ରିୟଲମି ପକ୍ଷରୁ ୬୦୦୦ ମେଗାହର୍ଜ ପାୱାରଯୁକ୍ତ ନୂତନ ସ୍ମାର୍ଟଫୋନର ଶୁଭାରମ୍ଭ


ଭୁବନେଶ୍ୱର: ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ସ୍ମାର୍ଟଫୋନ ବ୍ରାଣ୍ଡ ରିୟଲମି ପକ୍ଷରୁ ବୃହତ ଶକ୍ତି ଯୁକ୍ତ ୬୦୦୦ମେଗାହର୍ଜ ବ୍ୟାଟେରୀ ସହିତ ଏହାର ନୂତନ ରିୟଲମି ସି୧୨ ଏବଂ ରିୟଲମି ସି୧୫ର ଶୁଭାରମ୍ଭ କରାଯାଇଛି । ଏହାଛଡ଼ା ରିୟଲମି ପକ୍ଷରୁ ଏହାର ରିୟଲମି ବଡ୍‌ସ କ୍ଲାସିକ ଏବଂ ରିୟଲମି ଟି-ସାର୍ଟର ଶୁଭାରମ୍ଭ ମଧ୍ୟ କରାଯାଇଛି, ଯାହାକି ଭାରତରେ ସବୁଠାରୁ ଅଧିକ ଲୋକପ୍ରିୟ ଟେକ-ଲାଇଫଷ୍ଟାଇଲ ବ୍ରାଣ୍ଡରେ ପରିଣତ ହେବାରେ ରିୟଲମିର ଲକ୍ଷକୁ ଆହୁରି ମଜବୁତ କରିଛି । ଉଭୟ ରିୟଲମି ସି୧୫ ଓ ରିୟଲମି ସି୧୨ ଏକ ବୃହତ ୬୦୦୦ ମେଗାହର୍ଜ ବ୍ୟାଟେରୀ, ୬.୫” ଏଚଡିଯୁକ୍ତ ମିନି-ଡ୍ରପ ଫୁଲ ସ୍କ୍ରିନ ଡିସପ୍ଲେ, ଏଲପିଡିଡିଆର୪ଏକ୍ସ ର‌୍ୟାମ ସହିତ୧୨ ଏନଏମ ମିଡିଆ ଟେକ ହେଇଲୋ ଜି୩୫ ପ୍ରୋସେସରରେ ସୁସଜ୍ଜିତ ହୋଇ ଆସିଛନ୍ତି । ଡିଜାଇନ ଦୃଷ୍ଟିରୁ ଉଭୟ ସ୍ମାର୍ଟଫୋନରେ ଏକ ପୃଥକ ଜ୍ୟାମିତିକ ଗ୍ରାଡିଆଂଟ ଫିନିସ ରହିଛି । ଉଭୟ ସ୍ମାର୍ଟଫୋନ ମେନଷ୍ଟ୍ରିମ ୟୁଜର ଏବଂ ଗେମପ୍ରେମୀଙ୍କ ପାଇଁ ଏକ ଆଦର୍ଶ ସ୍ମାର୍ଟଫୋନ ଅଟେ । ଆଣ୍ଡ୍ରଏଡ ୧୦ ଏବଂ କଲର ଓଏସ ୭ ଉପରେ ଆଧାରିତ ଏହି ସ୍ମାର୍ଟଫୋନ ଦୁଇଟିରେ ଏକ ତ୍ୱରିତ ଫିଙ୍ଗରପ୍ରିଂଟ ସେନ୍ସର ଏବଂ ଫେସିଆଲ ରେକଗ୍‌ନେସନ୍‌ର ସମର୍ଥନ କରୁଛନ୍ତି । ଉଭୟ ରିୟଲମି ସି ୧୨ ଓ ରିୟଲମି ସି ୧୫ ପାୱାର ବ୍ଲୁ ଓ ପାୱାର ସିଲଭର ରଙ୍ଗରେ ଉପଲବ୍ଧ ହେବ ।
ଏହି ନୂତନ ଉତ୍ପାଦଗୁଡ଼ିକର ଶୁଭାରମ୍ଭ ସମ୍ପର୍କରେ ମତ ରଖି ମାଧବ ସେଠ, ଉପାଧ୍ୟକ୍ଷ, ରିୟଲମି ଏବଂ ସିଇଓ, ରିୟଲମି ଇଣ୍ଡିଆ କହିଛନ୍ତି ଯେ, “ଆମର ଏହି ନୂତନ ସ୍ମାର୍ଟଫୋନ ଏହି ସବ୍ ୧୦କେ ସେଗେମେଂଟରେ ଏକ ବୃହତ ୬୦୦୦ମେଗାହର୍ଜ ବ୍ୟାଟେରୀ ଏବଂ ଅତ୍ୟାଧୁନିକ ବୈଶିଷ୍ଟ୍ୟ ପ୍ରଦାନ କରୁଛନ୍ତି । ଆମର ଗ୍ରାହକମାନଙ୍କୁ ସେମାନେ ଚାହୁଁଥିବା ଷ୍ଟାଇଲିଷ୍ଟ ଲାଇଫଷ୍ଟାଇଲ ଉତ୍ପାଦଗୁଡ଼ିକ ଯୋଗାଇଦେବା ପାଇଁ ଆମେ ନିଜର ଏଲଓଟି ଏବଂ ଲାଇଫଷ୍ଟାଇଲ ପୋର୍ଟଫୋଲିଓରେ ରିୟଲମି ବଡ୍‌ସ କ୍ଲାସିକ ଏବଂ ରିୟଲମି ଟି-ସାର୍ଟ ମଧ୍ୟ ସାମିଲ କରିଛୁ ।”
