ମୋବାଇଲ ଗେମ ପ୍ରେମୀ ମାନଙ୍କ ପାଇଁ ଦମଦାର ସ୍ମାର୍ଟଫୋନ୍

ରିଅଲ୍‌ମି ପକ୍ଷରୁ ଲଞ୍ଚହେଲା ନୂତନ ନାର୍‌ଜୋ ୧୦ ଓ ନାର୍‌ଜୋ ୧୦ଏ ସ୍ମାର୍ଟଫୋନ୍


ଦ୍ରୁତ ଅଭିବୃଦ୍ଧିଶୀଳ ସ୍ମାର୍ଟଫୋନ୍ ବ୍ରାଣ୍ଡ, ରିଅଲ୍‌ମି ପକ୍ଷରୁ ଆଜି ଏହାର ଏକ ନୂତନ ପ୍ରଦର୍ଶନ କୈନ୍ଦ୍ରିକ ସିରିଜ୍ – ନାର୍‌ଜୋ ୧୦ ସିରିଜ୍‌ର ଶୁଭାରମ୍ଭ କରାଯାଇଛି ଯେଉଁଥିରେ ନାର୍‌ଜୋ ୧୦ ଓ ନାର୍‌ଜୋ ୧୦ଏ ସ୍ମାର୍ଟଫୋନ୍ ସାମିଲ ରହିଛି । ଏହା ବଜେଟ୍ ଓ ଫ୍ଲାଗ୍‌ସିପ୍ ସ୍ମାର୍ଟଫୋନ୍ ସହ ଖେଳ ଉତ୍ସାହୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ଏକ ସମ୍ପୂର୍ଣ୍ଣ ପାୱାର-ପ୍ୟାକ୍ ସିରିଜ୍ ହେବ । ରିଅଲ୍‌ମି ୨୦୧୦ରେ ଭାରତରେ ସର୍ବାଧିକ ଲୋକପ୍ରିୟ ଟେକ୍ ଲାଇଫ୍‌ଷ୍ଟାଇଲ ବ୍ରାଣ୍ଡ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ, ରିଅଲ୍‌ମି ନାର୍‌ଜୋ ସିରିଜ୍ ଏହାର ମୂଲ୍ୟ ବର୍ଗରେ ସର୍ବୋତମ ପ୍ରୋସେସର୍ ପ୍ରଦାନ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରି ଏହି ବ୍ରାଣ୍ଡକୁ ରିଅଲ୍‌ମି ୧ର ଦର୍ଶନ ‘ପାୱାର ମିଟ୍‌ସ ଷ୍ଟାଇଲ୍‌’କୁ ଜାରି ରଖିବାକୁ ସକ୍ଷମ କରିବ । ରିଅଲ୍‌ମି ନାର୍‌ଜୋ ୧୦ ଭାରତର ପ୍ରଥମ ମିଡିଆ ଟେକ୍ ହେଲିଓ ଜି୮୦ ଏସ୍‌ଓସି ସ୍ମାର୍ଟଫୋନ୍ ହେବ ଏବଂ ନାର୍‌ଜୋ ୧୦ଏ ଅକ୍ଟାକୋର୍ ମିଡିଆ ଟେକ୍ ହେଲିଓ ଜି୭୦ ଏସ୍‌ଓସି ଦ୍ୱାରା ପରିଚାଳିତ ହେବ ।

