ରେଡମି ପକ୍ଷରୁ ନୂତନ ସ୍ମାର୍ଟଫୋନର ଶୁଭାରମ୍ଭ


ଭୁବନେଶ୍ୱର : ଭାରତର ଅଗ୍ରଣୀ ସ୍ମାର୍ଟଫୋନ୍ ବ୍ରାଣ୍ଡ ସାଓମି ଆଜି ବହୁ ପ୍ରତିକ୍ଷୀତ ରେଡ଼ମି କେ୨୦ ସିରିଜ୍ ସ୍ମାର୍ଟଫୋନ୍ – ରେଡ଼ମି କେ୨୦ ଓ କେ୨୦ ପ୍ରୋ ଶୁଭାରମ୍ଭ କରିଛି, ଯାହା ରେଡ଼ମି ସବ୍-ବ୍ରାଣ୍ଡ ଅଧିନରେ ଶୁଭାରମ୍ଭ ହୋଇଥିବା ପ୍ରଥମ ସିରିଜ୍ । ରେଡ଼ମି କେ୨୦ ଓ କେ୨୦ ପ୍ରୋ ଏକ ଉତ୍ତମ ଶୁଭାରମ୍ଭ, ଉଭୟ ଫୋନ୍ରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରଦାନ କରିବା ସହିତ ଉଚ୍ଚ ମାନର ଗ୍ରାହକ ଅନୁଭୂତିର ପ୍ରତିଶୃତି ପ୍ରଦାନ କରିଥାଏ ।
ଉଭୟ ରେଡ଼ମି କେ୨୦ ଓ କେ୨୦ ପ୍ରୋ ୧୬.୨ ସେମି (୬.୩୯) ୧୯.୫:୯ଫୁଲ୍ ଏଚଡି + ଆମୋଲିଡ଼ ହୋରଇଜୋନ୍ ଡିସପ୍ଲେ, ସମସ୍ତ କ୍ଷତ୍ରେରେ ସର୍ବନିମ୍ନ ବେଜେଲ୍ ଆଦି ବୈଶିଷ୍ଟ୍ୟ ପ୍ରଦାନ କରିଥାଏ । ୨୦ ଏମ୍ପି ପପ୍-ଅପ୍ ସେଲ୍ଫି କ୍ୟାମେରା ସହିତ ରେଡ଼ମି କେ୨୦ ସିରିଜ୍ ଚମତ୍କାର ୯୧.୯% ସ୍କ୍ରିନ୍-ଟୁ-ବଡି ଅନୁପାତ ଗ୍ରହଣ କରିିଥାଏ, ଯାହା ଇଣ୍ଡଷ୍ଟ୍ରିରେ ସର୍ବାଧିକମାନଙ୍କଠାରୁ ଗୋଟିଏ ଅଟେ । ହୋରଇଜୋନ୍ ଆମୋଲିଡ଼ ଡିସପ୍ଲେ, ୭ମ ପିଢ଼ି ଇନ୍-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କାନର୍ ସହିତ ଆସୁଛି ଏବଂ ଏହା ଉଭୟ ଫୋନରେ କର୍ଭଡ କର୍ଣ୍ଣିଂ ଗରିଲା ଗ୍ଲାସ୍ ୫ ଦ୍ୱାରା ସୁରକ୍ଷିତ ।
ଏହାର ଆସ୍ଥେଟିକ୍ ବିଭାଗ ପଲସେଟିଂ ନୋଟିଫିକେସନ୍ ଏଲ୍ଇଡ଼ି ଦ୍ୱାରା ପୂର୍ଣ୍ଣ, ଯାହା ପପ୍-ଅପ୍ କ୍ୟାମେରା ମେକାନିଜିମ୍ର (ଅନ୍ତତଃ ୩୦୦,୦୦୦ ଥର କାର୍ଯ୍ୟ କରିବା ପାଇଁ ପରୀକ୍ଷା କରାଯାଇଛି) ଉପରି ଭାଗରେ ରହିଛି ଏବଂ କ୍ୟାମେରା ମଡ୍ୟୁଲ୍ ନିକଟରେ ଏକ ଆଧୁନିକ ହାଲୋ ରିଙ୍ଗ ରହିଛି । ପପ୍-ଅପ୍ ସେଲ୍ଫି କ୍ୟାମେରା ପାଖରେ ଏଜ୍-ଲିଟ୍ ମଡ୍ୟୁଲ୍ ସହିତ ରେଡ଼ମି କେ୨୦ ଓ କେ୨୦ ପ୍ରୋ ହେଉଛନ୍ତି ଏକମାତ୍ର ଶୁଭାରମ୍ଭ ହୋଇଥିବା ସ୍ମାର୍ଟଫୋନ୍, ଯାହା ପାୱାର ବଟନ୍ରେ ଏକ ବୋଲ୍ଡ ରେଡ଼ ଆସେଣ୍ଟ ସହିତ ଚମତ୍କାରିତାକୁ ସଂଯୋଗ କରୁଛି । ରେଡ଼ମି କେ୨୦ ସିରିଜ୍ ଏଆଇ ଟ୍ରିପିଲ୍ କ୍ୟାମେରା ସେଟ୍ ଅପ୍ ସହିତ ଆସୁଛି, ଯେଉଁଥିରେ ରହିଛି ୪୮ଏମପିର ମୁଖ୍ୟ କ୍ୟାମେରା, ୮ଏମପି ଟେଲିଫଟୋ ଏବଂ ୧୩ଏମ୍ପି ବିସ୍ତୃତ-ଆଙ୍ଗେଲ୍ ।
