ଆଫ୍ରିଦିଙ୍କୁ କିଏ ପ୍ରଥମେ “ବୁମ ବୁମ ଆଫ୍ରିଦି” ଡାକିଥିଲା, ଜାଣିଛନ୍ତି କି ?


ପାକିସ୍ତାନ କ୍ରିକେଟ ଟିମର ପୂର୍ବତ୍ତନ ଅଲ-ରାଉଣ୍ଡର ସଏଦ ଆଫ୍ରିଦି ବିଶ୍ୱର ସବୁଠାରୁ ବିସ୍ପୋଟକ ବ୍ୟାଟ୍ସମ୍ୟାନ ବୋଲି ତ ସମସ୍ତେ ଜାଣିଥିବେ । ତାଙ୍କ ନାମରେ ଅନେକ ରେକର୍ଡ ରହିଥିବାବେଳେ, ୩୭ଟି ବଲରେ ଶତକ ହାସଲ କରିବାର ରେକର୍ଡ ହେଉଛି ଅନ୍ୟତ୍ତମ । ଆଫ୍ରିଦିଙ୍କ ବିଷୟରେ ପ୍ରଶଂସକମାନେ ଏହା ତ ନିଶ୍ଚିୟ ଜଣିଥିବ ଯେ, ତାଙ୍କୁ “ବୁମ ବୁମ ଆଫ୍ରିଦି” ନାମରେ ଡକା ଜାଏ ବୋଲି କିନ୍ତୁ ସେମାନେ ଏହା ଜାଣି ନଥିବେ ତାଙ୍କୁ ଏହି ନାମ ପ୍ରଥମେ କିଏ ଦେଇଥିଲା ।
ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ଆଫ୍ରିଦିଙ୍କୁ ପ୍ରଶଂସକମାନେ ବୁମ ବୁମ ଆଫ୍ରିଦି ନାମରେ ଜାଣିଛନ୍ତି । ଟ୍ୱିଟରରେ ଏକ ପ୍ରଶ୍ନ ଓ ଉତ୍ତର ସେସନରେ ଆଫ୍ରିଦିଙ୍କୁ ଏହି “ବୁମ ବୁମ ଆଫ୍ରିଦି” ନାମ କିଏ ଦେଇଥିଲେ ବୋଲି ତାଙ୍କର ଜଣେ ପ୍ରଶଂସକ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ରଖି ଆଫ୍ରିଦି ବର୍ତ୍ତମାନର ଭାରତୀୟ କ୍ରିକେଟ ଦଳର ପ୍ରଶିକ୍ଷକ “ରବି ଶାସ୍ତ୍ରି”ଙ୍କ ନାମ ନେଇଥିଲେ ।

ପ୍ରକାଶ ଥାଉ କି ଆଫ୍ରିଦି ଗତ ବର୍ଷ ଆନ୍ତର୍ଜାତିକ କ୍ରିକେଟରୁ ସବୁଦିନ ପାଇଁ ସନ୍ୟାସ ନେଇଥିଲେ । ସେ ନିଜର ଆନ୍ତର୍ଜାତିକ କ୍ୟାରିୟରେ ୩୯୮ ଟି ଦିନିକିଆ, ୯୯ଟି ଟି-ଟ୍ୱେଣ୍ଟି ଏବଂ ୨୭ ଟି ଟେଷ୍ଟ ମ୍ୟାଚ ଖେଳିସାରିଛନ୍ତି । ସେ ନିଜର ଦିନିକିଆ କ୍ୟାରିୟରେ ୬ଟି ଶତକ ଏବଂ ୩୯ଟି ଅର୍ଦ୍ଧଶତକ ହାସଲ କରି ୮,୦୬୪ ରନ ସଂଗ୍ରହ କରିଥିବାବେଳେ ଟେଷ୍ଟ ମ୍ୟାଚରେ ୫ଟି ଶତକ ଏବଂ ୮ଟି ଅର୍ଦ୍ଧଶତକ ସାହଯ୍ୟରେ ୧,୭୧୬ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି ।
ଏହା ଛଡା ସେ ନିଜର ସ୍ପିନର ଯାଦୁ ବଳରେ ଦିନିକିଆରେ ୩୯୫ଟି ୱିକେଟ , ଟେଷ୍ଟରେ ୪୮ ଟି ୱିକେଟ ଏବଂ ଟି-ଟ୍ୱେଣ୍ଟି ମ୍ୟାଚରେ ୯୮ଟି ୱିକେଟ ନେବାରେ ପାକିସ୍ତାନର ଜଣେ ସଫଳ ଅଲରାଉଣ୍ଡର ଅଟନ୍ତି ।
ଆଫ୍ରିଦିଙ୍କ ଆନ୍ତର୍ଜାତିକ କ୍ରିକେଟରେ ୩୭ ବଲରେ ଶତକ ହାସଲ କରି ଏକ ବିରଳ ଇତିହାସ ମଧ୍ୟ ରଚିଛନ୍ତି । ୨୦୧୪ରେ ନ୍ୟୁଜିଲାଣ୍ଡର ଖେଳାଳୀ କୋରି ଆଣ୍ଡ୍ରସନ ଆଫ୍ରିଦିଙ୍କ ଏହି ରେକର୍ଡ ଭାଙ୍ଗି ଦେଇଥିଲେ ମଧ୍ୟ, ୧୭ ଯାଏଁ ଏହି ବିରଳ ରେକର୍ଡ ଆଫ୍ରିଦି ନାମରେ ହିଁ ରହିଥିଲା ।


Share It

Comments are closed.