ରିଅଲ୍‌ମିର ବହୁ ପ୍ରତିକ୍ଷୀତ ରିଅଲ୍‌ମି ୬ ସିରିଜ୍ ସ୍ମାର୍ଟଫୋନ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ସ୍ମାର୍ଟଫୋନ୍ ବ୍ରାଣ୍ଡ ରିଅଲ୍‌ମି ପକ୍ଷରୁ ଆଜି ଏହାର ବହୁପ୍ରତିକ୍ଷୀତ ରିଅଲ୍‌ମି ୬ ଓ ରିଅଲ୍‌ମି ୬ ପ୍ରୋ ସ୍ମାର୍ଟଫୋନ୍ ସିରିଜ୍‌ର ଶୁଭାରମ୍ଭ କରାଯାଇଛି । ଉଭୟ ସ୍ମାର୍ଟଫୋନ୍ ୯୦ ଏଚ୍‌ଜେଡ୍ ଅଲ୍‌ଟ୍ରା ସ୍ମୁଥ୍ ଡିସ୍‌ପ୍ଲେ ଦ୍ୱାରା ପରିଚାଳିତ ଏବଂ ଏଥିରେ ୬୪ ଏମ୍‌ପି ଏଆଇ କ୍ୱାଡ୍ କ୍ୟାମେରା, ୩୦ ୱାଟ୍ ଫ୍ଲାସ୍ ଚାର୍ଜ (୬୦ ମିନିଟ୍‌ରେ ୧୦୦% ଚାର୍ଜ), ତିନୋଟି ସିମ ସ୍ଳଟ ଓ ନୂତନ ଫିଚର ସହ ରିଅଲ୍‌ମି ୟୁଆଇ ଆଧାରିତ ଆଣ୍ଡ୍ରଏଡ୍ ୧୦ ଆଦି ଫିଚର ରହିଛି । ରିଅଲ୍‌ମି ଏହାର ପ୍ରଥମ ବ୍ୟାଣ୍ଡର ଉନ୍ମୋଚନ ମଧ୍ୟ କରିଛି ଯେଉଁଥିରେ ଏକ ବୃହତ୍ ୦.୯୬ ଇଂଚ୍ କଲର୍ ଡିସ୍‌ପ୍ଲେ, ୟୁଏସ୍‌ବି ଡାଇରେକ୍ଟ ଚାର୍ଜ ଓ ହାର୍ଟ ରେଟ୍ ମନିଟର ରହିଛି ।
ରିଅଲ୍‌ମି ୬ ତିନୋଟି ମେମୋରୀ ଭାରିଆଂଟ୍ ଯେପରିକି ୪ଜିବି+୬୪ଜିବି ୧୨,୯୯୯ ଟଙ୍କାରେ, ୬ଜିବି+୧୨୮ଜିବି ୧୪,୯୯୯ ଟଙ୍କାରେ ଓ ୮ଜିବି+୧୨୮ଜିବି ୧୫,୯୯୯ ଟଙ୍କାରେ ଉପଲବ୍ଧ ହେବ ଏବଂ ଏହାର ବିକ୍ରୟ ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ଆରମ୍ଭ ହେବ । ରିଅଲ୍‌ମି ୬ରେ ୩ଟି କାର୍ଡ ସ୍ଳଟ୍ ରହିଛି ଯେଉଁଥିରୁ ଦୁଇଟି ସିମ୍ କାର୍ଡ ପାଇଁ ଓ ଗୋଟିଏ ଏସ୍‌ଡି କାର୍ଡ (୨୫୬ଜିବି ପର୍ଯ୍ୟନ୍ତ) ପାଇଁ । ରିଅଲ୍‌ମି ୬ ପ୍ରୋ ବିଶ୍ୱର ପ୍ରଥମ ସ୍ମାର୍ଟଫୋନ୍ ଯେଉଁଥିରେ କ୍ୱାଲ୍‌କମ୍ ସ୍ନାପ୍‌ଡ୍ରାଗନ୍ ୭୨୦ଜି ମୋବାଇଲ ପ୍ଲାଟ୍‌ଫର୍ମ ରହିଛି ଏବଂ ଏଥିରେ ୩ଟି କାର୍ଡ ସ୍ଲଟ୍ ମଧ୍ୟ ରହିଛି । ରିଅଲ୍‌ମି ୬ ପ୍ରୋରେ ମୋଟ ୬ଟି କ୍ୟାମେରା ରହିଛି ଯେଉଁଥିରେ ଡୁଆଲ ୱାଇଡ୍ ଆଙ୍ଗେଲ ଆଗ କ୍ୟାମେରା, ୨୦ ଗୁଣ ହାଇବ୍ରିଡ୍ ଜୁମ୍ କ୍ଷମତା ସହ ୬୪ ଏମ୍‌ପି କ୍ୱାଡ୍ ପଛ କ୍ୟାମେରା ସାମିଲ ରହିଛି । ରିଅଲ୍‌ମି ୬ ପ୍ରୋ ୩ଟି ମେମୋରୀ ଭାରିଆଂଟରେ ଯେପରିକି ୬ଜିବି+୬୪ଜିବି ୧୬,୯୯୯ ଟଙ୍କାରେ, ୬ଜିବି+୧୨୮ଜିବି ୧୭,୯୯୯ ଟଙ୍କାରେ, ୮ଜିବି+୧୨୮ଜିବି ୧୮,୯୯୯ ଟଙ୍କାରେ ଉପଲବ୍ଧ ହେଉଛି । ଏହା ମଧ୍ୟ ଦୁଇଟି ରଙ୍ଗ ବିକଳ୍ପ ଲାଇଟ୍‌ନିଙ୍ଗ୍ ବ୍ଲୁ ଓ ଲାଇଟ୍‌ନିଙ୍ଗ ଅରେଞ୍ଜରେ ଉପଲବ୍ଧ ହେଉଛି ।
ସେହିଭଳି ରିଅଲ୍‌ମି ପକ୍ଷରୁ ପ୍ରଥମ ଥର ପାଇଁ ଭାରତରେ ଏହି ବର୍ଗରେ ସର୍ବାଧିକ କାର୍ଯ୍ୟକ୍ଷମ ସ୍ମାର୍ଟ ବ୍ୟାଣ୍ଡ ମଧ୍ୟ ଲଂଚ୍ କରାଯାଇଛି ଯେଉଁଥିରେ ୨.୪ ସେମି (୦.୯୬ ଇଂଚ୍‌) ବୃହତ୍ କଲର୍ ଡିସ୍‌ପ୍ଲେ, ରିଅଲ୍‌-ଟାଇମ୍ ହାର୍ଟ ରେଟ୍ ମନିଟର, ୟୁଏସ୍‌ବି ଡାଇରେକ୍ଟ ଚାର୍ଜ, ସ୍ମାର୍ଟ ନୋଟିଫିକେସନ, ଇଂଟେଲିଜେଂଟ୍ ସ୍ପୋର୍ଟସ୍ ଟ୍ରାକର ପର୍ସନାଲାଇଜ୍‌ଡ ଡାଏଲ ଫେସ୍‌, ସ୍ଲିପ୍ କ୍ୱାଲିଟି ମନିଟର ଓ ରିଅଲ୍‌ମି ଲିଙ୍କ୍ ଆପ୍ ରହିଛି । ଏହି ବ୍ୟାଣ୍ଡ୍‌ର ମୂଲ୍ୟ ୧୪୯୯ ଟଙ୍କା ରହିଥିବା ବେଳେ ଏହା ୩ଟି ଷ୍ଟାଇଲିସ୍ କଲର୍ ଷ୍ଟ୍ରାପ୍ ବିକଳ୍ପ କଳା, ହଳଦିଆ ଓ ସବୁଜରେ ଉପଲବ୍ଧ ହେଉଛି ।
ଏହି ଅବସରରେ ରିଅଲ୍‌ମି ଇଣ୍ଡିଆର ସିଇଓ ମାଧବ ସେଠ୍ କହିଛନ୍ତି ଯେ, “ଆମେ ଭାରତରେ ଆମର ମୂଲ୍ୟବାନ ଗ୍ରାହକଙ୍କ ପାଇଁ ଆମର ନୂତନ ସିରିଜ୍‌ର ସ୍ମାର୍ଟଫୋନ୍ ରିଅଲ୍‌ମି ୬ ଓ ରିଅଲ୍‌ମି ୬ ପ୍ରୋର ଘୋଷଣା କରିବାକୁ ଖୁବ୍ ଉତ୍ସାହିତ ଅଛୁ । ଅତ୍ୟନ୍ତ ଗର୍ବ ଓ ଖୁସି ସହିତ ମୁଁ ଆପଣଙ୍କୁ ସୂଚିତ କରିବାକୁ ଚାହୁଁଛି ଯେ, ଆଜି ଆମେ ଆମ ପୋର୍ଟଫୋଲିଓରେ ରିଅଲ୍‌ମି ବ୍ୟାଣ୍ଡକୁ ସାମିଲ କରିବା ସହ ଏହାର ଉନ୍ମୋଚନ ମଧ୍ୟ କରିଛୁ ।”


Share It

Comments are closed.