ବିଶ୍ୱକପରେ କୋହଲିଙ୍କ ବ୍ୟାଟିଙ୍ଗ କ୍ରମରେ ଆସିପାରେ ପରିବର୍ତ୍ତନ


ଭାରତୀୟ ଦଳର ପ୍ରମୁଖ କୋଚ ରବି ଶାସ୍ତ୍ରୀ, ଆଗାମୀ ବିଶ୍ୱକପରେ କୋହଲିଙ୍କ ବ୍ୟାଟିଙ୍ଗ କ୍ରମରେ ପରିବର୍ତ୍ତନ କରାଇବା ପାଇଁ ଯୋଜନା ଚଳାଇଛନ୍ତି । ଶାସ୍ତ୍ରୀ, କୋହଲିଙ୍କୁ ୪ର୍ଥ କ୍ରମରେ ବ୍ୟାଟିଙ୍ଗ ପାଇଁ ଓହ୍ଲାଇବାକୁ ଯୋଜନା କରୁଛନ୍ତି । ଶାସ୍ତ୍ରୀଙ୍କ କହିବା ମୁତାବକ, ସେହି ସମୟରେ ବୋଲରଙ୍କ ପାଇଁ ଅନୁକୂଳ ପରସ୍ଥିତି ରହିଥିବ, ସେଥିପାଇଁ କୋହଲିଙ୍କ ପର ଓଭର ବଞ୍ଚାଇବା ପାଇଁ ଚଷ୍ଟା କରାଯାଇପାରିବ ।
ଏହି ସଂପର୍କରେ ଶାସ୍ତ୍ରୀ କହିଛନ୍ତି ଯେ, “କୋହଲି ୪ର୍ଥ କ୍ରମରେ ବ୍ୟାଟିଙ୍ଗ କରିବା ଦ୍ୱାରା ମଧ୍ୟମ ଏବଂ ତା’ ତଳ କ୍ରମର ବ୍ୟାଟିଙ୍ଗରେ ସୁଧାର ଆସିପାରିବ । ” ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଭାରତର ଶୀର୍ଷ ତିନି ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଏଭଳି ଦକ୍ଷତା ରହିଛି ଯେ, ସେମାନେ କୌଣସି ବି ପରିସ୍ଥିତି ଏବଂ କ୍ରମରେ ଭଲ ପ୍ରଦର୍ଶନ କରିପାରିବେ ।
ଏହିଭଳି ସମୟରେ ଯଦି କୋହଲି ୪ର୍ଥ କ୍ରମରେ ଓହ୍ଲାନ୍ତି ତେବେ, ବ୍ୟାଟିଙ୍ଗ କ୍ରମରେ ଅଧିକ ସନ୍ତୁଳନ ପାଇଁ ଆମେ ଅନ୍ୟ କୌଣସି ଖେଳାଳୀଙ୍କୁ ତୃତୀୟ କ୍ରମରେ ଓହ୍ଲାଇପାରିବା । ଏବଂ ଅନ୍ୟ ପଟେ ଯଦି, ଉପର କ୍ରମର ଖେଳାଳୀ ଆଉଟ ହୋଇଯାନ୍ତି ତେବେ କୋହଲି ଏବଂ ତାଙ୍କ ପରବର୍ତ୍ତୀ ଖେଳାଳୀଙ୍କ ଉପରେ ପ୍ରେସର ରହିପାରିବ ।”
ଶାସ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ଯେ, “ତୃତୀୟ ସ୍ଥାନ ପାଇଁ ଅମ୍ବାତୀ ରାଇଡୁ ଆମ ବିକଳ୍ପ ହୋଇପାରନ୍ତି କାରଣ ଗତ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ୯୦ ରନର ଏକ ଆକର୍ଷଣୀୟ ପାଳି ଖେଳି ଭାରତକୁ ବିଜୟୀ କରିଥିଲେ ।”


Share It

Comments are closed.