ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଲେ ରୋହିତ ଓ ଅଶ୍ୱିନୀ


ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳର ୧୩ ଜଣ ଖେଳାଳୀଙ୍କୁ ଚୟନ କରାଯାଇଛି । ସିରିଜର ଦ୍ୱିତୀୟ ଟେଷ୍ଟ ଶୁକ୍ରବାରକୁ ଖେଳାଯିବାର ଅଛି । ଏଡିଲେଡରେ ଖେଳାଯାଇଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଭାରତ ୩୧ ରନରେ ବିଜୟ ହାସଲ କରିଥିବାବେଳେ ବର୍ତ୍ତମାନ ଭାରତ ୧-୦ରେ ଆଗୁଆ ରହିଛି ।
ବିସିସିଆଇ ପକ୍ଷରୁ ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳର ଘୋଷଣା ହୋଇଥିବାବେଳେ ଏଥିରେ ରୋହିତ ଶର୍ମା ଏବଂ ରବିଚନ୍ଦ୍ର ଅଶ୍ୱିନୀଙ୍କୁ ବାଦ ଦିଆଯାଇଛି । ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରକାଶ ପାଇଥିବା ଖେଳାଳୀଙ୍କ ନାମ ହେଲା ବିରାଟ କୋହଲି (ଅଧିନାୟକ), ମୁରଲୀ ବିଜୟ, କେଏଲ ରାହୁଲ, ଚେତେସ୍ୱର ପୂଜାରା, ଅଜିଙ୍କେ ରାହାଣେ (ଉପ ଅଧିନାୟକ), ହନୁମା ବିହାରୀ, ରିଷଭ ପନ୍ତ(ୱିକେଟ କିପର), ରବିନ୍ଦ୍ର ଜାଡେଜା, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ଉମେଶ ଯାଦବ ।
ଦ୍ୱିତୀୟ ଟେଷ୍ଟ ପାଇଁ ଅଶ୍ୱିନୀ ଏବଂ ରୋହିତ ବାଦ ପଡିଥିବାବେଳେ ଅଶ୍ୱିନୀ ପ୍ରଥମ ମ୍ୟାଚରେ (୩+୩)୬ଟି ୱିକେଟ ସଂଗ୍ରହ କରିଥିଲେ । ସେହିଭଳି ରୋହିତ ପ୍ରଥମ ଟେଷ୍ଟର ପ୍ରଥମ ଇଂନିସରେ ୩୭ ରନ ସଂଗ୍ରହ କରିଥିବାବେଳେ ଦ୍ୱିତୀୟ ଇଂନିସରେ ମାତ୍ର ୧ ରନ ସଂଗ୍ରହ କରି ଆଉଟ ହୋଇଯାଇଥିଲେ ।
ଟେଷ୍ଟ ସିରିଜର ହେବାକୁ ଥିବା ଦ୍ୱିତୀୟ ଟେଷ୍ଟଟି ପର୍ଥର ନୂଆ ଷ୍ଟାଡିୟମରେ ଖେଳାଯିବାକୁ ଅଛି । ଏହି ଷ୍ଟାଡିୟମରେ ମାତ୍ର ୨ଟି ଆନ୍ତର୍ଜାତିକ ମ୍ୟାଚ ଖେଳା ଯାଇଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ଏହି ଷ୍ଟାଡିୟମର ପ୍ରଥମ ଟେଷ୍ଟ ମ୍ୟାଚ ହେବ । ମିଳିଥିବା ସୂଚନା ମୁତାବକ ଏହି ପିଚ ପେସ ବୋଲରଙ୍କ ପାଇଁ ଖୁବ ଭଲ ।


Share It

Comments are closed.