ଭୁବନେଶ୍ୱର : ଭାରତୀୟ ଯୁବପିଢିଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ ସ୍ମାର୍ଟଫୋନ ବ୍ରାଣ୍ଡ ରିଅଲ୍ମି ପକ୍ଷରୁ ଏହାର ସି-ସିରିଜ ଶୃଙ୍ଖଳାରେ ଏକ ଶକ୍ତିଶାଳୀ ନୂତନ ସ୍ମାର୍ଟଫୋନ ରିଅଲ୍ମି ସି୮୩ ୫ଜି (Realme C83 5G)ର ଲଂଚ ଘୋଷଣା କରାଯାଇଛି। ଏହାକୁ ଦୀର୍ଘସ୍ଥାୟୀ ବ୍ୟାଟେରୀ ଲାଇଫ, ଅଲ୍ଟ୍ରା-ସ୍ମୁଥ ଭିଜୁଆଲ ଓ ନିର୍ଭରଯୋଗ୍ୟ ୫ଜି କାର୍ଯ୍ୟଦକ୍ଷତା ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି। ରିଅଲ୍ମି ସି୮୩ ୫ଜି ସେଗ୍ମେଂଟର ସବୁଠାରୁ ବଡ ୭୦୦୦ ଏମଏଏଚ ଟାଇଟନ ବ୍ୟାଟେରୀକୁ ଏକ ୧୪୪ଏଚଜେଡ ଡିସ୍ପେ୍ଲ ଓ ୪ ବର୍ଷର ସୁଗମ କାର୍ଯ୍ୟଦକ୍ଷତା ସହ ଏକତ୍ରିତ କରିଛି। ଏହି ବ୍ୟାଟେରୀ ବ୍ୟାଟେରୀ ଚିନ୍ତା ବିନା ସାରାଦିନର ବ୍ୟବହାର ସୁନିଶ୍ଚିତ କରିଥାଏ। ଏହା ୧୫ଡବ୍ଲ୍ୟୁ ପିଡି ଓ ୧୫ଡବ୍ଲ୍ୟୁ ଡିସିପି ଚାର୍ଜିଙ୍ଗକୁ ସପୋର୍ଟ କରୁଥିବା ବେଳେ ଏହା ଫୁଲ୍ ଚାର୍ଜ ପାଇଁ ପ୍ରାୟ ୧୮୦ ମିନିଟ ସମୟ ନେଇଥାଏ। ଏଥିରେ ୫ଡବ୍ଲ୍ୟୁ ୱାୟାର୍ଡ ରିଭର୍ସ ଚାର୍ଜିଂ ରହିଛି।

Realme C83 5G ମିଡିଆଟେକ ଡାଇମେନସିଟି ୬୩୦୦ ଚିପସେଟ ଦ୍ୱାରା ପରିଚାଳିତ ଯାହା ଏକ ଆଡ୍ଭାନ୍ସଡ ୬ଏନଏମ ପ୍ରୋସେସ ଉପରେ ନିର୍ମିତ। ଏହି ସ୍ମାର୍ଟଫୋନ ୪ଜିବି ଓ ୬ଜିବି ଏଲପିଡିଡିଆର୪ଏକ୍ସ ରାମ ବିକଳ୍ପ ଏବଂ ୬୪ଜିବି ଓ ୧୨୮ଜିବି ଷ୍ଟୋରେଜ ସହ ଆସୁଛି। ଡାଇନାମିକ ରାମ ଏକ୍ସପାନ୍ସନ ସହିତ ଉପଭୋକ୍ତାମାନେ ଏହାର ରାମ୍କୁ ୧୮ଜିବି ପର୍ଯ୍ୟନ୍ତ ବିସ୍ତାର କରିପାରିବେ। ଏହା ୨ ଟିବି ପର୍ଯ୍ୟନ୍ତ ଓଟିଜି ଷ୍ଟୋରେଜ ଏକ୍ସପାନ୍ସନକୁ ସପୋର୍ଟ କରୁଛି। ଏଥିରେ ଏକ ୧୪୪ଏଚଜେଡ ଆଡାପ୍ଟିଭ ରିଫ୍ରେଶ ରେଟ ସହ ଏକ ୬.