ରିଅଲମି ପକ୍ଷରୁ ଏହାର ନୂତନ ଉତ୍ପାଦର ଶୁଭାରମ୍ଭ


ଭୁବନେଶ୍ୱର: ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ସ୍ମାର୍ଟଫୋନ୍ ବ୍ରାଣ୍ଡ ରିଅଲ୍‌ମି ଭାରତରେ ଏବେ ଦ୍ରୁତ ବିକଶିତ ଓ ସର୍ବାଧିକ ଲୋକପ୍ରିୟ ଟେକ୍‌-ଟ୍ରେଣ୍ଡ ସେଟର୍ ବ୍ରାଣ୍ଡରେ ପରିଣତ ହେବାକୁ ଯାଉଛି । ଆଜି କମ୍ପାନୀ ପକ୍ଷରୁ ଏହାର ବହୁପ୍ରତିକ୍ଷୀତ ଏଆଇଓଟି ସେଟ୍‌- ରିଅଲ୍‌ମି ସ୍ମାର୍ଟ ଟିଭି, ରିଅଲ୍‌ମି ୱାଚ୍‌, ରିଅଲ୍‌ମି ବଡ୍‌ସ ଏୟାର ନିଓ ଓ ରିଅଲମି ୧୦୦୦୦ ମେଗାହର୍ଜ ପାୱାରବ୍ୟାଙ୍କ ୨ ଶୁଭାରମ୍ଭ କରାଯାଇଛି ।
ଏହି ଶୁଭାରମ୍ଭ ସମ୍ପର୍କରେ ରିଅଲ୍‌ମି ଇଣ୍ଡିଆର ସିଇଓ ଏବଂ ରିଅଲ୍‌ମିର ଉପାଧ୍ୟକ୍ଷ ମାଧବ ସେଠ୍ କହିଛନ୍ତି ଯେ, “ଏହି ଯୋଜନା ଅଧୀନରେ ଇଣ୍ଡଷ୍ଟ୍ରୀ ଲିଡିଙ୍ଗ୍ ମିଡିଆଟେକ୍ ଚିପ୍‌ସେଟ୍‌, ଡଲ୍‌ବି ଅଡିଓ କ୍ୱାଡ୍ ସ୍ପିକର୍ ସହିତ ଆମର ପ୍ରଥମ ସ୍ମାର୍ଟ ଟିଭି ଲଂଚ କରି ଆମେ ଗର୍ବ ଅନୁଭବ କରୁଛୁ, ଯାହାକି ଏହାର ମୂଲ୍ୟ ବର୍ଗରେ ସର୍ବୋତମ ସାଉଣ୍ଡ ଓ ପିକ୍‌ଚର କ୍ୱାଲିଟି ପ୍ରଦାନ କରୁଛି । ଏଥିସହିତ ଆମେ ଏହି ବର୍ଗରେ ସର୍ବାଧିକ କାର୍ଯ୍ୟକ୍ଷମ ସ୍ମାର୍ଟୱାଚ୍‌- ରିଅଲ୍‌ମି ୱାଚ୍ ଆଦି ସହିତ ଆମର ଅନ୍ୟାନ୍ୟ ଉତ୍ପାଦଗୁଡ଼ିକର ଶୁଭାରମ୍ଭ କରି ବେଶ୍ ଆନନ୍ଦିତ ।”
ରିଅଲ୍‌ମି ସ୍ମାର୍ଟ ଟିଭି ମିଡିଆଟେକ୍ ୬୪-ବିଟ୍ କ୍ୱାଡ୍‌-କୋର୍ ପ୍ରୋସେସର୍ ଦ୍ୱାରା ପରିଚାଳିତ ଏବଂ ଏଥିରେ ଡଲ୍‌ବି ଅଡିଓ ସାର୍ଟିଫାଏଡ୍ ୨୪ୱାଟ୍ କ୍ୱାଡ୍ ଷ୍ଟେରିଓ ସ୍ପିକର୍ ରହିଛି । ରିଅଲ୍‌ମି ଏହି ସ୍ମାର୍ଟ ଟିଭି ୩୨ ଓ ୪୩ ଇଂଚ୍ ଭଳି ଦୁଇଟି ଲୋକପ୍ରିୟ ସାଇଜ୍‌ରେ ଉପଲବ୍ଧ ହେବ । ଏଥିରେ ବିଲ୍ଟ-ଇନ୍ ଷ୍ଟ୍ରିମିଙ୍ଗ୍ ମିଡିଆ ପ୍ଲାଟ୍‌ଫର୍ମ ଯେପରିକି ନେଟ୍‌ଫ୍ଲିକ୍ସ, ୟୁଟ୍ୟୁବ୍ ଓ ପ୍ରାଇମ୍ ଭିଡିଓ ଆଦି ରହିଛି । ରିଅଲ୍‌ମି ସ୍ମାର୍ଟ ଟିଭିର ୪୩ ଇଂଚ୍ ଭାରିଆଂଟ୍‌ର ମୂଲ୍ୟ ୨୧,୯୯୯ ଟଙ୍କା ରହିଥିବା ବେଳେ ୩୨ ଇଂଚ୍ ଭାରିଆଂଟ୍‌ର ମୂଲ୍ୟ ୧୨,୯୯୯ ଟଙ୍କା ରହିଛି ଏବଂ ଏହାର ବିକ୍ରୟ ଆସନ୍ତା ଜୁନ୍ ୨ ତାରିଖରୁ ରିଅଲ୍‌ମି ଡଟ୍ କମ୍ ଓ ଫ୍ଲିପ୍‌କାର୍ଟରେ ଦିନ ୧୨ଟାରୁ ଆରମ୍ଭ ହେବ । ଏଥିସହିତ ରିଅଲ୍‌ମି ସ୍ମାର୍ଟ ଟିଭିରେ ଏକ ବର୍ଷର ୱାରେଂଟି ଓ ପ୍ୟାନେଲରେ ଅତିରିକ୍ତ ୧ ବର୍ଷର ୱାରେଂଟି ରହିଛି ।
ରିଅଲ୍‌ମି ୱାଚ୍ ହେଉଛି ଉପଲବ୍ଧ ବର୍ଗରେ ସବୁଠାରୁ କାର୍ଯ୍ୟକ୍ଷମ ସ୍ମାର୍ଟୱାଚ୍ ଏବଂ ଏଥିରେ ଅନେକ ଉନ୍ନତ ଫିଚର ସହିତ ଏହି ୱାଚ୍‌ର ବ୍ୟାଟେରୀ ଲାଇଫ୍ ୭ରୁ ୯ ଦିନ ପର୍ଯ୍ୟନ୍ତ ରହିଥାଏ ଏବଂ ପାୱାର ସେଭିଙ୍ଗ୍ ମୋଡ୍ ଅନ୍ ରହିଲେ ଏହା ୨୦ ଦିନ ପର୍ଯ୍ୟନ୍ତ ଚାଲିଥାଏ । ରିଅଲ୍‌ମି ୱାଚ୍‌ର ମୂଲ୍ୟ ୩୯୯୯ ଟଙ୍କା ରହିଥିବା ବେଳେ ଏହାର ସେଲ୍ ଆସନ୍ତା ଜୁନ୍ ୫ ତାରିଖ ଦିନ ୧୨ଟାରେ ଫ୍ଲିପ୍‌କାର୍ଟ ଓ ରିଅଲ୍‌ମି ଡଟ୍ କମ୍‌ରେ ଆରମ୍ଭ ହେବ । ଗ୍ରାହକମାନେ ଏହି ୱାଚ୍ ପାଇଁ ଖୁବ୍‌ଶୀଘ୍ର ଲାଲ୍‌, ନୀଳ ଓ ସବୁଜ ଭଳି ୩ଟି ରଙ୍ଗରେ ଅତିରିକ୍ତ ଷ୍ଟ୍ରାପ୍ ପାଇପାରିବେ । ସେହିଭଳି ରିଅଲ୍‌ମି ବଡ୍‌ସ ଏୟାର ନିଓର ମୂଲ୍ୟ ୨୯୯୯ ଟଙ୍କା ରହିଥିବା ବେଳେ ଏଥିରେ ଏକ ୧୩ ଏମ୍‌ଏମ୍ ଡାଇନାମିକ୍ ବାସ୍ ବୁଷ୍ଟ ଡ୍ରାଇଭର, ସୁପର ଲୋ ଲାଟେନ୍ସି ମୋଡ୍ ରହିଛି । ଏହାର ପ୍ରଥମ ସେଲ୍ ଫ୍ଲିପ୍‌କାର୍ଟ ଓ ରିଅଲ୍‌ମି ଡଟ୍ କମ୍‌ରେ ମେ ୨୫ ତାରିଖରେ ଅପରାହ୍ନ ୩ଟାରୁ ଆରମ୍ଭ ହୋଇଛି । ରିଅଲ୍‌ମି ୧୦୦୦୦ ଏମ୍‌ଏଏଚ୍ ପାୱାର ବ୍ୟାଙ୍କ ୨ର ମୂଲ୍ୟ ୯୯୯ ଟଙ୍କା ରହିଛି ଓ ଏଥିରେ ୧୮ ୱାଟ୍ ଟୁ ୱେ କ୍ୱିକ୍ ଚାର୍ଜ ସୁବିଧା ରହିଛି । ଏହାର ସେଲ୍ ମେ’ ୨୫ ତାରିଖ ଅପରାହ୍ନ ୩ଟାରୁ ଫ୍ଲିପ୍‌କାର୍ଟ ଓ ରିଅଲ୍‌ମି ଡଟ୍ କମ୍‌ରେ ଆରମ୍ଭ ହୋଇଛି ।


Share It

Comments are closed.