ରିଅଲ୍‌ମି ନାର୍‌ଜୋରେ ବିଶ୍ୱରର ପ୍ରଥମ ହେଲିଓ ଜି୮୦ ଚିପ୍‌ସେଟ୍ ସହିତ ୧୮ ୱାଟ୍‌ର କ୍ୱିକ୍ ଚାର୍ଜ ସହିତ ଏକ ୫୦୦୦ ଏମ୍‌ଏଏଚ୍ ବ୍ୟାଟେରୀ ରହିଛି ଯାହାକି ଆଶ୍ଚର୍ଯ୍ୟଜନକ ଶକ୍ତି ଡେଲିଭର କରୁଛି । ରିଅଲ୍‌ମି ନାର୍‌ଜୋ ୧୦ରେ ଲାଟେଷ୍ଟ ଫ୍ଲାଗ୍‌ସିପ୍‌, ଅଲ୍‌ଟ୍ରା କ୍ଲିୟର କ୍ୱାଡ୍‌-କ୍ୟାମେରା ସେଟ୍‌ଅପ୍‌ଳ ଏକ ୪୮ ଏମ୍‌ପି ମେନ୍ କ୍ୟାମେରା, ଏକ ୮ ଏମ୍‌ପି ୧୧୯ ଡିଗ୍ରୀ ଅଲ୍‌ଟ୍ରା ୱାଇଡ୍ ଆଙ୍ଗେଲ, ଏକ ମାକ୍ରୋ ଲେନ୍ସ ଓ ଏକ ବିଆଣ୍ଡଡବ୍ଲ୍ୟୁ ପୋର୍ଟ୍ରେଟ୍ ଲେନ୍ସ ରହିଛି । ଏହି ଫୋନ୍‌ରେ ସୁପର୍ କ୍ଲିୟର ସେଲ୍‌ଫି ପାଇଁ ଏକ ୧୬ ମେଗାପିକ୍ସେଲର ଫ୍ରଂଟ୍‌-ଫେସିଙ୍ଗ୍ କ୍ୟାମେରା ରହିଛି । ଏହି ମୂଲ୍ୟ ବର୍ଗରେ ସବୁଠାରୁ ଶକ୍ତିଶାଳୀ କ୍ୱାଡ୍ କ୍ୟାମେରା ଫୋନ୍ ଭାବେ ରିଅଲ୍‌ମି ନାର୍‌ଜୋ ୧୦ ଦ୍ୟାଟ୍ ହ୍ୱାଇଟ୍ ଓ ଦ୍ୟାଟ୍ ଗ୍ରୀନ୍ କଲର୍‌ରେ ୪ଜିବି+୧୨୮ ଜିବି ଭାରିଆଂଟ୍‌ରେ ୧୧,୯୯୯ ଟଙ୍କାରେ ଉପଲବ୍ଧ ହେଉଛି । ଏହି ଫୋନ୍‌ର ପ୍ରଥମ ଅନ୍‌ଲାଇନ୍ ସେଲ୍ ମେ’ ୧୮ ତାରିଖ ଦିନ ୧୨ଟାରେ ରିଅଲ୍‌ମି ଡଟ୍ କମ୍ ଓ ଫ୍ଲିପ୍‌କାର୍ଟ ଡଟ୍ କମ୍‌ରେ ଆରମ୍ଭ ହେବ ଏବଂ ଅଫ୍‌ଲାଇନ୍‌ରେ ମଧ୍ୟ ଏହି ସମୟରୁ ନିର୍ଦ୍ଧିଷ୍ଟ ରାଜ୍ୟରେ ଖୁଚୁରା ଷ୍ଟୋର୍‌ଗୁଡିକରେ ଉପଲବ୍ଧ ହେବ ।

ରିଅଲ୍‌ମି ନାର୍‌ଜୋ ୧୦ ଏ ୧୨ଏନ୍‌ଏମ୍ ଅକ୍ଟାକୋର୍ ମିଡିଆଟେକ୍ ହେଲଓ ଜି୭୦ ଦ୍ୱାରା ପରିଚାଳିତ ଯାହାକି ଏହାର ମୂଲ୍ୟ ବର୍ଗରେ ସବୁଠାରୁ ଶକ୍ତିଶାଳୀ ଚିପ୍‌ସେଟ୍ । ଏହା ୨.୦ ଜିଏଚ୍‌ଜେଡ୍ ପର୍ଯ୍ୟନ୍ତ ସ୍ପିଡ୍‌ରେ କାର୍ଯ୍ୟ କରିପାରିବ ଏବଂ ଏହାକୁ ଉପଭୋକ୍ତାଙ୍କୁ ଏକ ଦ୍ରୁତ ଓ ସୁଗମ ସ୍ମାର୍ଟଫୋନ୍ ଅନୁଭବ ପ୍ରଦାନ କରିବା ପାଇଁ ନିର୍ମାଣ କରାଯାଇଛି । ଏହି ଫୋନ୍‌ରେ ଏକ ଶକ୍ତିଶାଳୀ ୫୦୦୦ ଏମ୍‌ଏଏଚ୍ ବ୍ୟାଟେରୀ ରହିଥିବା ବେଳେ ଏହା ରିଭର୍ସ ଚାର୍ଜ ଫିଚରକୁ ସପୋର୍ଟ କରୁଛି । ରିଅଲ୍‌ମି ନାର୍‌ଜୋ ୧୦ଏରେ ଏକ ୧୨ଏମ୍‌ପି+୨ଏମ୍‌ପି+୨ଏମ୍‌ପି ଟ୍ରିପଲ କ୍ୟାମେରା ସେଟ୍‌ଅପ୍ ରହିଛି ସହିତ ଏକ ଆଇକୋନିକ୍ ଡିଜଜାଇନ୍ ଓ ଫୋନ୍ ପଛରେ ସୋଫିଷ୍ଟିକେଟେଡ୍ ରିଅଲ୍‌ମି ଲୋଗୋ ରହିଛି । ସୋ ହ୍ୱାଇଟ୍ ଓ ସୋ ବ୍ଲୁ କଲର୍‌ରେ ଉପଲବ୍ଧ ଏହି ଷ୍ଟାଇଲିସ୍ ଟ୍ରିପଲ କ୍ୟାମେରା ବଜେଟ୍ ଫୋନ୍‌ର ୩ଜିବି+୩୨ଜିବି ଭାରିଆଂଟ୍‌ର ମୂଲ୍ୟ ୮୪୯୯ ଟଙ୍କା ରହିଛି । ଏହି ଫୋନ୍ ଆସନ୍ତ ମେ’ ୨୨ ତାରିଖ ଦିନ ୧୨ଟାରୁ ଅନ୍‌ଲାଇନ୍‌ରେ ରିଅଲ୍‌ମି ଡଟ୍ କମ୍ ଓ ଫ୍ଲିପ୍‌କାର୍ଟ ଡଟ୍ କମ୍‌ରେ ଉପଲବ୍ଧ ହେବ । ସେହିପରି ନାର୍‌ଜୋ ୧୦ଏ ଅଫ୍‌ଲାଇନ୍‌ଷର ମେ’ ୧୮ ତାରିଖରୁ ନିର୍ଦ୍ଧିଷ୍ଟ ରାଜ୍ୟରେ ଖୁଚୁରା ଷ୍ଟୋର୍‌ରେ ଉପଲବ୍ଧ ହେବ ।