୭ ଇଂଚ ଏଲସିଡି ଡିସ୍ପ୍ଲେ ରହିଛି ଯାହା ସୁଗମ ସ୍କ୍ରୋଲିଂ, ସହଜ ଆନିମେଶନ ଓ ପ୍ରତିକ୍ରିୟାଶୀଳ ଗେମ୍ପ୍ଲେ ପ୍ରଦାନ କରିଥାଏ। ଉପଯୋଗିତାକୁ ଆହୁରି ବୃଦ୍ଧି କରିବା ପାଇଁ ଏହି ଡିଭାଇସ ଏକ ଇଂଟେଲିଜେଂଟ ଫିଚର ଏଆଇ ଆଉଟଡୋର ମୋଡ୍ର ଶୁଭାରମ୍ଭ କରିଛି
Also Read :ଟ୍ରୁକଲର୍ ପକ୍ଷରୁ ‘ଫ୍ୟାମିଲି ପ୍ରୋଟେକ୍ସନ’ ସେବାର ଶୁଭାରମ୍ଭ
ସ୍ଥିର ପ୍ରଦର୍ଶନ ବଜାୟ ରଖିବା ପାଇଁ ଏହି ଡିଭାଇସ ଏକ ବୃହତ ୫୩୩୪ ଏମଏମ୨ ଏୟାରଫ୍ଲୋ ଭିସି କୁଲିଂ ସିଷ୍ଟମ ସହ ସୁସଜ୍ଜିତ ରହିଛି। ଏହାବ୍ୟତୀତ ଏହି ସ୍ମାର୍ଟଫୋନ ଆକ୍ସିଡେଂଟାଲ ଡ୍ରପ, ଡଷ୍ଟ ଏକ୍ସପୋଜର ଓ ସ୍ପ୍ଲାଶ୍ ବିରୋଧରେ ସୁରକ୍ଷା ପାଇଁ ମିଲିଟାରୀ-ଗ୍ରେଡ ସକ୍ ରେଜିଷ୍ଟାନ୍ସ ଏବଂ ଆଇପି୬୪ ଧୂଳି ଓ ଜଳ ପ୍ରତିରୋଧ କ୍ଷମତା ସହ ଆସୁଛି। Realme C83 5G ଇଂଟେଲିଜେଂଟ ଅପ୍ଟିମାଇଜେଶନ ଓ ଲାଇଭ ଫଟୋ ସପୋର୍ଟ ସହିତ ଏକ ୧୩ଏମପି ଏଆଇ ରିୟର କ୍ୟାମେରା ରହିଛି ଏବଂ ଫ୍ରଂଟ୍ରେ ଏକ ୫ଏମ୍ପି କ୍ୟାମେରା ରହିଛି। ଏହି ଡିଭାଇସ ଆଣ୍ଡ୍ରଏଡ ୧୬ ଉପରେ ଆଧାରିତ ରିଅଲ୍ମି ୟୁଆଇ ୭.୦ ଦ୍ୱାରା ପରିଚାଳିତ। ରିଅଲ୍ମି ସି୮୩ ୫ଜି ୧୩୪୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ବ୍ଲୁମିଂ ପର୍ପଲ ଓ ସ୍ପ୍ରାଉଟିଂ ଗ୍ରୀନ କଲରରେ ଏବଂ ୩ଟି ଷ୍ଟୋରେଜ ଭାରିଆଂଟରେ ଉପଲବ୍ଧ ହେବ। ଏହାର ପ୍ରଥମ ସେଲ୍ ୠକ୍ଷସକ୍ଟ୍ରଳବକ୍ସଗ୍ଧ, କ୍ସରବକ୍ଷଜ୍ଞର.ମକ୍ଟଜ୍ଞ ଓ ମେନଲାଇନ ଷ୍ଟୋରଗୁଡିକରେ ଆସନ୍ତା ମାର୍ଚ୍ଚ ୭ ତାରିଖ ଦିନ ୧୨ଟାରୁ ଆରମ୍ଭ ହେବ।

Comments are closed.