ରିଅଲ୍‌ମି ପକ୍ଷରୁ ଷ୍ଟାଇଲିସ୍ ଏଂଟ୍ରି-ଲେଭେଲ୍ ସ୍ମାର୍ଟଫୋନ୍ ରିଅଲ୍‌ମି ସି୧୧ର ଶୁଭାରମ୍ଭ


ଭୁବନେଶ୍ୱର: ବିଶ୍ୱର ଦ୍ରୁତ-ଅଭିବୃଦ୍ଧିଶୀଳ ସ୍ମାର୍ଟଫୋନ୍ ବ୍ରାଣ୍ଡ ରିଅଲ୍‌ମି ପକ୍ଷରୁ ଏହାର ସମ୍ପୁର୍ଣ୍ଣ ନୂତନ ରିଅଲ୍‌ମି ସି୧୧ ସ୍ମାର୍ଟଫୋନ୍ ଓ ରିଅଲ୍‌ମି ୩୦ୱାଟ୍ ଡାର୍ଟ ଚାର୍ଜ ୧୦,୦୦୦ ଏମ୍‌ଏଏଚ୍ ପାୱାର ବ୍ୟାଙ୍କର ଶୁଭାରମ୍ଭ କରାଯାଇଛି । ସବୁଠାରୁ ଲୋକପ୍ରିୟ ଟେକ୍‌-ଟ୍ରେଣ୍ଡସେଟର୍ ବ୍ରାଣ୍ଡରେ ପରିଣତ ହେବାର ଯାତ୍ରାରେ ରିଅଲ୍‌ମି ଏହାର ଉପଭୋକ୍ତାଙ୍କୁ ସ୍ମାର୍ଟଫୋନ୍ ଓ ଏଆଇଓଟି ବର୍ଗରେ ଟ୍ରେଣ୍ଡସେଟିଙ୍ଗ୍ ଟେକ୍ନୋଲୋଜି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ରିଅଲ୍‌ମି ସି୧୧ ୨ଜିବି+୩୨ଜିବି ଭାରିଆଂଟ୍‌ରେ ୭୪୯୯ ଟଙ୍କାରେ ଉପଲବ୍ଧ ହେଉଛି ଏବଂ ଏହାର ସେଲ୍ ଆସନ୍ତା ଜୁଲାଇ ୨୨ ତାରିଖ ଦିନ ୧୨ଟାରେ ରିଅଲ୍‌ମି ଡଟ୍ କମ୍‌, ଫ୍ଲିପ୍‌କାର୍ଟ ଡଟ୍ କମ୍ ଓ ନିର୍ଦ୍ଧିଷ୍ଟ ପାର୍ଟନର ଷ୍ଟୋର୍‌ରେ ଆରମ୍ଭ ହେବ । ଠିକ୍ ସେହିପରି ରିଅଲ୍‌ମି ୩୦ୱାଟ୍ ଡାର୍ଟ ଚାର୍ଜ ୧୦୦୦୦ ଏମ୍‌ଏଏଚ୍ ପାୱାର ବ୍ୟାଙ୍କର ମୂଲ୍ୟ ୧୯୯୯ ଟଙ୍କା ରହିଥିବା ବେଳେ ଏହା ୩୦ୱାଟ୍ ଟୁ-ୱେ ଡାର୍ଟ ଚାର୍ଜ, (ୟୁଏସ୍‌ବି-ଏ, ୟୁଏସ୍‌ବି-ସି) ସହିତ ଡୁଆଲ ଆଉଟ୍‌ପୁଟ୍ ପୋର୍ଟ, ୧୫-ଲେୟର ଚାର୍ଜ ସୁରକ୍ଷା ପ୍ରଦାନ କରିବା ସହିତ ମଲ୍ଟିପୁଲ ଫାଷ୍ଟ ଚାର୍ଜିଙ୍ଗ୍ ସମାଧାନକୁ ସପୋର୍ଟ କରୁଛି । ଏହା ଆସନ୍ତା ଜୁଲାଇ ୨୧ ତାରିଖ ଦିନ ୧୨ଟାରୁ ରିଅଲ୍‌ମି ଡଟ୍ କମ୍ ଓ ଫ୍ଲିପ୍‌କାର୍ଟରେ ଉପଲବ୍ଧ ହେବାକୁ ଯାଉଛି ।