ଏହି ବ୍ରାଣ୍ଡ ନ୍ୟୁ ସିରିଜ୍‌ର ଭବିଷ୍ୟତ ଯୋଜନାଗୁଡିକ ସମ୍ପର୍କରେ ଉଲ୍ଲେଖ କରି ରିଅଲ୍‌ମି ଇଣ୍ଡିଆର ସିଇଓ ଓ ରିଅଲ୍‌ମିର ଉପାଧ୍ୟକ୍ଷ ମାଧବ ସେଠ୍ କହିଛନ୍ତି, ଆମେ ଏହି ଯାତ୍ରା ‘ପାୱା ମିଟ୍‌ସ ଷ୍ଟାଇଲ୍‌’ ସହ ଆରମ୍ଭ କରିଥିଲୁ ଏବଂ ବର୍ତମାନ ରିଅଲ୍‌ମି ଏକ ଟେକ୍ ଟ୍ରେଣ୍ଡସେଟର୍‌ରେ ବିକଶିତ ହୋଇପାରିଛି ଯାହା ଭାରତୀୟ ଗ୍ରାହକଙ୍କ ପାଇଁ ବିଶ୍ୱର ପ୍ରଥମ ୬୪ଏମ୍‌ପି କ୍ୟାମେରା ଫୋନ୍‌, ଭାରତର ପ୍ରଥମ ୫ଜି ସ୍ମାର୍ଟଫୋନ୍ ଓ କିଛି ଦ୍ରୁତତମ ଚାର୍ଜିଙ୍ଗ୍ ଟେକ୍ନୋଲୋଜିଗୁଡିକ ସହିତ ନୂତନ ଟେକ୍ନୋଲୋଜି ସବୁ ଆଣିଛି । ଭାରତରେ ୪ର୍ଥ ବୃହତମ ସ୍ମାର୍ଟଫୋନ ବ୍ରାଣ୍ଡ ଭାବେ ରିଅଲ୍‌ମିର ଟେକ୍ନୋଲୋଜି ଅନନୁସରଣ ପ୍ରଦର୍ଶନ ଓ ଡିଜାଇନ୍‌ଠାରୁ ବହୁ ଦୂରରେ ରହିଛି । ଏହି କାରଣରୁ ଆମେ ରିଅଲ୍‌ମି ନାର୍‌ଜୋ ସିରିଜ୍ ସୃଷ୍ଟି କରିଛୁ, ଯାହାକି ହେଉଛି ଖେଳ ଉତ୍ସାହୀ ଓ ପ୍ରଦର୍ଶନ ଆଶାୟୀମାନଙ୍କ ଆବଶ୍ୟକତାକୁ ପୂରଣ କରିବାର ଏକ ପ୍ରୟାସ । ଏକ ଭର୍ଚୁଆଲ ଗେମିଙ୍ଗ୍ କ୍ୟାରେକ୍ଟର ଭାବେ ଆମେ ସୃଷ୍ଟି କରିଥିବା ନାର୍‌ଜୋ ଆମର ‘ପାୱାର’ ବିରାସତକୁ ଆଗକୁ ବଢାଇବା ଜାରି ରଖିବ । ଭବିଷ୍ୟତର ନାର୍‌ଜୋ ଫୋନ୍‌ଗୁଡିକ ଯୁବ ଖେଳାଳୀଙ୍କ ପାଇଁ ଏହାର ବର୍ଗରେ ସର୍ବୋତମ ପ୍ରୋସେସର ସହ ପ୍ରଦର୍ଶନ-କୈନ୍ଦ୍ରିତ ହେବ ।

