ଖୁବଶୀଘ୍ର ଆସୁଛି ନୂଆ ୨୦ ଟଙ୍କିଆ ନୋଟ୍


ନୂଆ ୨୦୦, ୧୦୦, ୫୦ ଓ ୧୦ ଟଙ୍କିଆ ନୋଟ୍ ପରେ ଏବେ ୨୦ ଟଙ୍କିଆ ନୋଟ୍ ନୂଆ ରୂପରେ ଦେଖିବାକୁ ମିଳିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହା ଘୋଷଣା କରାଯାଇଛି ଓ ଏହି ନୂଆ ୨୦ ଟଙ୍କିଆ ନୋଟର ରଙ୍ଗ ଗ୍ରିନିସ୍ ୟେଲୋ ରଖାଯାଇଛି । ସବୁ ନୋଟ ପରି ଏଥିରେ ମହାତ୍ମା ଗାନ୍ଧୀଙ୍କ ଲୋଗୋ ରହିବା ସହିତ ସେଣ୍ଟ୍ରାଲ୍ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସଙ୍କ ଦସ୍ତଖତ ମଧ୍ୟ ରହିଛି । ଏହାର ପଛପାଶ୍ୱର୍ରେ ଉଲୋରା ଗୁମ୍ଫାର ଚିତ୍ର ରହିଛି, ଯାହା ଭାରତର ଐତିହ୍ୟକୁ ଦର୍ଶାଉଛି । ଏହାର ଆକର ୬୩ମିମି ଙ୍ଘ ୧୨୯ମିମି ରହିଛି । ନୋଟର ଦକ୍ଷିଣ ପାଶ୍ୱର୍ରେ ଅଶୋକ ସ୍ତମ୍ଭର ଚିତ୍ର ରହିଛି । ନୋଟ୍ର ମଝିରେ ମହାତ୍ମା ଗାନ୍ଧୀଙ୍କ ଫଟୋ ରହିବା ସହିତ ଦେବନାଗରୀ ଫଣ୍ଟରେ ୨୦ ଲେଖାଯାଇଛି । ଏହାର ପଛ ପାଶ୍ୱର୍ରେ ସ୍ୱଚ୍ଛ ଭାରତର ଲୋଗୋ ରହିବା ସହିତ ସବୁ ନୋଟ୍ ପରି ଏଥିରେ ‘କୋଡ଼ିଏ ଟଙ୍କା’ ୧୫ଟି ଭାରତୀୟ ଭାଷାରେ ଲେଖାଯାଇଛି ।


Share It

Comments are closed.