ହ୍ବାଟସ ଆପର ଆଉ ଏକ ନୂଆ ଫିଚର, ଏବେ କୌଣସି କଂଟାକ୍ଟକୁ ବ୍ଲକ ନ କରି ମଧ୍ୟ କରିପାରିବେ ଇଗନୋର


ଯଦି ଆପଣ କୌଣସି ମେସେଜକୁ ଇଗନୋର କରିବାକୁ ଚାହାଁନ୍ତି କିମ୍ବା ରିପ୍ଲାଏ ଦେବାକୁ ଚାହାଁନ୍ତି ନାହିଁ କିନ୍ତୁ ଏକ କଂଟାକ୍ଟ କିମ୍ବା ଗ୍ରୁପକୁ ବ୍ଲକ କରିବାକୁ ମଧ୍ୟ ଚାହାଁନ୍ତି ନାହିଁ | ତେବେ ଏହି କ୍ଷେତ୍ରରେ,ହ୍ବାଟ୍ସ ଆପ୍ ର ଏହି ଫିଚର ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ |

ଯଦି ଆପଣ ହ୍ବାଟସ୍ ଆପ୍ ରେ Archive ଫିଚର ବ୍ୟବହାର କରନ୍ତି, ତେବେ ଶୀଘ୍ର ଏହାର ସ୍ଥାନରେ ଏକ ନୂତନ ଫିଚର ଦିଆଯାଇପାରେ | କମ୍ପାନୀ ଏକ Read Later ଫିଚର ଉପରେ ପରୀକ୍ଷା କରୁଛି ଯାହା ଆର୍କାଇଭ୍ କୁ ରିପ୍ଲେସ କରିବ |

Read Later ଫିଚର ବର୍ତ୍ତମାନ ବିଟା ପରୀକ୍ଷଣରେ ଅଛି ଏବଂ କିଛି ଉପଭୋକ୍ତା ଏହାକୁ ବ୍ୟବହାର ମଧ୍ୟ କରୁଛନ୍ତି | Read Later ଫିଚର ଅଧୀନରେ, ଆପଣ ଏକ ଚାଟ୍ କୁ ରିଡ ଲ୍ୟାଟର ଭାବରେ ମାର୍କ କରିପାରିବେ ଏବଂ ଏଥିପାଇଁ ଆପଣଙ୍କୁ ନୋଟିଫିକେସନ
ମଧ୍ୟ ମିଳିବ ନାହିଁ |

ଫିଚର ଏନାବଲଡ ହେବାଦ୍ବାରା, ଚାଟ୍ ର ନୋଟିଫିକେସନ ମଧ୍ୟ ଆସିବ ନାହିଁ | ହ୍ବାଟସ୍ ଆପ୍ ର ଫିଚର ଉପରେ ନଜର ରଖୁଥିବା ଏକ ବ୍ଲଗ୍,WABetainfo ର ଏକ ରିପୋର୍ଟ ଅନୁଯାୟୀ WhatsApp Archive Chatsକୁ Read Laterକୁ ବଦଳାଇଦିଆଯିବ ।

ବର୍ତ୍ତମାନ ଆପଣ ନେସେଜ Archive କରିପାରୁଛନ୍ତି, କିନ୍ତୁ ସେହି କଂଟାକ୍ଟରୁ କୌଣସି ଏକ ମେସେଜ ଆସିବା ମାତ୍ରେ ଏକ ନୋଟିଫିକେସନ ମଧ୍ୟ ଆସିଯାଉଛି | ନୂତନ Read Later ଫିଚରରେ କିନ୍ତୁ ନୋଟିଫିକେସନ ଆସିବ ନାହିଁ | ଉପଭୋକ୍ତାମାନେ Read Later ଫିଚରକୁ ରିଭର୍ସ ମଧ୍ୟ କରିପାରିବେ |

Read Later ସେଟିଂକୁ ଯାଇ ଯାଇ ନୁଆ ମେସେଜକୁ ଆର୍କାଇଭ ସେକ୍ସନକୁ ପଠାଯାଇପାରିବ | ଯଦି ଆପଣ ଚାହାଁନ୍ତି, ଆପଣ ଏହାକୁ ପୁଣି ମେନ ଚାଟ୍ ରେ ରଖିପାରିବେ | ଯେପର୍ଯ୍ୟନ୍ତ ଆପଣ ଏହି ଫିଚରକୁ ଡିସେବଲ କରିନାହାଁନ୍ତି, ସେ ପର୍ଯ୍ୟନ୍ତ ଆପଣ ସେହି ଚାଟ୍ ପାଇଁ କୌଣସି ନୋଟିଫିକୋସନ ପାଇବେ ନାହିଁ |

Read Later ଫିଚର ବର୍ତ୍ତମାନ iOS ବିଟା ଆପରେ ଦେଖାଯାଉଛି | କିନ୍ତୁ ଯଦି ଏହା ଆଇଫୋନରେ ଆସେ, ତେବେ ଏହା ପରେ କମ୍ପାନୀ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଜାରି କରିପାରିବ |


Share It

Comments are closed.