ନାର୍‌ଜୋ ୧୦: ଏହାର ମୂଲ୍ୟ ବର୍ଗରେ ସବୁଠାରୁ ଶକ୍ତିଶାଳୀ କ୍ୱାଡ୍ କ୍ୟାମେରା ଫୋନ୍‌

ଡିଜାଇନ୍‌: ରିଅଲ୍‌ମି ନନାର୍‌ଜୋ ୧୦ର ଡିଜାଇନ୍ ରିଅଲ୍‌ମି ଏକ୍ସର ଲୋକପ୍ରିୟ ନାଓଟୋ ଫୁକାସାୱା ଡିଜାଇନ୍‌ରୁ ଅନୁପ୍ରାଣିତ । ଏହି ଫୋନ୍‌ର ବ୍ୟାକ୍‌କୁ ଧରିବା ପାଇଁ ସହଜ ଓ ଆରାମ ହୋଲ୍ଡ ଟେକ୍ସଚର ଆଣିବା ଲାଗି ଏକାଧିକ ବାର କୋଟ୍ କରାଯାଇଛି । ଏହା ଫିଙ୍ଗରପ୍ରିଂଟ୍‌କୁ କମ୍ କରିବା ସହ ଏହି ବର୍ଗରେ ଏକ ରିଅଲ୍ ମାଷ୍ଟରପିସ୍ ଆଣିଥାଏ ।

ଏକ୍ତିଶାଳୀ ପ୍ରଦର୍ଶନ: ରିଅଲ୍‌ମି ନାର୍‌ଜୋ ୧୦ ବିଶ୍ୱର ପ୍ରଥମ ହେଲିଓ ଜି୮୦ ଚିପ୍‌ସେଟ୍ ଲଂଚ୍ କରିଛି ଯାହାକି ଚମତ୍କାର ଶକ୍ତି ଡେଲିଭର କରୁଛି । ପୂର୍ବ ପିଢି ତୁଳନାରେ ଏହାର ଅକ୍ଟାକୋର୍ ସିପିୟୁରେ ଏକ ମେନ୍ ଫ୍ରିକ୍ୱେନ୍ସି ସହିତ ୨.୦ ଜିଏଚ୍‌ଜେଡ୍‌, ୩୫% ଉନ୍ନତ ସିଙ୍ଗଲ୍‌-କୋର୍ ପ୍ରଦର୍ଶନ ଓ ୧୭% ଉନ୍ନତ ମଲ୍ଟିକୋର୍ ପ୍ରଦର୍ଶନ ରହିଛି ।

କ୍ୱିକ୍ ଚାର୍ଜ: ରିଅଲ୍‌ମି ଫୋନ୍‌ଗୁଡିକ ପାଇଁ ଅନ୍ୟତମ ଲୋକପ୍ରିୟ ଫ୍ରିଚର ହେଉଛି କ୍ୱିକ୍ ଚାର୍ଜ, ଯାହାକି ରିଅଲ୍‌ମି ନାର୍‌ଜୋ ୧୦ରେ ସାମିଲ କରାଯାଇଛି । ୧୮ ୱାଟ୍ କ୍ୱିକ୍ ଚାର୍ଜ ଓ ଏକ ୯ଭି/୨ଏ ଚାର୍ଜିଙ୍ଗ କିଟ୍ ଚାର୍ଜିଙ୍ଗ ସ୍ପିଡ୍‌କୁ ଉନ୍ନତ କରିଥାଏ ଓ ଚାର୍ଜିଙ୍ଗ ସମୟ ହ୍ରାସ କରିଥାଏ ।
ବୃହତ୍ ବ୍ୟାଟେରୀ: ରିଅଲ୍‌ମି ନାର୍‌ଜୋ ୧୦ ଏକ ୫୦୦୦ ଏମ୍‌ଏଚ୍ ବ୍ୟାଟେରୀ ଦ୍ୱାରା ପରିଚାଳିତ । ଟ୍ରିପଲ ସେଫ୍‌ଟି ପ୍ରେଟେକ୍ସନ ଥିବା ଏହି ବୃହତ ବ୍ୟାଟେରୀ ଗ୍ରାହକଙ୍କ ସମସ୍ୟା ଦୂର କରିଥାଏ । ଏହାର ସେଫ୍ଟି ଟେଷ୍ଟ ବ୍ୟାଟେରୀ ଓ ଚାର୍ଜର୍ ଭିତରର ପ୍ରତ୍ୟେକ ଖଣ୍ଡକୁ କଭର୍ କରେ ।

