ଋିୟଲମି ପକ୍ଷରୁ ନୂତନ ଉତ୍ପାଦର ଶୁଭାରମ୍ଭ ସହିତ ଏହାର ଏଆଇଓଟି ଅଫରିଙ୍ଗର ସମ୍ପ୍ରସାରଣ


ଭୁବନେଶ୍ୱର: ବିଶ୍ୱର ଦ୍ରୁତ ବର୍ଦ୍ଧିତ ସ୍ମାର୍ଟଫୋନ ବ୍ରାଣ୍ଡ ରିୟଲମି ପକ୍ଷରୁ ରିୟଲମି ୱାଚ ୨ ପ୍ରୋ, ରିୟଲମି ୱାଚ ୨, ରିୟଲମି ବଡ୍‌ସ ୱାୟରଲେସ ୨, ରିୟଲମି ବଡ୍‌ସ ୱାୟରଲେସ ୨ ନିଓ ଏବଂ ରିୟଲମି ବଡ୍‌ସ କ୍ୟୁ୨ ନିଓର ଶୁଭାରମ୍ଭ ସହିତ ଏହାର ଏଆଇଓଟି ଅଫରିଙ୍ଗର ସମ୍ପ୍ରସାରଣ କରାଯାଇଛି । ଏହି ଉତ୍ପାଦ ଗୁଡ଼ିକ ରିୟଲମିର ନିକଟରେ ଘୋଷଣା ହୋଇଥିବା ‘୧+୫+ଟି’ ରଣନୀତି ଅଧିନରେ ଶୁଭାରମ୍ଭ କରାଯାଇଛି,ଯାହାକି ଆଗକୁ ଏହାର ଉପଭୋକ୍ତାମାନଙ୍କୁ ଅତ୍ୟାଧୁନିକ ଟେକ୍ନୋଲୋଜି ସହିତ ସମନ୍ୱିତ ଏକ ଉଚ୍ଚାଭିଳାଷୀ ତଥା ଟ୍ରେଣ୍ଡ ସେଟିଙ୍ଗ ଜୀବନଶୈଳୀ ପ୍ରଦାନ କରିବା ନେଇ ରିୟଲମିର ପ୍ରତିଶ୍ରୁତିକୁ ଆହୁରି ମଜବୁତ କରିବାକୁ ଲକ୍ଷ ରଖିଛି ।
ଏହା ସମ୍ପର୍କରେ ରିୟଲମି ଇଣ୍ଡିଆ ଓ ୟୁରୋପ, ରିୟଲମି ଏବଂ ଚିଫ ଏକ୍ସିକ୍ୟୁଟିଭ ଅଫିସର, ଉପାଧ୍ୟକ୍ଷ ଶ୍ରୀମାଧବ ସେଠ କହିଛନ୍ତି ଯେ, “ରିୟଲମି ପାଇଁ ଭାରତର ସବୁବେଳେ ଏକ ଶୀର୍ଷ ପ୍ରାଥମିକ ବଜାର ରହିଛି । ରିୟଲମିୱାଚ ୨ ପ୍ରୋ, ରିୟଲମି ୱାଚ ୨, ରିୟଲମି ବଡ୍‌ସ ୱାୟରଲେସ ୨, ରିୟଲମି ବଡ୍‌ସ ୱାୟରଲେସ ୨ ନିଓ ଏବଂ ରିୟଲମି ବଡ୍‌ସ କ୍ୟୁ୨ ନିଓ ର ଶୁଭାରମ୍ଭ ମାଧ୍ୟମରେ ଆମ ଗ୍ରାହକଙ୍କୁ ଏକ ସ୍ମାର୍ଟ, ମୁକ୍ତ, ଟ୍ରେଣ୍ଡ ସେଟିଙ୍ଗ, ଏବଂ ସଂଯୁକ୍ତ ଜୀବନ ପାଇଁ ଉନ୍ନତମାନର ଟେକଲାଇଫଷ୍ଟାଇଲ ପ୍ରଡକ୍ଟ ଯୋଗାଇ ଦେବା ଉପରେ ଆମର ଧ୍ୟାନକୁ ପୁଣି ଦୋହରାଇଛୁ ।”
