ରିଅଲ୍‌ମି ପକ୍ଷରୁ ଷ୍ଟାଇଲିସ୍ ସ୍ମାର୍ଟୱାଚ୍ ରିଅଲ୍‌ମି ୱାଚ୍ ଏସ୍ ସିରିଜ୍ ଉନ୍ମୋଚିତ


ଭୁବନେଶ୍ୱର: ରିଅଲ୍‌ମି ଏହାର ଏଆଇଓଟି ପୋର୍ଟଫୋଲିଓରେ ନୂଆ ରିଅଲ୍‌ମି ୱାଚ୍ ଏସ୍ ସିରିଜ୍‌ର ଶୁଭାରମ୍ଭ ସହିତ ପ୍ରିମିୟମ ସ୍ମାର୍ଟୱାଚ୍ ସେଗ୍‌ମେଂଟ୍‌ରେ ପ୍ରବେଶ କରିଛି । ରିଅଲ୍‌ମିର ସ୍ମାର୍ଟୱାଚ୍ ହେଉଛି ଷ୍ଟାଇଲ ଓ ସ୍ପୋର୍ଟର ଉପଯୁକ୍ତ ସମ୍ମିଶ୍ରଣ, ଯାହାକି ଯୁବ ପିଢିଙ୍କ ଉତ୍ସାହକୁ ସ୍ୱଚ୍ଛ ଭାବେ ପ୍ରଦର୍ଶିତ କରୁଛି । ଏହି ବ୍ରାଣ୍ଡ ଫ୍ରେଂଚ୍ ଲକ୍‌ଜରି ଡିଜାଇନର୍ ଯୋସ୍ ଲେଭିଙ୍କ ସହିତ ସହଭାଗିତାରେ ରିଅଲ୍‌ମି ବଡ୍‌ସ ଏୟାର ପ୍ରୋ ମାଷ୍ଟର୍ ଏଡିସନ୍‌ର ଶୁଭାରମ୍ଭ ମଧ୍ୟ କରିଛି । ରିଅଲ୍‌ମି ୱାଚ୍ ଏସ୍ ପ୍ରୋ ହେଉଛି ଷ୍ଟେନ୍‌ଲେସ୍ ଷ୍ଟିଲରେ ନିର୍ମିତ ପ୍ରଥମ ରିଅଲ୍‌ମି ୱାଚ୍‌, ଏଥିରେ ପ୍ରଥମ ଥର ପାଇଁ ଏକ ବୃହତ୍ ୩.୫ ସିଏମ୍ ଆମୋଲେଡ୍ ଟଚ୍‌ସ୍କ୍ରିନ୍ ସହିତ ଆଡ୍‌ଭାନ୍ସଡ୍ ଅଲ୍‌ୱେଜ୍‌-ଅନ୍ ଡିସ୍‌ପ୍ଲେ ୧୫ ସ୍ପୋର୍ଟସ୍ ମୋଡ୍‌, ୫ ଏଟିଏମ୍‌, ଜିପିଏସ୍ ସେନ୍ସର ଓ ଏକ ବିଶାଳ ୪୨୦ ଏମ୍‌ଏଏଚ୍ ବ୍ୟାଟେରୀ ଆଦି ଫିଚର ରହିଛି । ୯,୯୯୯ଟଙ୍କା ମୂଲ୍ୟର ରିଅଲ୍‌ମି ୱାଚ୍ ଏସ୍ ପ୍ରୋର ପ୍ରଥମ ଫ୍ଲାସ୍ ସେଲ୍ ଆସନ୍ତା ଡିସେମ୍ବର ୨୯ ତାରିଖ ଦିନ ୧୨ଟାରୁ ରିଅଲ୍‌ମି ଡଟ୍ କମ୍ ଓ ଫ୍ଲିପ୍‌କାର୍ଟରେ ଆରମ୍ଭ ହେବ । ଏହି ସେଗ୍‌ମେଂଟ୍‌ରେ ସବୁଠାରୁ ଭର୍ସାଟାଇଲ ସ୍ମାର୍ଟୱାଚ୍ ରିଅଲ୍‌ମି ୱାଚ୍ ଏସ୍ ଏକ ୩.