୪୮ ଏମ୍‌ପି ଏଆଇ କ୍ୱାଡ୍ କ୍ୟାମେରା: ରିଅଲ୍‌ମି ନାର୍‌ଜୋ ୧୦ରେ ଲାଟେଷ୍ଟ ଫ୍ଲାଗ୍‌ସିପ୍‌, ଅଲ୍‌ଟ୍ରା-କ୍ଲିୟର କ୍ୱାଡ୍ କ୍ୟାମେରା ସେଟ୍‌ଅପ୍‌, ଏକ ୪୮ ଏମ୍‌ପି ମେନ୍ କ୍ୟାମେରା, ଏକ ୮ଏମ୍‌ପି ୧୧୯ ଡିଗ୍ରୀ ଅଲ୍‌ଟ୍ରା ୱାଇଡ୍‌-ଆଙ୍ଗେଲ, ଏକ ମାକ୍ରୋ ଲେନ୍ସ ଓ ଏକ ବିଆଣ୍ଡଡବ୍ଲ୍ୟୁ ପୋର୍ଟ୍ରେଟ୍ ଲେନ୍ସ ରହିଛି ।

୪୮ ଏମ୍‌ପି ସେନ୍ସର: ରିଅଲ୍‌ମି ନାର୍‌ଜୋ ୧୦ର ମୁଖ୍ୟ କ୍ୟାମେରାରେ ୪୮ ମେଗାପିକ୍ସେଲର ସେନ୍ସର, ଏଫ୍‌/୧.୮ ଲାର୍ଜ ଆପେର୍‌ଚର୍ ଓ ୬ପି ଲେନ୍ସ ରହିଛି । ଏହା କ୍ୱାଡ୍ ବେୟର୍‌ର ୪-ଇନ୍‌-୧ ଇଂଟେଲିଜେଂଟ୍ ପିକ୍ସେଲ ବାଇନନିଙ୍ଗ ମେକାନିଜିମ୍‌କୁ ନିୟୋଜିତ କରିଥାଏ ଯାହା ୪ଟି ଆଡ୍‌ଜସେଂଟ୍ ପିକ୍ସେଲକୁ ଗୋଟିଏ ବୃହତ୍ ପିକ୍ସେଲକୁ ମିଶ୍ରଣ କରିଥାଏ, ଯାହାଫଳରେ ରିଜୋଲ୍ୟୁସନ ସହିତ କମ୍ ଆଲୋକ ସେଟିଙ୍ଗ୍‌ରେ ନିଆଯାଇଥିବା ଫଟୋର ମାନ ବୃଦ୍ଧି ପାଇଥାଏ ଏବଂ ସମୃଦ୍ଧଶୀଳ ବିବରଣୀଗୁଡିକର ଏକ ସମ୍ବେଦନଶୀଳ ପରିସରକୁ ବ୍ୟକ୍ତ କରିଥାଏ ।

୧୧୯ ଡିଗ୍ରୀ ଅଲ୍‌ଟ୍ରା ୱାଇଡ୍ ଆଙ୍ଗେଲ ଲେନ୍ସ: ଏକ ଏଫ୍‌/୨.୨୫ ଆପେର୍‌ଚର ଓ ୮ଏମ୍‌ପି ରିଜୋଲ୍ୟୁସନନ ସହିତ ଉପଭୋକ୍ତାମାନଙ୍କୁ ଫର୍‌ଫେକ୍ଟ ସଟ୍ କ୍ୟାପ୍‌ଚର କରିବା ପାଇଁ ପଛକୁ ନଇଁବାକୁ ପଡିବ ନାହିଁ କାରଣ ଏହା ଏକ ୧୧୯ ଡିଗ୍ରୀ ଫିଲ୍ଡ ଅଫ୍ ଭ୍ୟୁ ବିଶିଷ୍ଟ ଅଲ୍‌ଟ୍ରା-ୱାଇଡ୍‌-ଆଙ୍ଗେଲ ଲେନ୍ସ ଦ୍ୱାରା ସମ୍ଭବ ହୋଇପାରିବ । କେବଳ ଗୋଟିଏ କ୍ଲିକ୍‌ରେ ୱାଇଡ୍‌-ଆଙ୍ଗେଲ ମୋଡ୍‌କୁ ସ୍ୱିଚ୍ କରାଯାଇପାରିବ ଯାହାକି ଉପଭୋକ୍ତାଙ୍କୁ ଲ୍ୟାଣ୍ଡସ୍କେପ୍‌, ସ୍ଥାପତ୍ୟ ଓ ବୃହତ୍ ଗ୍ରୁପ୍‌ଗୁଡିକର ଆକର୍ଷଣୀୟ ଫଟୋ କ୍ୟାପ୍‌ଚର କରିବାକୁ ସକ୍ଷମ କରିବ ।