ଋିୟଲମି ୱାଚ ପ୍ରୋର ମୂଲ୍ୟ ୪,୯୯୯ଟଙ୍କା ରହିଥିବାବେଳେ ଏହା ଆସନ୍ତା ୨୬ ଜୁଲାଇ ରାତି ୧୨ଟାରୁ ରିୟଲମି.କମ ଏବଂ ଆମାଜନରେ ସେଲ ପାଇଁ ଉପଲବ୍ଧ ହେବ ଓ ପ୍ରମୁଖ ଚ୍ୟାନେଲ ଗୁଡ଼ିକରେ ବହୁତ ଜଲଦି ଉପଲବ୍ଧ ହୋଇଯିବ । ରିୟଲମିୱାଚ ୨ ର ମୂଲ୍ୟ ୩,୪୯୯ ଟଙ୍କାରହିଥିବାବେଳେ ଆସନ୍ତା ୨୬ ଜୁଲାଇରାତି ୧୨ଟାରୁ ରିୟଲମି.କମ ଏବଂ ଫ୍ଲିପକାର୍ଟରେ ଏହାରସେଲ ଆରମ୍ଭ ହୋଇଯାଉଛି । ଫ୍ଲିପକାର୍ଟରେ ଏହାର ପ୍ରାରମ୍ଭିକ ଅଫର ପ୍ରଥମ ସେଲସମୟରେ ଗ୍ରାହକମାନେ ୫୦୦ଟଙ୍କାର ଅତିରିକ୍ତ ଛାଡ଼ ପାଇପାରିବେ, ଏହି ସମୟରେ ରିୟଲମି ୱାଚ ୨ର ମୂଲ୍ୟ ୨,୯୯୯ଟଙ୍କା ରହିବ । ରିୟଲମିବଡ୍‌ସୱାୟରଲେସ ୨ ର ମୂଲ୍ୟ ୨,୨୯୯ଟଙ୍କା ରହିଥିବାବେଳେ ଆସନ୍ତା ୨୬ ଜୁଲାଇମଧ୍ୟାହ୍ନ ୧୨ଟାରୁ ରିୟଲମି.କମଏବଂ ଫ୍ଲିପକାର୍ଟରେ ଏହାରସେଲ ଆରମ୍ଭ ହୋଇଯିବ । ଫ୍ଲିପକାର୍ଟରେ ଏହାର ପ୍ରାରମ୍ଭିକ ଅଫର ପ୍ରଥମ ସେଲରେ ଗ୍ରାହକମାନେ ୩୦୦ଟଙ୍କାର ଅତିରିକ୍ତ ଛାଡ଼ ପାଇପାରିବୋ
ସେହିଭଳିରିୟଲମିବଡ୍‌ସୱାୟରଲେସ ୨ ନିଓରମୂଲ୍ୟ ୧,୪୯୯ ଟଙ୍କାରହିଥିବାବେଳେଏହାରସେଲରିୟଲମି.କମଏବଂ ଆମାଜନରେ ୨୬ ଜୁଲାଇରାତି ୧୨ଟାରୁ ଆରମ୍ଭ ହୋଇଯିବ । ଏଥିରେ ମଧ୍ୟ ଗ୍ରାହକମାନେ ୧୦୦ଟଙ୍କାର ଅତିରିକ୍ତ ଛାଡ଼ ପାଇପାରିବେ । ରିୟଲମିବଡ୍‌ସକ୍ୟୁ ୨ ନିଓରମୂଲ୍ୟ ୧,୫୯୯ଟଙ୍କା ରହିଥିବାବେଳେଏହା ଆସନ୍ତା ଜୁଲାଇ ୨୯ ଦିନ ୧୨ଟାରୁ ସେଲ ପାଇଁ ଉପଲବ୍ଧ ହୋଇଯିବ । ଫ୍ଲିପକାର୍ଟରେଏହାର ପ୍ରାରମ୍ଭିକ ଅଫର ପ୍ରଥମ ସେଲରେଗ୍ରାହକମାନେ ୩୦୦ଟଙ୍କାର ଅତିରିକ୍ତ ଛାଡ଼ ପାଇପାରିବେ ।


Share It

Comments are closed.