ରାଜୀବଙ୍କ ଏହି ନିଷ୍ପତି ଯୋଗୁଁ ତାଙ୍କୁ ହତ୍ୟା କରାଯାଇଥିଲା


ଆଜି ହେଉଛି ଭାରତ ରତ୍ନ ତଥା ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ । ସେ ଦେଶର ସପ୍ତମ ପ୍ରଧାନମନ୍ତ୍ରୀ ଥିଲେ । ମାତ୍ର ୪୦ ବର୍ଷ ବୟସରେ ରାଜୀବ ଦେଶର ପ୍ରଥମ ଯୁବ ପ୍ରଧାନମନ୍ତ୍ରୀ ରୂପେ ନିର୍ବାଚିତ ହୋଇଥିଲେ । ତାଙ୍କର ଜନ୍ମ ୧୯୪୪ ମସିହା ୨୦ ଅଗଷ୍ଟରେ ହୋଇଥିଲା । ୧୯୯୧ ମସିହା ମଇ୨୧ରେ ତାମିଲନାଡୁରେ ନିର୍ବାଚନି ପ୍ରଚାର କରୁଥିବା ସମୟରେ ଏକ ଭୟଙ୍କର ବିସ୍ପୋରଣ ଘଟିଥିଲା, ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ ତାଙ୍କର ମୃତ୍ୟୁ ଏକ ବିଧି ବିଧ ହତ୍ୟାକାଣ୍ଡ ଥିଲା, ଯାହାକି ଏବେ ପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି । ତାଙ୍କର ହତ୍ୟାକାଣ୍ଡ ସହ ସାମିଲ ଥିବା ଆରୋପି ଏବେ ପର୍ଯ୍ୟନ୍ତ ଜେଲରେ କଏଦ ଅଛନ୍ତି  ।
ହୁଏତ ସେ ଆଜି ଆମ ଗହଣରେ ନାହାନ୍ତି, କିନ୍ତୁ ତାଙ୍କର ଚିନ୍ତାଧାରା ଏବେ ପର୍ଯ୍ୟନ୍ତ ଆମକୁ ପ୍ରେରଣା ଦେଉଛି । ରାଜୀବଙ୍କ ପ୍ରାରମ୍ଭିକ ଶିକ୍ଷା ଡେରାଡୁନର ଡୁନ ସ୍କୁଲରେ ଆରମ୍ଭ ହୋଇଥିଲା । ଉଚ୍ଚଶିକ୍ଷା ପାଇଁ ସେ ୧୯୬୧ରେ ସେ ଲଣ୍ଡନ ଯାଇ ଇମ୍ପେରିଏଲ କଲେଜରେ ପାଠ ପଢିବା ସହ କେମ୍ବ୍ରିଜ ବିଶ୍ୱ ବିଦ୍ୟାଳୟରେ ଶିକ୍ଷାକତା ଲାଭ କରିଥିଲେ ।
୧୯୬୬ରେ ଇନ୍ଦିରା ଗାନ୍ଧୀ ଭାରତ ପ୍ରଧାନମନ୍ତ୍ରୀ ହେବା ପରେ ସେ ଭାରତ ଫେରି ଆସିଥିଲେ । ୧୯୮୪ରେ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ରାଜୀବ ଗାନ୍ଧୀ ଭାରତର ନୂତନ ପ୍ରଧାନମନ୍ତ୍ରୀ ଭାବେ ନବନିର୍ବାଚିତ ହୋଇଥିଲେ ।

ରାଜନୀତିକୁ ଆସିବ ପୂର୍ବରୁ ରାଜିବ ପାଇଲଟ ଥିଲେ

ରାଜନୀତିରେ ପାଦ ଥାପିବା ପାଇଁ ରାଜୀବ ଗାନ୍ଧୀଙ୍କ କୌଣସି ରୂଚି ନଥିଲା । ରାଜନୀତିକୁ ଆସିବା ପୂର୍ବରୁ ସେ ଏକ ଏୟାରଲାଇନ୍ସରେ ପାଇଲଟ ଭାବେ ଚାକିରି କରୁଥିଲେ । ୧୯୮୦ରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ପରେ ରାଜୀବ ନିଜ ପରିବାର ସଦସ୍ୟଙ୍କ ସହିତ ବିଦେଶରେ କିଛି ସମୟ ପାଇଁ ରହୁଥିଲେ କିନ୍ତୁ ଦୁର୍ଭାଗ୍ୟବଶତଃ ୧୯୮୦ରେ ତାଙ୍କର ସାନ ଭାଇ ସଞ୍ଜୟ ଗାନ୍ଧୀଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ମା’ ଇନ୍ଦିରା ଗାନ୍ଧୀଙ୍କୁ ସାହାର୍ଯ୍ୟ କରିବା ପାଇଁ ସେ ୧୯୮୨ରେ ରାଜନୀତିରେ ପାଦ ଥାପିଥିଲେ । ସେ ଆମେଠିରୁ ସାଂସଦ ଭାବେ ନବନିର୍ବାଚିତ ହୋଇଥିଲେ । ୧୯୮୪ ମସିହା ଅକ୍ଟୋବର ୩୧ରେ ମା’ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ କଂଗ୍ରେସର ସମସ୍ତ ଦାୟିତ୍ୱ ରାଜୀବ ଗାନ୍ଧୀଙ୍କ ଉପରେ ଲଦି ଦିଆଯାଇଥିଲା । ରାଜୀବ ଗାନ୍ଧୀ କଂଗ୍ରେସ ଦାୟିତ୍ୱ ଗ୍ରହଣ କରିବା ପରେ ଦଳ ଦେଶରେ ସବୁଠାରୁ ଅଧିକ ବହୁମତ ପାଇ ଦେଶରେ ସରକାର ଗଢିଥିଲେ ।

