ରିଅଲ୍‌ମିର ନୂଆ ରିଅଲ୍‌ମି ୧୦ ସ୍ମାର୍ଟଫୋନ ଉନ୍ମୋଚିତ


ଭୁବନେଶ୍ୱର: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ସ୍ମାର୍ଟଫୋନ୍ ବ୍ରାଣ୍ଡ ରିଅଲ୍‌ମି ପକ୍ଷରୁ ଏହାର ରିଅଲ୍‌ମି ୧୦ ସିରିଜ୍‌ରେ ନୂଆ ସ୍ମାର୍ଟଫୋନ୍ ରିଅଲ୍‌ମି ୧୦ର ଶୁଭାରମ୍ଭ ଘୋଷଣା କରାଯାଇଛି । ଅପ୍‌ଗ୍ରେଡେଡ୍ ଟେକ୍ନୋଲୋଜି, ଅତ୍ୟାଧୁନିକ ଫିଚର ଓ ପ୍ରଦର୍ଶନ ସହିତ ରିଅଲ୍‌ମି ଚଳିତ ନବବର୍ଷରେ ସ୍ମାର୍ଟଫୋନ୍ ଉପଭୋକ୍ତାଙ୍କ ପାଇଁ ସାଲିସ୍‌ବିହୀନ ଯୋଗାଯୋଗ ପ୍ରଦାନ କରିବା ଜାରି ରଖିଛି । ରିଅଲ୍‌ମି ୧୦ ମିଡିଆଟେକ୍ ହେଲିଓ ଜି୯୯ ପ୍ରୋସେସର ଓ ୯୦ଏଚ୍‌ଜେଡ୍ ୬.୪ ଇଂଚ୍ ସୁପର୍ ଆମୋଲେଡ୍ ଡିସ୍‌ପ୍ଲେ, ୩୩ୱାଟ୍ ସୁପର୍‌ଭିଓଓସି ଚାର୍ଜ ସହିତ ବିଶାଳ ୫୦୦୦ ଏମ୍‌ଏଏଚ୍ ବ୍ୟାଟେରୀ, ୫୦ଏମ୍‌ପି ମେନ୍ କ୍ୟାମେରା ଓ ୧୬ ଏମ୍‌ପି ସେଲ୍‌ଫି କ୍ୟାମେରା ଦ୍ୱାରା ପରିଚାଳିତ । ରିଅଲ୍‌ମି ୧୦ ଦୁଇଟି ଆକର୍ଷଣୀୟ ରଙ୍ଗ- କ୍ଲାସ୍ ହ୍ୱାଇଟ୍ ଓ ରସ୍ ବ୍ଲାକ୍‌ରେ ଏବଂ ଦୁଇଟି ଷ୍ଟୋରେଜ୍ ଭାରିଆଂଟ୍‌- ୪ଜିବି+୬୪ଜିବି ପାଇଁ ୧୩,୯୯୯ ଟଙ୍କାରେ ଓ ୮ଜିବି+୧୨୮ଜିବି ପାଇଁ ୧୬,୯୯୯ ଟଙ୍କାରେ ଉପଲବ୍ଧ ହେବ । ଏହାର ସେଲ୍ ଆସନ୍ତା ଜାନୁଆରୀ ୧୫ ତାରିଖ ରାତି ୧୨ଟା ପରଠାରୁ ରିଅଲ୍‌ମି ଡଟ୍ କମ୍‌, ଫ୍ଲିପ୍‌କାର୍ଟ ଓ ମେନ୍‌ଲାଇନ୍ ଚ୍ୟାନେଲଗୁଡିକରେ ଆରମ୍ଭ ହେବ । ରିୟଲମି ୧୦ (୪ଜିବି+୬୪ଜିବି) ଗ୍ରାହକଙ୍କ ପାଇଁ ୧୨,୯୯୯ଟଙ୍କାରେ ଉପଲବ୍ଧ ହେବ, କ୍ରେତାମାନେ ଫ୍ଲିପକାର୍ଟ ଏବଂ ରିୟଲମି.କମ ରେ ଆଇସିଆଇସିଆଇ ଡେବିଟ କାର୍ଡ, କ୍ରେଡିଟ କାର୍ଡ, ଏବଂ ଇଏମଆଇ ଟ୍ରାଞ୍ଜାକ୍ସନ ଉପରେ ୧୦୦୦ଟଙ୍କାର ତୁରନ୍ତ ରିହାତି ଉପଲବ୍ଧ କରିପାରିବେ ।