ଏହି ଅବସରରେ ସାଓମି ଇଣ୍ଡିଆ ପକ୍ଷରୁ ଏହାର ପରିଚାଳନା ନିର୍ଦ୍ଦେଶକ ଏବଂ ଉପସଭାପତି, ମନୁ ଜୈନ କହିଛନ୍ତିଯେ, “ଭାରତରେ ରେଡ଼ମି କେ୨୦ ସିରିଜର ଶୁବାରମ୍ଭ କରି ଆମେ ଖୁବ୍ ଉତ୍ସାହିତ । ଭାରତରେ ପ୍ରଥମ ରେଡ଼ମି ସରିଜ୍ର ଶୁବାରମ୍ଭ ଭାବେ, ରେଡ଼ମି କେ୨୦ ଓ ରେଡ଼ମି କେ୨୦ପ୍ରୋ ଏମାନଙ୍କର ଅସୀମ ଶୁଭାରମ୍ଭ ଅନୁଭୂତିକୁ ପୁନଃବିଶ୍ଳେଷିତ କରୁଛନ୍ତି । ଯେତେବେଳେ ପ୍ରିମିୟମ୍ ୨୦କେ+ ସେଗମେଣ୍ଟ କ୍ଷୁଦ୍ର ଥିଲା ପାରମ୍ପରିକ ଭାବେ ଆମେ ଏହି ସେଗମେଣ୍ଟରେ ବହୁଳ ଅଭିବୃଦ୍ଧି ଦେଖିବା ଆରମ୍ଭ କରୁଛୁ । ଆମୋଲିଡ଼ ସ୍କ୍ରିନ୍ ସହିତ ନୂତନ ପପ୍-ଅପ୍ କ୍ୟାମେରା ସହିତ ଇନ୍-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ପ୍ରଦାନ କରି, ଏହି ଫୋନ୍ ଆମର ଏମଆଇ ପ୍ରଶଂସକମାନଙ୍କୁ ବ୍ୟୟସାପେକ୍ଷ ମୂଲ୍ୟରେ ଉଚ୍ଚ ଗୁଣବତ୍ତା ସହିତ କଟିଂ-ଏଏଜ୍ ଜ୍ଞାନକୌଶଳ ପ୍ରଦାନ କରିବ ।”
ଉଭୟ ରେଡମି କେ୨୦ ସିରିଜ୍ ଫୋନରେ ୧୮ ୱ।।ଟ ଚାର୍ଜର ଏବଂ ୯୯୯ ଟଙ୍କା ମୁଲ୍ୟର ଏକ ଉନ୍ନତ ବ୍କ୍ସ ଅନ୍ତର୍ଭୂକ୍ତ । ପରବର୍ତ୍ତୀ ସମୟରେ ଗ୍ରାହକମାନେ ଏମଆଇ.କମ ରୁ ୨୭ୱାଟ ସୋନିକ ଚାର୍ଜ ଆଡପ୍ଟରକୁ ମାତ୍ର ୯୯୯ ଟଙ୍କାରେ କିଣିପାରିବେ । ରେଡମି କେ୨୦ ପୋ ,୬ଜିବି+୧୨୮ଜିବି ସଂସ୍କରଣ ମାତ୍ର ୨୭,୯୯୯/-ଟଙ୍କାରେ ଏବଂ ୮ଜିବି+୨୫୬ଜିବି ସଂସ୍କରଣ ମାତ୍ର ୩୦,୯୯୯/- ଟଙ୍କାରେ ଉପଲବ୍ଧ ହେଉଛି । ରେଡମି କେ୨୦ ର ୬ଜିବି+୬୪ଜିବି ସଂସ୍କରଣ ମାତ୍ର ୨୧,୯୯୯ ଟଙ୍କାରେ ଏବଂ ୬ଜିବି+୧୨୮ଜିବି ସଂସ୍କରଣ ମାତ୍ର ୨୩,୯୯୯ ଟଙ୍କାରେ ଉପଲବ୍ଧ ହେବ । ଉଭୟ ଫୋନ ର ବିକ୍ରୟ ଏମଆଇ.କମ୍, ଫ୍ଲିପକାର୍ଟ ଏବଂ ଏମଆଇ ହୋମସ ରେ ୨୨ଜୁଳାଇ ଅପରାହ୍ନ ୧୨ର ରୁ ଆରମ୍ଭ ହେବାକୁ ଯାଉଛି । ଏହା ମଧ୍ୟ ଆଗାମି ଦିନ ଗୁଡିକରେ ସମସ୍ତ ଅଫଲାଇନ ରିଟେଲ ଷ୍ଟୋର ଗୁଡିକ ଯେପରିକି –ଏମଆଇ ଷ୍ଟୁଡିଓ,ଏମଆଇ ଷ୍ଟୋରସ,ଏମଆଇ ପ୍ରିଫର୍ଡ଼ ପାର୍ଟନର୍ସ ଏବଂ ଅନ୍ୟ ରିଟେଲ ଦୋକାନ ଗୁଡିକରେ ଉପଲବ୍ଧ ହେବ ।


Share It

Comments are closed.