ଏଟିଏମ ଚୋରିକୁ ରୋକିବା ପାଇଁ ଆରବିଆଇ ପକ୍ଷରୁ ଶକ୍ତ ପଦକ୍ଷେପ


ଯଦି ଆପଣ ଏଟିଏମ ବ୍ୟବହାର କରୁଛନ୍ତି ତେବେ ଏହି ନିଶ୍ଚିତ ପଢନ୍ତୁ । ଆପଣଙ୍କୁ ବହୁତ ଫାଇଦା ହେବ । କାରଣ ଆପଣଙ୍କ ଏଟିଏମ କାର୍ଡ ମାର୍ଚ୍ଚ ୨୦୧୯ ପରେ ସୁରକ୍ଷିତ ହୋଇଯିବ । ଭାରତୀୟ ରିର୍ଜଭ ବ୍ୟାଙ୍କ ମାର୍ଚ୍ଚ ସୁଧା ସମସ୍ତ ବ୍ୟାଙ୍କ ଗୁଡିକୁ ନିଜର ଏଟିଏମ କାର୍ଡ ‘ଆଣ୍ଟି କ୍ଲୋନିଙ୍ଗ ’ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦେଶର ସାରାରେ ଚାଲିଥିବା ଏଟିଏମ କାର୍ଡ ଠକେଇକୁ ରୋକିବା ପାଇଁ ଆରବିଆଇ ପକ୍ଷରୁ ଏହି ପଦକ୍ଷପ ନିଆଯାଇଛି ।
ଏହା ସହିତ ସମସ୍ତ ବ୍ୟାଙ୍କରେ ଥିବା ଏଟିଏମ ସମ୍ବନ୍ଧିତ ସମସ୍ତ ଅସୁବିଧାକୁ ଦୂର କରିବା ପାଇଁ ମଧ୍ୟ ଆରବିଆଇ ସମୟସୀମା ଦେଇଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରମୁଖ ମହାପ୍ରବନ୍ଧକ ଆର. ରବି କୁମାର କହିଛନ୍ତି ଯେ, ଅଗଷ୍ଟ ୨୦୧୮ ପର୍ଯ୍ୟନ୍ତ ସମସ୍ତ ବାଣିଜ୍ୟ ବ୍ୟବସାୟିକ ବ୍ୟାଙ୍କ, ସ୍ମଲ ଫାଇନ୍ନାସ ବ୍ୟାଙ୍କ, ହ୍ୱାଇଟ ଲେବୁଲ ଏଟିଏମ କାର୍ଡର ପରିଚାଳନ ବ୍ୟବସ୍ଥା ଏବଂ ଟେରମିନାଲ ସୁରକ୍ଷା ବ୍ୟବସ୍ଥା ଉପରେ ଏହା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବ ।

ଏହା ସହିତ ମାର୍ଚ୍ଚ ୨୦୧୯ ମଧ୍ୟରେ ସମସ୍ତ ବ୍ୟାଙ୍କ ନିଜ ନିଜର ଏଟିଏମ ଗୁଡିକରେ ‘ଆଣ୍ଟି ସ୍କିମର’ ଲଗାଇବାକୁ ପଡିବ, ଯାହା ଫଳରେ କେହି ବି ଯେପରି ଏଟିଏମ କାର୍ଡର ‘କ୍ଲୋନିଙ୍ଗ’ କରିପାରିବେ ନାହିଁ । ଆରବିଆଇ ମୁତାବକ ସମସ୍ତ ବ୍ୟାଙ୍କ ସେପ୍ଟେମ୍ବର ୨୦୧୮ ମଧ୍ୟରେ ୨୫ ପ୍ରତିଶତ, ଡିସମ୍ବେର ୨୦୧୮ ମଧ୍ୟରେ ୫୦ ପ୍ରତିଶତ, ମାର୍ଚ୍ଚ ୨୦୧୯ ମଧ୍ୟରେ ୭୫ ପ୍ରତିଶତ ଏବଂ ସମସ୍ତ ଏଟିଏମ କାର୍ଡ ଜୁନ ୨୦୧୯କୁ ଅପେରେଟିଙ୍ଗ ସିଷ୍ଟମରେ ଅପଡେଟ କରିବାକୁ ପଡିବ । ଏହା ପରେ କୌଣସି ବି ବ୍ୟାଙ୍କରେ ଥିବା ଏଟିଏମ କାର୍ଡ ସମ୍ବନ୍ଧିତ ଥିବା ଅସୁବିଧାକୁ ନଜରକୁ ଆସିଲେ ଆରବିଆଇ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।
୧୫ ଜୁଲାଇ ୨୦୧୭ ରେ ଦେଶର ସବୁଠାରୁ ବଡ ଏଟିଏମ କାର୍ଡ ‘କ୍ଲୋନିଙ୍ଗ’ ମାମଲା ସାମନ୍ନାକୁ ଆସିଥିଲା । ଏଥିରେ ପ୍ରାୟ ୧୦୦ ଲୋକଙ୍କ ଖାତାରୁ ୧ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଲୁଟ ହୋଇଥିଲା । ଏହା ପରେ ପୋଲିସ ସମସ୍ତ ସାଇବର ଅପରାଧିଙ୍କୁ କାବୁ କରି ଏହା ସମ୍ବନ୍ଧରେ ପଚାରଉଚାର କରିଥିଲା । ଏହା ପରେ ବି ଅପରାଧି ସ୍କିମର ଲଗେଇକରି ‘କୋଲିଙ୍ଗ ’କରିବାର ଘଟଣା ସାମନାକୁ ଆସିଥିଲା । ତଥ୍ୟ ମୁତାବକ ଡେରାଡୁନରେ ବର୍ଷକ ମଧ୍ୟରେ ୧୫୦ରୁ ଉଦ୍ଦ୍ୱର୍ ଏହି ମାମଲା ସାମନା ଆସିଛି । ଏହା ସହିତ ଦେଶରେ ୫୦୦ରୁ ଅଧିକ ଏହି ମାମଲା ସାମନାକୁ ଆସିଛି ।


Share It

Comments are closed.