଚ୍ଛ ଓ ସବୁଜ ପୃଥିବୀ ଲାଗି ରିସାଇକ୍ଲିଂର ବାର୍ତା ବାଂଟିଥିଲେ ।
ଶ୍ରୀମତୀ ନୀତା ଅମ୍ବାନି, ପ୍ରତିଷ୍ଠାତା ଓ ଅଧ୍ୟକ୍ଷା, ରିଲାଏନ୍ସ ଫାଉଣ୍ଡେସନ କହିଛନ୍ତି ଯେ, “ରିଲାଏନ୍ସ ଫାଉଣ୍ଡେସନରେ ଆମେ ବିଶ୍ୱାସ କରୁ ଯେ ଆମ ପରିବେଶର ଯତ୍ନ ନେବା ସବୁଠୁ ଗୁରୁôତ୍ୱପୂର୍ଣ୍ଣ । ସ୍ୱଚ୍ଛତା ହିଁ ସେବା ବାର୍ତାର ପ୍ରଚାର, ପ୍ରସାର ଏବଂ ପାଳନ ପାଇଁ ରିଲାଏନ୍ସ ଫାଉଣ୍ଡେସନ ଜାରି ରଖିଥିବା ଉଦ୍ୟମକୁ ଦୃଷ୍ଟିରେ ରଖି ରିସାଇକଲିଂର ଗୁରତ୍ୱ ବିଷୟରେ ସଚେତନତା ବଢ଼ାଇବା ଲାଗି ଆମେ ରିସାଇକଲ ୪ ଲାଇଫ ଅଭିଯାନର ଶୁଭାରମ୍ଭ କରିଥିଲୁ । ଭାରତର କୋଣ ଅନୁକୋଣରେ ଥିବା ହଜାର ହଜାର ରିଲାଏନ୍ସ କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟ ସ୍ୱେଚ୍ଛାସେବୀ ଭାବେ ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ ଏବଂ ରେକର୍ଡ ପରିମାଣର ବର୍ଜ୍ୟ ପ୍ଲାଷ୍ଟିକ ବୋତଲକୁ ସଂଗ୍ରହ କରି ରିସାଇକଲ କରିବାକୁ ଦେଇଥିଲେ । ଆମେ ଆମର ଭବିଷ୍ୟତ ପିିଢ଼ି ଲାଗି ଏକ ଉତମ, ସ୍ୱଚ୍ଛ ଓ ସବୁଜ ଦୁନିଆ ସୃଷ୍ଟି କରିବାକୁ ପ୍ରତିବଦ୍ଧ ।”
ରିସାଇକଲ ୪ ଲାଇଫ ଅଭିଯାନ ଜରିଆରେ ସଂଗ୍ରହ କରାଯାଇଥିବା ପ୍ଲାଷ୍ଟିକ ବୋତଲଗୁଡ଼ିକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏକ ରିସାଇକଲିଂ ୟୁନିଟରେ ରିସାଇକଲ କରାଯିବ । ପ୍ଲାଷ୍ଟିକ ବୋତଲକୁ ଭାଲ୍ୟୁ ଆଡେଡ ଫାଇବରରେ ପରିଣତ କରି ତାହାକୁ ବୟନ କାର୍ଯ୍ୟରେ ବ୍ୟବହାର କରାଯିବ ଓ ଏଥିପାଇଁ କଂପାନି ଆର ଏଲାନ ଗ୍ରିନ ଗୋଲ୍ଡ ଫେବ୍ରିକ ପ୍ରଯୁକ୍ତି ବିକଶିତ କରିଛି ।
ସ୍ୱଚ୍ଛତା ଅଭିଯାନକୁ ରିଲାଏନ୍ସ ଫାଉଣ୍ଡେସନ ନିୟମିତ ଭାବେ ସମର୍ଥନ ଯୋଗାଇ ଆସୁଛି । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଜିଓର କର୍ମ·ରୀମାନେ ସାରା ଦେଶରେ ଥିବା ୮୦୦ରୁ ଅଧିକ ରେଳ ଷ୍ଟେସନରେ ବଡ଼ ଧରଣର ସ୍ୱଚ୍ଛତା ଅଭିଯାନ ଆୟୋଜନ କରିଥିଲେ । ରିଲାଏନ୍ସ ଫାଉଣ୍ଡେସନର ଡାକ୍ତର ଓ ନର୍ସମାନେ ସେମାନଙ୍କ ଆଖପାଖରେ ସ୍ୱଚ୍ଛତା ଅଭିଯାନ ଜାରି ରଖିଛନ୍ତି ।

Share It

Comments are closed.