ଦିନିକିଆରେ ମଧ୍ୟ ଅଧିନାୟକତ୍ୱ ଛାଡିପାରନ୍ତି କୋହଲି


ଭାରତୀୟ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ନିକଟରେ ଭାରତର ଟି-୨୦ ଟିମ୍‌ର ଅଧିନାୟକତ୍ୱ ଛାଡି ଦେଇଛନ୍ତି। ଏହାପରେ ରୋହିତ ଶର୍ମାଙ୍କୁ ଟି-୨୦ ରେ ଦଳର କ୍ୟାପଟେନ୍ ହେବାକୁ ପଡିବ। ସେଭଳି କୋହଲି ଖୁବ୍ ଶୀଘ୍ର ଟିମର ନେତୃତ୍ୱ ଛାଡିବାର ନିଷ୍ପତ୍ତି ନେଇପାରନ୍ତି। ଏହି କଥାର ଖୁଲାସା ଖୁବ୍ ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ କରିଛନ୍ତି। ଶାସ୍ତ୍ରୀ କହିଛନ୍ତି ଯେ, କୋଭିଡ-୧୯ ସମ୍ପର୍କିତ ଚାପରୁ ମୁକ୍ତି ପାଇବା ପାଇଁ ବିରାଟ କୋହଲି ଟି-୨୦ ଅନ୍ତର୍ଜାତୀୟ ପରେ ଅନ୍ୟ ଫର୍ମାଟରୁ ମଧ୍ୟ ଅଧିନାୟକତ୍ୱ ଛାଡି ପାରନ୍ତି। ୟୁଏଇରେ ଖେଳା ଯାଉଥିବା ଆଇସିସି ଟି-୨୦ ବିଶ୍ୱକପରୁ ଭାରତ ଖୁବ୍ ଶୀଘ୍ର ବାହାର ହେବା ସହିତ ଶାସ୍ତ୍ରୀଙ୍କ ଟିମ୍ ସହିତ କାର୍ଯ୍ୟକାଳ ଶେଷ ହୋଇଯାଇଛି। ଏଭଳି ସ୍ଥିତିରେ ଦିନିକିବ ଟିମ୍ ପାଇଁ ମଧ୍ୟ ଜଣେ କ୍ୟାପଟେନ୍ ଦରକାର ପଡିବେ। ଏଥିପାଇଁ ୨ ଖେଳାଳି ବଡ ଦାବିଦାର ରହିଛନ୍ତି।
ରୋହିତ ଶର୍ମା: ଟିମ୍ ଇଣ୍ଡିଆରେ କୋହଲିଙ୍କ ପରେ ଦିନିକିଆ ମ୍ୟାଚ୍‌ରେ କ୍ୟାପଟେନ୍ ହେବା ପାଇଁ ରୋହିତ ଶର୍ମା ସବୁଠାରୁ ବଡ ଦାବିଦାର। ରୋହିତଙ୍କୁ ନିକଟରେ ଟି-୨୦ ଟିମ୍‌ର ନେତୃତ୍ବ ଦିଆଯାଇଛି। କୋହଲିଙ୍କ ପରେ ଅନୁଭବୀ ଖେଳାଳି ଭାବରେ ରୋହିତ ଅଛନ୍ତି। ସେ ଆଜି ପର୍ଯ୍ୟନ୍ତ ଯେଉଁ ମ୍ୟାଚ୍‌ରେ ଭାରତର ନେତୃତ୍ବ ନେଇଛନ୍ତି କେବେ ହାରି ନାହାନ୍ତି। ରୋହିତଙ୍କ ଅଧିନାୟକତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଆଇପିଏଲ ଟ୍ରଫି ଜିତିତିଲା।
କେଏଲ ରାହୁଲ: ରୋହିତ ଶର୍ମାଙ୍କ ପରେ ଦିନିକିଆ ଟିମ୍‌ର କ୍ୟାପଟେନ୍ ହେବାର ଅନ୍ୟତମ ଦାବିଦାର ହେଲେ କେଏଲ ରାହୁଲ। ସେ ଆଇପିଏଲରେ ପଞ୍ଜାବ କିଙ୍ଗସ୍‌ର ନେତୃତ୍ବ ନେଇଥିଲେ। ତେବେ ଏହି ଟିମ୍ ଥରେ ବି ଆଇପିଏଲ ଟାଇଟଲ ଜିତିନି। ତେବେ କେଏଲ ରାହୁଲ ଜଣେ ଭଲ କ୍ୟାପଟେନ୍ ଭାବରେ ସବୁଥର ଖେଳ ପ୍ରଦର୍ଶନ କରିଛନ୍ତି। ପ୍ରତି ସିଜିନ୍‌ରେ ୫୦୦ ରୁ ଅଧିକ ରନ୍ କରିଛନ୍ତି। ଏହାର ଅର୍ଥ ରାହୁଲ କ୍ୟାପଟେନ୍ ହୋଇ ମଧ୍ୟ କେବେ ଚାପରେ ନଥାନ୍ତି। ସେ ପଡିଆରେ ଖୁବ୍ ଶାନ୍ତ ଭାବରେ ଖେଳିଥାନ୍ତି।


Share It

Comments are closed.