WTC ଫାଇନାଲ ପୂର୍ବରୁ ଜାଡେଜାଙ୍କ ଦମଦାର୍ ବ୍ୟାଟିଂ, ଦେଖନ୍ତୁ ଭିଡିଓ


ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପୂର୍ବରୁ ଇଣ୍ଟ୍ରା ସ୍କ୍ୱାଡ୍ ଖେଳି ପ୍ରସ୍ତୁତି ଚଳାଇଛି । ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ଜୁନ ୧୮ରୁ ଆରମ୍ଭ ହେବ । ଅଭ୍ୟାସ ମ୍ୟାଚରେ ଯୁବ ବ୍ୟାଟସମ୍ୟାନ ଋଷଭ ପନ୍ତ ଓ ସୁଭମନ ଗିଲ୍ ଆକର୍ଷଣୀୟ ବ୍ୟାଟିଂ କରିଥିଲେ । ଦଳର ଅଲରାଉଣ଼୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ଦମଦାର୍ ଅର୍ଧଶତକ ହାସଲ କରିଥିଲେ । ଯାହା କିଓ୍ୱି ଟିମ୍‌ର ଚିନ୍ତା ବଢାଇ ଦେଇଛି ।

ବିସିସିଆଇ ଏହାର ଏକ ଭିଡିଓ ସେୟାର କରିଛି । ଯେଉଁଥିରେ ଜାଡେଜା ବ୍ୟାଟିଂ କରୁଥିବା ନଜର ଆସିଛନ୍ତି । ଜାଡେଜା ୫୪ ରନ୍ କରିବା ପାଇଁ ୭୬ ବଲର ସାମ୍ନା କରିଥିଲେ । ସେହିପରି ମହମ୍ମଦ ସିରାଜ ମଧ୍ୟ ଆକର୍ଷଣୀୟ ବୋଲିଂ କରି ୨୨ ରନ୍ ଦେଇ ୨ ଓ୍ୱିକେଟ୍ ନେଇଥିଲେ ।

ଏହି ଇଣ୍ଟ୍ରା ସ୍କ୍ୱାଡ୍ ମୁକାବିଲାରେ ବ୍ୟାଟସମ୍ୟାନଙ୍କ ଦବଦବା ଦେଖିବାକୁ ମିଳିଥିଲା । ମ୍ୟାଚର ପ୍ରଥମ ଦିନରେ ଓ୍ୱିକେଟ୍ କିପର ବ୍ୟାଟସମ୍ୟାନ୍ ପନ୍ତ ୯୪ ବଲରୁ ବିସ୍ଫୋରକ ୧୨୧ ରନ୍ କରିଥିଲେ । ଶୁଭମନ ଗିଲ୍ ମଧ୍ୟ ୧୩୫ ବଲରୁ ୮୫ ରନ୍ କରିଥିଲେ । ଇଶାନ୍ତ ଶର୍ମା ୩୬ ରନ୍ ଦେଇ ୩ଟି ଶିକାର କରିଥିଲେ ।
ସୂଚନାଯୋଗ୍ୟ, ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ ୧୮ରୁ ଜୁନ ୨୨ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଖେଳାଯିବ । ଅନେକ ପୂର୍ବତନ ମହାନ ଖେଳାଲି ଏହି ମୁକାବିଲା ଦେଖିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ରହିବେ ବୋଲି ଜଣା ପଡିଛି ।


Share It

Comments are closed.