୩ ସିଏମ୍ ଲାର୍ଜ କଲର୍ ଟଚ୍‌ସ୍କ୍ରିନ୍‌, ହାର୍ଟ ରେଟ୍‌, ଏସ୍‌ପିଓ୨ ମନିଟର, ୧୬ଟି ସ୍ପୋର୍ଟସ୍ ମୋଡ୍ ସହିତ ଆସୁଛି ଏବଂ ଏହା ୩୯୦ଏମ୍‌ଏଏଚ୍ ବ୍ୟାଟେରୀ ଦ୍ୱାରା ପରିଚାଳିତ । ୱାଚ୍ ଏସ୍‌ର ମୂଲ୍ୟ ୪,୯୯୯ଟଙ୍କା ରହିଥିବା ବେଳେ ଏହାର ପ୍ରଥମ ଫ୍ଲାଶ୍ ସେଲ୍ ଆସନ୍ତା ଡିସେମ୍ବର ୨୮ ତାରିଖ ଦିନ ୧୨ଟାରୁ ରିଅଲ୍‌ମି ଡଟ୍ କମ୍ ଓ ଫ୍ଲିପ୍‌କାର୍ଟରେ ଆରମ୍ଭ ହେବ ।
ଉପଭୋକ୍ତାମାନେ ଡିସେମ୍ବର ୨୩ ତାରିଖ ଦିନ ୨ଟାରୁ ଡିସେମ୍ବର ୨୭ ତାରିଖ ରାତି ୧୧ଟା ୫୯ ମିନିଟ୍ ମଧ୍ୟରେ ରିଅଲ୍‌ମି ୱାଚ୍ ଏସ୍ ସିରିଜ୍‌କୁ ପ୍ରି-ଅର୍ଡର୍ କରିପାରିବେ ଏବଂ ରିଅଲ୍‌ମି ଡଟ୍ କମ୍‌ରେ ବିଭିନ୍ନ ଅଫର୍ ପାଇପାରିବେ । ରିଅଲ୍‌ମି ବଡ୍‌ସ ଏୟାର ପ୍ରୋ ମାଷ୍ଟର୍ ଏଡିସନ୍‌କୁ ଯୋସ୍ ଲେଭିଙ୍କ ସହିତ ସହଭାଗିତାରେ ଡିଜାଇନ୍ କରାଯାଇଛି ଏବଂ ଏହା ଉପଭୋକ୍ତାଙ୍କ ପାଇଁ ୪,୯୯୯ଟଙ୍କା ରେ ଉପଲବ୍ଧ ହେବ । ଏହାର ସେଲ୍ ଆସନ୍ତା ଜାନୁଆରୀ ୮ ତାରିଖ ୨୦୨୧, ଦିନ ୧୨ଟାରୁ ରିଅଲ୍‌ମି ଡଟ୍ କମ୍ ଓ ଫ୍ଲିପ୍‌କାର୍ଟରେ ଆରମ୍ଭ ହେବ । ଏହି ଶୁଭାରମ୍ଭ ଅବସରରେ ରିଅଲ୍‌ମିର ଉପାଧ୍ୟକ୍ଷ, ରିଅଲ୍‌ମି ଇଣ୍ଡିଆ ଓ ୟୁରୋପର ସିଇଓ ମାଧବ ସେଠ୍ କହିଛନ୍ତି, “ରିଅଲ୍‌ମି ୱାଚ୍ ଏସ୍ ସିରିଜ୍ ସହିତ ଆମେ ପ୍ରିମିୟମ ସ୍ମାର୍ଟୱାଚ୍ ସେଗ୍‌ମେଂଟ୍‌ରେ ପ୍ରବେଶ କରିଛୁ ଏବଂ ଆମେ ନିଶ୍ଚିତ ଯେ, ଆମର ଉପଭୋକ୍ତାମାନେ ଆମର ଏହି ନୂତନ ଉତ୍ପାଦକୁ ପସନ୍ଦ କରିବୋ”


Share It

Comments are closed.