୪ସେମି ମାକ୍ରୋ ଲେନ୍ସ: ଏହି ଅଲ୍‌ଟ୍ରା ମାକ୍ରୋ ଲେନ୍ସ ଉପଭୋକ୍ତାଙ୍କୁ ୪ସେମି ସୁଟିଙ୍ଗ୍ ଦୂରତା ସହିତ ମାଇକ୍ରୋ ୱାର୍ଲ୍ଡର ସୌନ୍ଦର୍ଯ୍ୟର ନିକଟତର ହେବା ଓ ଆବିଷ୍କାର କରିବାକୁ ସକ୍ଷମ ହେବ ।

ବିଆଣ୍ଡଡବ୍ଲ୍ୟୁ ପୋର୍ଟ୍ରେଟ୍ ଲେନ୍ସ: ନୂତନ କଲର୍ ଫିଲ୍ଟର ସିଷ୍ଟମ ପୋର୍ଟ୍ରେଟ୍ ଲେନ୍ସକୁ ଆଲୋକର ଏକ ଚଉଡା ପରିସରକୁ ଚିହ୍ନଟ କରିବାକୁ ସକ୍ଷମ କରିବା ସହ ମୁଖ୍ୟ ଲେନ୍ସକୁ ଆଲୋକକୁ ଅଧିକ ଉନ୍ନତ ଭାବେ କ୍ୟାପ୍‌ଚର କରିବାରେ ସହଯୋଗ କରିଥାଏ ଏବଂ ଇମେଜ୍ କଂଟ୍ରାଷ୍ଟ ବଢାଇବା ସହ ରେଟ୍ରୋ ଷ୍ଟାଇଲ ଫଟୋ ସୃଷ୍ଟି କରିଥାଏ ଓ ପୋର୍ଟ୍ରେଟ୍ ଗୁଡିକରେ ଟେକ୍ସଚର ସାମିଲ କରିଥାଏ ।

ଅନ୍ତର୍ନିହିତ ୟୁଆଇ: ଆଣ୍ଡ୍ରଏଡ୍ ୧୦ ଉପରେ ଆଧାରିତ ରିଅଲ୍‌ମି ୟୁଆଇ ଏକ ଉନ୍ନତ ଓ ଅତ୍ୟାଧୁନିକ ଆଣ୍ଡ୍ରଏଡ୍ ଅଭିଜ୍ଞତା ପ୍ରଦାନ ପାଇଁ ନିର୍ମିତ ହୋଇଛି । ଏହାକୁ ଯୁବ ଉପଭୋକ୍ତାଙ୍କ ଆବଶ୍ୟକତା ଓ ପସନ୍ଦକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି । ଆଣ୍ଡ୍ରଏଡ୍ ୧୦ ଉପରେ ଆଧାରିତ ରିଅଲ୍‌ମି ୟୁଆଇ ଏକ ଉନ୍ନତ ଓ ଅତ୍ୟାଧୁନିକ ଆଣ୍ଡ୍ରଏଡ୍ ଅଭିଜ୍ଞତା ପ୍ରଦାନ ପାଇଁ ନିର୍ମିତ ହୋଇଛି । ୟୁଆଇକୁ ଯୁବ ଉପଭୋକ୍ତାଙ୍କ ଆବଶ୍ୟକତା ଓ ପସନ୍ଦକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି । ଏଥିରେ ଡୁଆଲ୍ ମୋଡ୍ ମ୍ୟୁଜିକ୍ ସେୟାର, ୩-ଫିଙ୍ଗର ସିଲେକ୍ଟେଡ୍ ସ୍କ୍ରିନ୍‌ସଟ୍‌, ବ୍ୟକ୍ତିଗତ ସୂଚନା ସୁରକ୍ଷା ଓ ଡାର୍କ ମୋଡ୍ ଭଳି ଆକର୍ଷଣୀୟ ଫିଚର ରହିଛି ।