ଏହା ଛଡ଼ା ଋିୟଲମି ସି୧୫ରେ ୧୮ ୱାଟ ଚାର୍ଜର, ଗୋଟିଏ ୧୩ ଏମପି କ୍ୱାଡ କ୍ୟାମେରା ଓ ୮ ଏମପି ସେଲଫି କ୍ୟାମେରା ବ୍ୟବସ୍ଥା ରହିଥିବାବେଳେ ଏହା ଦୁଇଟି ଭାରିଆଂଟରେ ଯଥା ୩ଜିବି+୩୨ଜିବି ପାଇଁ ୯,୯୯୯ଟଙ୍କା ଏବଂ ୪ଜିବି+୬୪ଜିବି ପାଇଁ ୧୦,୯୯୯.ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ । ଋିୟଲମି ସି୧୫ର ବିକ୍ରୟ ଆସନ୍ତା ଅଗଷ୍ଟ ୨୭ ତାରିଖ ମଧ୍ୟାହ୍ନ ୧୨ଟାରୁ ରିୟଲମି.କମ, ଫ୍ଲିପକାର୍ଟରେ ଏବଂ ସେପ୍ଟେମ୍ବର ୩ ଠାରୁ ଅଫ୍‌ଲାଇନ ଷ୍ଟୋରଗୁଡ଼ିକରେ ଆରମ୍ଭ ହୋଇଯିବ । ସେହିଭଳି ଋିୟଲମି ସି୧୨ ଗୋଟିଏ ୧୩ ଏମପିର ତିନୋଟି କ୍ୟାମେରା ବ୍ୟବସ୍ଥା ଓ ୫ଏମପି ସେଲଫି କ୍ୟାମେରା ବ୍ୟବସ୍ଥା ରହିଥିବାବେଳେ ଏହା ଗୋଟିଏ ଭାରିଆଂଟ-୩ଜିବି+୩୨ଜିବି ପାଇଁ ୮,୯୯୯ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ । ଋିୟଲମି ସି୧୨ର ବିକ୍ରୟ ଆସନ୍ତା ଅଗଷ୍ଟ ୨୪ ତାରିଖ ମଧ୍ୟାହ୍ନ ୧୨ଟାରୁ ରିୟଲମି.କମ, ଫ୍ଲିପକାର୍ଟରେ ଏବଂ ଅଗଷ୍ଟ ୩୧ ଠାରୁ ଅଫ୍‌ଲାଇନ ଷ୍ଟୋରଗୁଡ଼ିକରେ ଆରମ୍ଭ ହୋଇଯିବ । ସେହିଭଳି ୩୯୯ଟଙ୍କା ମୂଲ୍ୟର ଏହାର ନୂତନ ହେଡଫୋନ ରିୟଲମି ବଡ୍‌ସ କ୍ଲାସିକର ବିକ୍ରୟ ରିୟଲମି.କମ ଏବଂ ଆମାଜନରେ ଆସନ୍ତା ଅଗଷ୍ଟ ୨୪ ତାରିଖ ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହୋଇଯିବ । ଏହାର ଉନ୍ନତ କ୍ୱାଲିଟି ଏବଂ ଫ୍ୟାବ୍ରିକ ଯୁକ୍ତ ରିୟଲମି ଟି ସାର୍ଟ ମାତ୍ର ୯୯୯ ଟଙ୍କା ମୂଲ୍ୟରେ ଆସନ୍ତା ସେପ୍ଟେମ୍ବର ୪ ତାରିଖ ମଧ୍ୟାହ୍ନ ୧୨ଟାରୁ ରିୟଲମି.କମରେ ବିକ୍ରୟ ପାଇଁ ଉପଲବ୍ଧ ହୋଇଯିବ ।


Share It

Comments are closed.