ଏହି ଲଂଚ୍ ଅବସରରେ ରିଅଲ୍‌ମି ଇଣ୍ଡିଆର ସିଇଓ, ରିଅଲ୍‌ମିର ଭିପି ଓ ରିଅଲ୍‌ମି ଇଂଟର୍‌ନ୍ୟାଶନାଲ ବିଜ୍‌ନେସ୍ ଗ୍ରୁପ୍‌ର ଅଧ୍ୟକ୍ଷ ମାଧବ ସେଠ୍ କହିଛନ୍ତି, ‘ ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ଟେକ୍ନୋଲୋଜି ମାଧ୍ୟମରେ ଯୁବପିଢିଙ୍କୁ ସଶକ୍ତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଜାରି ରଖି ଆମେ ରିଅଲ୍‌ମି ୧୦ର ଶୁଭାରମ୍ଭ କରିଛୁ ଯାହା ସେଗ୍‌ମେଂଟ୍‌ର ସବୁଠାରୁ ପତଳା ଡିଜାଇନ୍‌, ବେ୍େ‌ଟ-ଇନ୍‌-କ୍ଲାସ୍ ଫିଚର ପ୍ରଦାନ କରୁଛି । ଆମର ‘ଏପିକ୍ ପର୍‌ଫର୍ମାନ୍ସ ନ୍ୟୁ ଭିଜନ’ ଆଭିମୁଖ୍ୟ ସହିତ ରିଅଲ୍‌ମି ୧୦ ଯୁବପିଢିଙ୍କୁ ସେମାନଙ୍କର ଆଧୁନିକ ଦିନର ଅଭିଳାଷଗୁଡିକୁ ପୂରଣ କରିବା ପାଇଁ ଅଧିକ ବିକଳ୍ପ ପ୍ରଦାନ କରି ସଶକ୍ତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି । ଆମେ ଆମର ଉପଭୋକ୍ତାମାନେ ରିଅଲ୍‌ମି ୧୦ ଓ ଆଗାମୀ ବର୍ଷଗୁଡିକରେ ଏଭଳି ଉତ୍ପାଦଗୁଡିକୁ ବ୍ୟବହାର କରିବା ପାଇଁ ଅପେକ୍ଷା କରିରହିଛୁ ।’

ରିଅଲ୍‌ମି ୧୦ରେ ଏକ ଆଡ୍‌ଭାନ୍ସଡ୍ ୫୦ଏମ୍‌ପି ପ୍ରାଇମେରୀ କ୍ୟାମେରା, ଏକ ୧୬ଏମ୍‌ପି ସେଲ୍‌ଫି ଓ ଏକ ୨ଏମ୍‌ପି ବିଆଣ୍ଡଡବ୍ଲ୍ୟୁ ପୋର୍ଟ୍ରେଟ୍ ଲେନ୍ସ ରହିଛି । ଏହାର ପ୍ରାଇମେରୀ କ୍ୟାମେରା ୫୦ଏମ୍‌ପି ଅଲ୍‌ଟ୍ରା ଏଚ୍‌ଡି ମେନ୍ କ୍ୟାମେରାର ବ୍ୟବହାର କରୁଛି ଏବଂ ଏଫ୍‌୧.୮ ଆପେର୍‌ଚର, ୭୭ଂ ଏଫ୍‌ଓଭି ଓ ୨ଏମ୍‌ପି ବିଆଣ୍ଡ୍‌ଡବ୍ଲ୍ୟୁ ପୋର୍ଟ୍ରେଟ୍ ଲେନ୍ସ ସହ ଆସୁଛି । ରିଅଲ୍‌ମି ୧୦ ହେଉଛି ୭.୯୫ଏମ୍‌ଏମ୍ ଅଲ୍‌ଟ୍ରା ସ୍ଲିମ୍ ଓ ୧୭୮ ଗ୍ରାମ ହାଲୁକା ବଡି ସହିତ ସେଗ୍‌ମେଂଟ୍‌ର ଅନ୍ୟତମ ପତଳା ସ୍ମାର୍ଟଫୋନ୍ ଯାହା ଗେମର୍‌ଙ୍କ ପାଇଁ ଏକ ସୁଗମ ଗ୍ରିପ୍ ପ୍ରଦାନ କରୁଛି ଏବଂ ଏହାକୁ ବହନ କରିବା ଖୁବ୍ ଆରାମଦାୟକ ଅଟେ ।


Share It

Comments are closed.