୩ କାର୍ଡ ସ୍ଲଟ୍‌: ରିଅଲ୍‌ମି ନାର୍‌ଜୋ ୧୦ରେ ଦୁଇଟି ସିମ୍ କାର୍ଡ ଓ ଗୋଟିଏ ଏସ୍‌ଡି କାର୍ଡ (୨୫୬ ଜିବି ପର୍ଯ୍ୟନ୍ତ) ପାଇଁ ୩୩ଟି କାର୍ଡ ସ୍ଲଟ୍ ରହିଛି ।
ରିଅଲ୍‌ମି ନାର୍‌ଗୋ ୧୦ଏ: ବଜେଟ୍ ଶ୍ରେଣୀରେ ସର୍ବାଧିକ ଷ୍ଟାଇଲିସ୍ ଟ୍ରିପଲ କ୍ୟାମେରା ଫୋନ୍‌
ଡିଜାଇନ୍‌: ରିଅଲ୍‌ମି ନାର୍‌ଜୋ ୧୦ଏ ଏକ ସ୍ୱତନ୍ତ୍ର ଓ ପୂର୍ବରୁ କେବେ ଦେଖାଯାଇନଥିବା ଡିଜାଇନ୍‌- ଏକ ମିନି-ଡ୍ରପ୍ ଡିଜାଇନ୍‌କୁ ସମର୍ଥନ କରୁଛି ଏବଂ ଏହାର ପଛରେ ଏକ ସ୍କ୍ରାଚ୍ ପ୍ରୁଫ୍ ଟେକ୍ସଚରରେ ଏକ ବୃହତ୍ ଓ ଆଇକୋନିକ୍ ରିଅଲ୍‌ମି ଲୋଗୋ ରହିଛି । ଏହି ସ୍ମାର୍ଟଫୋନ୍ ୨ଟି କଲର୍‌ରେ ଉପଲବ୍ଧ ହେବ ।

୧୨ ଏମ୍‌ପି ଏଆଇ ଟ୍ରିପଲ କ୍ୟାମେରା: ରିଅଲ୍‌ମି ନାର୍‌ଜୋ ୧୦ଏରେ ଏକ ପ୍ରାଇମେରୀ କ୍ୟାମେରା ରହିଛି ଯାହା ଏକ ବୃହତ୍ ଏରିଆ, ଏଫ୍‌/୧.୮ ଲାର୍ଜ ଆପେର୍‌ଚର, ୧.୨୫ୟୁଏମ୍ ଅଲ୍‌ଟ୍ରା-ଲାର୍ଜ ସିଙ୍ଗଲ ପିକ୍ସେଲ ଏରିଆ ସହିତ ୧୨ ଏମ୍‌ପି ଇମେଜ୍ ସେନ୍ସରକୁ ଗ୍ରହଣ କରୁଛି; ଯାହାକି ଯଥେଷ୍ଟ ଆଲୋକ ସଂରକ୍ଷିତ ରଖିଥାଏ ଓ ଆପଣଙ୍କ ଫଟୋକୁ ଅଧିକ ସ୍ୱଷ୍ଟ ଓ ଉଜ୍ଜ୍ୱଳ କରିଥାଏ । ଏହି ଉତ୍ପାଦ ପିଡିଏଏଫ୍‌କୁ ସପୋର୍ଟ କରୁଛି ଯାହା ଫୋକସ୍‌କୁ ଅଧିକ ଦ୍ରୁତ ଓ ସଠିକ୍ କରିଥାଏ । ୪ ଗୁଣ ଜୁମ୍ ମଧ୍ୟ ଉପଭୋକ୍ତାଙ୍କୁ ଅଧିକ ଦୂରତାରୁ ଏକ ସ୍ୱଷ୍ଟ ଫଟୋ ସୁଟ୍ କରିବାକୁ ସକ୍ଷମ କରିଥାଏ ।

ପ୍ରଦର୍ଶନ: ରିଅଲ୍‌ମି ନାର୍‌ଜୋ ୧୦ଏରେ ମିଡିଆଟେକ୍ ହେଲିଓ ଜି୭୦ ପ୍ରେସେସର ରହିଛି ଯାହା ଏହି ମୂଲ୍ୟ ବର୍ଗରେ ସର୍ବୋତମ ଅଟେ । ଏଥିରେ ନେଟ୍‌ୱର୍କ ଲାଟେନ୍ସିକୁ ଅପ୍ଟିମାଇଜ୍ କରିବା ପାଇଁ ମିଡିଆଟେକ୍ ଗେମ୍‌ିଙ୍ଗ ଟେକ୍ନୋଲୋଜି ରହିଛି । ଲୋ ନେଟ୍‌ୱର୍କ ଲାଟେନ୍ସି ପ୍ରଦାନ କରିବା ବ୍ୟତୀତ ଏହି ଟେକ୍ନୋଲୋଜି ଏକ ଅଧିକ ସ୍ଥାୟୀ ସାମଗ୍ରିକ ଅଭିଜ୍ଞତା ପ୍ରଦାନ କରୁଛି ଓ ଇନ୍‌-ଗେମ୍ ଲ୍ୟାଗ୍‌ରେ ସମସ୍ୟାର ସମାଧାନ କରୁଛି । ରିଅଲ୍‌ମି ନାର୍‌ଜୋ ୧୦ଏରେ ହେଲିଓ ଜି୭୦ର ଡିସ୍‌ପ୍ଲେ ଲାଟେନ୍ସି ଅପ୍ଟିମାଇଜେସନ ରହିଛି ଯାହା ଦ୍ରୁତତମ ପ୍ରତିକ୍ରିୟା ସମୟ, ଅଧିକ ସଠିକ୍ ସ୍କ୍ରିନ୍ କଂଟ୍ରୋଲ ପ୍ରଦାନ କରିଥାଏ; ଯାହାଫଳରେ ଟଚ୍‌ସ୍କ୍ରିନ୍‌ର ତରଳତା ବଢିଥାଏ ।