ଏହି ନୂତନ ଉତ୍ପାଦ ଗୁଡିକର ଶୁଭାରମ୍ଭ ଅବସରରେ ରିଅଲ୍‌ମି ଇଣ୍ଡିଆର ସିଇଓ ଓ ରିଅଲ୍‌ମିର ଉପାଧ୍ୟକ୍ଷ, ମାଧବ ସେଠ୍ କହିଛନ୍ତିଯେ, “ଏଂଟ୍ରି-ଲେଭେଲ୍‌ରୁ ଆରମ୍ଭ କରି ଫ୍ଲାଗ୍‌ସିପ୍ ବର୍ଗ ପର୍ଯ୍ୟନ୍ତ ଅସଂଖ୍ୟ ବିକଳ୍ପ ପ୍ରଦାନ କରିବା ପାଇଁ ଆମର ପ୍ରତିଶ୍ରୁତି ପ୍ରତି କାର୍ଯ୍ୟ ଜାରି ରଖି ଆମେ ଆମର ସି ସିରିଜ୍ ସ୍ମାର୍ଟଫୋନ୍‌ର ନୂତନ ଉତ୍ପାଦ ଶୁଭାରମ୍ଭକରି ଅତ୍ୟନ୍ତ ଉତ୍ସାହିତ । ବର୍ତମାନ ଆମର ବିଶ୍ୱ ସ୍ତରରେ ପ୍ରାୟ ୧୩ ମିଲିୟନ ରିଅଲ୍‌ମି ସି ସିରିଜ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀ ରହିଛନ୍ତି ଏବଂ ଆମେ ନିଶ୍ଚିତ ଯେ, ରିଅଲ୍‌ମି ସି୧୧ ଆମକୁ ନୂଆ ଉଚ୍ଚତାରେ ପହଂଚିବାରେ ସାହାଯ୍ୟ କରିବ । ଆମର ଏଆଇଓଟି ଅଫରିଙ୍ଗ୍‌ରେ ଶକ୍ତିଶାଳୀ ଟେକ୍ନୋଲୋଜି ପ୍ରଦାନ କରିବା ପାଇଁ ଆମେ ରିଅଲ୍‌ମି ୩୦ୱାଟ୍ ଡାର୍ଟ ଚାର୍ଜ ୧୦,୦୦୦ ଏମ୍‌ଏଏଚ୍ ପାୱାର ବ୍ୟାଙ୍କ୍‌ର ଉନ୍ମୋଚନ କରିଛୁ ।”
ରିଅଲ୍‌ମି ସି୧୧ରେ ଅତ୍ୟାଧୁନିକ ମିଡିଆଟେକ୍ ହେଲିଓ ଜି୩୫,୨.୩ ଜିଏଚ୍‌ଜେଡ୍‌ର ୮-କୋର୍ ୧୨ଏନ୍‌ଏମ୍ ପ୍ରୋସେସର ସହିତ ଏକ ଏ୫୩ କୋର୍ଟେକ୍ସ ଷ୍ଟ୍ରକ୍‌ଚର ରହିଛି, ଯାହାକି ଏହାକୁ ଏହି ବର୍ଗରେ ଅନ୍ୟତମ ଫାଷ୍ଟେଷ୍ଟ ସ୍ମାର୍ଟଫୋନ୍‌ରେ ପରିଣତ କରୁଛି । ଏହି ସ୍ମାର୍ଟଫୋନ୍‌ରେ ୬.୫ ଇଂଚ୍‌ର ଏଚ୍‌ଡି+ମିନି-ଡ୍ରପ୍ ଫୁଲ୍‌ସ୍କ୍ରିନ୍ ଡିସ୍‌ପ୍ଲେ ରହିଥିବା ବେଳେ ଏହା ଉପଭୋକ୍ତାଙ୍କୁ ଏକ ଚମତ୍କାର ଦୃଶ୍ୟତା ଅଭିଜ୍ଞତା ଦେବା ପାଇଁ ୨୦:୯ ସ୍କ୍ରିନ୍ ଆସ୍‌ପେକ୍ଟ ରେସିଓ ପ୍ରଦାନ କରୁଛି । ସ୍କ୍ରିନ୍‌ରେ ଥିବା ମିନି ଡ୍ରପ୍ ସାଧାରଣ ଡିୟୁଡ୍ରପ୍ ବା କାକର୍ ବିନ୍ଦୁ ତୁଳନାରେ ୩୦.୯% କ୍ଷୁଦ୍ର ଏବଂ ଏହା ସ୍କ୍ରିନ୍‌ରୁ ବଡି ରେସିଓକୁ ସର୍ବାଧିକ ୮୮.