ରାଜୀବଙ୍କ ପ୍ରମୁଖ ନିଷ୍ପତି

ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ରାଜୀବ ଦେଶର ପ୍ରଧାନମନ୍ତ୍ରୀ ରୂପରେ ଅନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଉକ୍ତ ନିଷ୍ପତି ଗୁଡିକ ମଧ୍ୟରୁ କେତେକକୁ ପ୍ରଶଂସା କରାଯାଇଥିବାବେଳେ ଆଉ କେତେ ଗୁଡିଏ ଆଜି ପର୍ଯ୍ୟନ୍ତ ବିବାଦ ଘେରରେ ରହିଛି । ରାଜୀବଙ୍କ କାର୍ଯ୍ୟକାଳରେ ହୋଇଥିବା ବୋପୋର୍ସ କାଣ୍ଡ ଆଜି ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ହୋଇ ରହିଛି ।
ଉକ୍ତ ନିଷ୍ପତି ଗୁଡିକ ହେଲା
୧- ରାଜୀବ ଗାନ୍ଧୀ ଅର୍ଥନୀତିର ବିଭିନ୍ନ ବିଭାଗ ଗୁଡିିକୁ ଖୋଲିଥିଲେ
୨- ଚୀନକୁ ଐତିହାସିକ ଗସ୍ତ
୩- ରାଜୀବ ଗାନ୍ଧୀ ବର୍ତ୍ତମାନରେ ବହୁଳ ପ୍ରଚଳିତ ଆଟିର ମୂଳଦୁଆ ପକାଇଥିଲେ ।
୪- ୧୮ ବର୍ଷରୁ ମତଦାନ ଦେବାର ଅଧିକାର ଏବଂ ଇଭିଏମ ମେସିନର ଆରମ୍ଭ
୫- ପଞ୍ଚାୟତିରାଜ ପାଇଁ ରାଜୀବ ଗାନ୍ଧୀ ବିଶେଷ ପ୍ରୟାସ କରିଥିଲେ ।

ଯେତେବେଳେ ଶ୍ରୀଲଙ୍କାରେ ଗୃହଯୁଦ୍ଧ ଲାଗି ଥିବାବେଳେ ସେହି ସମୟରେ ୧୯୮୪ ମସିହାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚୁକ୍ତି ସ୍ୱାକ୍ଷାରିତ ହୋଇଥିଲା, ଯେଉଁଥିରେ ଭାରତୀୟ ସେନା ଶ୍ରୀଲଙ୍କାରେ ହସ୍ତକ୍ଷେପ ପାଇଁ ପହଞ୍ଚିଥିଲା । ଉକ୍ତ ଚୁକ୍ତି ଅନୁଯାୟୀ, ଭାରତ ଏକ ଶାନ୍ତି ରକ୍ଷା ସେନା ପ୍ରସ୍ତୁତ କରିଥିଲା । ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶ୍ରୀଲଙ୍କା ସେନା ଏବଂ ଏଲଟିଟିଇ ମଧ୍ୟରେ ଲାଗି ରହିଥିବା ଗୃହଯୁଦ୍ଧକୁ ସମାପ୍ତ କରିବା ।

ସେହି ସମୟରେ ଭାରତୀୟ ସେନା ଶ୍ରୀଲଙ୍କାରୁ ଫେରିଯିବା ପାଇଁ ଏଲଟିଟି ଚାହୁଁଥିଲା । କାରଣ ଏଲଟିଟିଇ ଏକ ସ୍ୱତନ୍ତ୍ର ଦେଶ ଗଠନ ପାଇଁ ଦାବି କରୁଥିଲା । ଯାହା ଫଳରେ ରାଜୀବଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତି ଦ୍ୱାରା ଏଲଟିଟି ନିଜ ଲକ୍ଷ ହାସଲ କରିବାରେ ବିଫଳ ରହିଥିଲେ ।
୧୯୮୯ରେ ଭି.ପି ସିଂହଙ୍କ ସରକାର ସମୟରେ ସେ ଭାରତୀୟ ସେନାକୁ ଶ୍ରୀଲଙ୍କାରୁ ଫେରାଇ ଆଣିବା ପାଇଁ ନିଷ୍ପତି ନେଇଥିଲେ । ଯାହା ଫଳରେ ଏଲଟିଟିଇ ଅନେକ ଆଶ୍ୱସ୍ତି ମିଳିଥିଲା । ଯେତେବେଳେ ୧୯୯୧ ମସିହାରେ ଭାରତରେ ପୁଣି ଥରେ ନିର୍ବାଚନ ଥିଲା ସେତେବେଳେ ଏଲଟିଟିଇ ମଧ୍ୟରେ ଏହା ଡର ଥିଲା ଯେ, ଯଦି ରାଜୀବ ଗାନ୍ଧୀ ଆଉଥରେ ଭାରତର ପ୍ରଧାନମନ୍ତ୍ରୀ ହୋଇଯିବେ, ସେ ପୁଣି ଥରେ ଭାରତୀୟ ସେନାକୁ ଶ୍ରୀଲଙ୍କା ପଠାଇବେ । ଏହି ଡରରେ ୧୯୯୧ ମସିହା ମଇ ୨୧ରେ ରାଜୀବ ତାମିଲନାଡୁରେ ଏକ ନିର୍ବାଚନୀ ପ୍ରଚାରରେ ଉଦବୋଧନ ଦେଉଥିବାବେଳେ ତାଙ୍କ ଉପରେ ଏଲଟିଟି ମାନବବୋମା ପ୍ରଯୋଗ କରି ହତ୍ୟା କରିଥିଲା ।


Share It

Comments are closed.