୫୦୦୦ ଏମ୍‌ଏଏଚ୍ ଉଚ୍ଚ କ୍ଷମତାସମ୍ପନ୍ନ ବ୍ୟାଟେରୀ: ୫୦୦୦ ଏମ୍‌ଏଏଚ୍ ଉଚ୍ଚ କ୍ଷମତା ସମ୍ପନ୍ନ ବ୍ୟାଟେରୀ ସମାନ ସ୍ତରରେ ଉଲ୍ଲେଖନୀୟ ସୁବିଧା ଏବଂ ହାର୍ଡୱେୟାର ଓ ସଫ୍ଟୱେୟାରର ଏକ ମିଶ୍ରଣ ସହିତ ଉପଭୋକ୍ତାଙ୍କୁ ନିଜ ଫୋନ୍‌କୁ ଏକ ନୂଆ ଚାର୍ଜ ପୂର୍ବରୁ ଅଧିକ ସମୟ ପାଇଁ ବ୍ୟବହାର କରିବାକୁ ଅନୁମତି ଦେଇଥାଏ । ସ୍ୱତନ୍ତ୍ର ଓଟିଜି ରିଭର୍ସ ଚାର୍ଜ ସହିତ ରିଅଲ୍‌ମି ନାର୍‌ଜୋ ୧୦ଏ ଏହାର ଉପଭୋକ୍ତାଙ୍କ ପାଇଁ ଏକ ବ୍ୟାଟେରୀ ଲାଇଫ୍ ସେଭର୍‌ରେ ପରିଣତ ହୋଇପାରେ ।

ଅନ୍ତର୍ନିହିତ ୟୁଆଇ: ଆଣ୍ଡ୍ରଏଡ୍ ୧୦ ଉପରେ ଆଧାରିତ ରିଅଲ୍‌ମି ୟୁଆଇ ଏକ ଉନ୍ନତ ଓ ଅତ୍ୟାଧୁନିକ ଆଣ୍ଡ୍ରଏଡ୍ ଅଭିଜ୍ଞତା ପ୍ରଦାନ ପାଇଁ ନିର୍ମିତ ହୋଇଛି । ଏହାକୁ ଯୁବ ଉପଭୋକ୍ତାଙ୍କ ଆବଶ୍ୟକତା ଓ ପସନ୍ଦକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି । ଆଣ୍ଡ୍ରଏଡ୍ ୧୦ ଉପରେ ଆଧାରିତ ରିଅଲ୍‌ମି ୟୁଆଇ ଏକ ଉନ୍ନତ ଓ ଅତ୍ୟାଧୁନିକ ଆଣ୍ଡ୍ରଏଡ୍ ଅଭିଜ୍ଞତା ପ୍ରଦାନ ପାଇଁ ନିର୍ମିତ ହୋଇଛି । ୟୁଆଇକୁ ଯୁବ ଉପଭୋକ୍ତାଙ୍କ ଆବଶ୍ୟକତା ଓ ପସନ୍ଦକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି । ଏଥିରେ ଡୁଆଲ୍ ମୋଡ୍ ମ୍ୟୁଜିକ୍ ସେୟାର, ୩-ଫିଙ୍ଗର ସିଲେକ୍ଟେଡ୍ ସ୍କ୍ରିନ୍‌ସଟ୍‌, ବ୍ୟକ୍ତିଗତ ସୂଚନା ସୁରକ୍ଷା ଓ ଡାର୍କ ମୋଡ୍ ଭଳି ଆକର୍ଷଣୀୟ ଫିଚର ରହିଛି ।


Share It

Comments are closed.