୭% ପର୍ଯ୍ୟନ୍ତ ବୃଦ୍ଧି କରିଥାଏ । ରିଅଲ୍‌ମି ସି୧୧ରେ ଏକ ବୃହତ୍ ୫୦୦୦ ଏମ୍‌ଏଏଚ୍ ବ୍ୟାଟେରୀ ରହିଛି ଯାହା ଉପଭୋକ୍ତାଙ୍କୁ ନନ୍‌-ଷ୍ଟପ୍ ଗେମିଙ୍ଗ୍‌, ଅଡିଓ ଓ ଭିଡିଓ ଉପଭୋଗ କରିବା ପାଇଁ ସକ୍ଷମ କରିଥାଏ । ଏକ ୧୩ ଏମ୍‌ପି ଏଆଇ ଡୁଆଲ କ୍ୟାମେରା ପ୍ରଦାନ କରୁଥିବା ରିଅଲ୍‌ମି ସି୧୧ରେ ଏହି ବର୍ଗରେ ପ୍ରଥମ ସୁପର ନାଇଟ୍‌ସ୍କେପ୍ ମୋଡ୍ ରହିଛି । ଆଣ୍ଡ୍ରଏଡ୍ ୧୦ ଓ କଲର୍‌ଓଏସ୍‌୭ ଉପରେ ଆଧାରିତ ରିଅଲ୍‌ମି ସି୧୧ ଦୁଇଟି ରଙ୍ଗ ରିଚ୍ ଗ୍ରେ ଓ ରିଚ୍ ଗ୍ରୀନ୍‌ରେ ଉପଲବ୍ଧ ହେଉଛି । ରିଅଲ୍‌ମି ସି୧୧ ଏକମାତ୍ର ଭାରିଆଂଟ୍‌୍ ୨ଜିବି+୩୨ଜିବିରେ ମାତ୍ର ୭୪୯୯ ଟଙ୍କାରେ ରିଅଲ୍‌ମି ଡଟ୍ କମ୍‌, ଫ୍ଲିପ୍‌କାର୍ଟ ଡଟ୍ କମ୍ ଓ ନିର୍ଦ୍ଧିଷ୍ଟ ପାର୍ଟନର୍ ଷ୍ଟୋର୍‌ଗୁଡିକରେ ଉପଲବ୍ଧ ହେଉଛି ।
ଏହି ବ୍ରାଣ୍ଡ ନ୍ୟୁ ରିଅଲ୍‌ମି ୩୦ୱାଟ୍ ଡାର୍ଟ ଚାର୍ଜ ୧୦,୦୦୦ ଏମ୍‌ଏଏଚ୍ ପାୱାର ବ୍ୟାଙ୍କ୍‌କୁ ଟପ୍‌-ଗ୍ରେଡ୍ ୧୦,୦୦୦ ଏମ୍‌ଏଏଚ୍‌, ଉଚ୍ଚ ଘନତ୍ୱର ଲିଥିୟମ-ପଲିମର ବ୍ୟାଟେରୀ ସେଲ୍‌ସରେ ନିର୍ମାଣ କରାଯାଇଥିବା ବେଳେ ଏହା ଭିଓଓସି, ସୁପର୍ ଭିଓଓସି, କ୍ୱିକ୍ ଚାର୍ଜ, ଏଏଫ୍‌ସି, ୟୁଏସ୍‌ବି ପାୱାର ଡେଲିଭର ଭଳି ଅନେକ ମଲ୍ଟିପୁଲ ଫାଷ୍ଟ-ଚାର୍ଜିଙ୍ଗ୍ ସମାଧାନକୁ ସପୋର୍ଟ କରୁଛି । ଏକ ସୁରକ୍ଷିତ ଚାର୍ଜିଙ୍ଗ ଅନୁଭବ ପ୍ରଦାନ କରିବା ଲାଗି ରିଅଲ୍‌ମି ୩୦ୱାଟ୍ ଡାର୍ଟ ଚାର୍ଜ ୧୦,୦୦୦ ଏମ୍‌ଏଏଚ୍ ପାୱାର ବ୍ୟାଙ୍କରେ ୧୫-ଲେୟର ଚାର୍ଜିଙ୍ଗ୍ ସୁରକ୍ଷା ରହିଛି ଏବଂ ଏଥିରେ ୩୦ ୱାଟ୍‌ରୁ କମ୍ ପାୱାର ଚାର୍ଜ ଆବଶ୍ୟକ କରୁଥିବା ଡିଭାଇସ୍‌ଗୁଡିକ ପାଇଁ ଏକ ଲୋ-କରେଂଟ୍ ମୋଡ୍ ରହିଛି । ୧୯୯୯ ଟଙ୍କା ମୂଲ୍ୟର ଏହି ପାୱାର ବ୍ୟାଙ୍କ ଉପଭୋକ୍ତାଙ୍କ ପାଇଁ କଳା ଓ ହଳଦିଆ ରଙ୍ଗରେ ରିଅଲ୍‌ମି ଡଟ୍ କମ୍ ଓ ଫ୍ଲିପ୍‌କାର୍ଟ ଡଟ୍ କମ୍‌ରେ ଉପଲବ୍ଧ ହେଉଛି ।


Share It

Comments are closed.