ବାଘ ଭିଡିଓ ସେୟାର କରି ଫସିଲେ ରବୀନା ଟଣ୍ଡନ, ନିୟମ ଭାଙ୍ଗିଥିବାରୁ ଅଭିନେତ୍ରୀଙ୍କ ବିରୋଧରେ ହୋଇପାରେ ତଦନ୍ତ


 ଅଭିନେତ୍ରୀ ରବୀନା ଟଣ୍ଡନ୍ ସଫାରିକୁ ବହୁତ ଭଲ ପାଆନ୍ତି । ସେ ନିଜର ଭିଡିଓ ଏବଂ ଫଟୋକୁ ଅନେକ ଥର ସେୟାର କରନ୍ତି। ବର୍ତ୍ତମାନ ଏକ ଭିଡିଓ ହେତୁ ରବୀନା ଫସି ଯାଇଛନ୍ତି। ସେ କିଛି ଦିନ ପୂର୍ବରୁ ସେୟାର କରିଥିବା ବାଘର ଭିଡିଓକୁ ନେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି।

ରବୀନା ସେୟାର କରିଥିବା ଭିଡିଓରେ ଜଙ୍ଗଲର ଅନେକ ପ୍ରାଣୀ ଏବଂ ପକ୍ଷୀ କ୍ୟାପ୍ଚର୍ ହୋଇଥିବା ଦେଖାଯାଇଛି, ଯେଉଁଥିରେ ବାଘ ମଧ୍ୟ ରହିଛି। ଅଭିନେତ୍ରୀ ଏଥିପାଇଁ ଫସିଛନ୍ତି କାରଣ ସେ ବାଘର ପାଖକୁ ଯାଇ ଭିଡିଓ କରିଛନ୍ତି। ଟାଇଗର ରିଜର୍ଭ ନିୟମ ଅନୁଯାୟୀ, ବାଘଠାରୁ ପର୍ଯ୍ୟଟକଙ୍କ ଦୂରତା ୨୦ ମିଟରରୁ ଅଧିକ ହେବା ଉଚିତ୍।କିନ୍ତୁ ରବୀନାଙ୍କ ଜିପ୍ସୀ ବାଘର ନିକଟରେ ଥିଲା। ଏହି ସମୟରେ ଜିପ୍ସରେ ରବୀନାଙ୍କ ସହ ତାଙ୍କ ଝିଅ ମଧ୍ୟ ଥିଲେ। ତେବେ କେବଳ ରବୀନାଙ୍କ ଉପରେ ନୁହେଁ ଜିପ୍ସୀ ଡ୍ରାଇଭର ଏବଂ ଗାଇଡ୍ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାରଣ ସେମାନେ ନିୟମ ଜାଣିବି ବି ବାଘ ନିକଟକୁ ଯାଇଥିଲେ।

କିଛି ଦିନ ପୂର୍ବରୁ ମଧ୍ୟ ରବୀନା ମଧ୍ୟପ୍ରଦେଶର ଭୋପାଳରେ ବନ ବିହାରର ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ସେ କହିଥିଲେ ଯେ କିଛି ପର୍ଯ୍ୟଟକ ବାଘ ଉପରେ ପଥର ଫିଙ୍ଗୁଛନ୍ତି। ଭିଡିଓ ସେୟାର କରି ସେ ଲେଖିଥିଲେ, ବନ ବିହାର, ଭୋପାଳ, ମଧ୍ୟପ୍ରଦେଶ। ପର୍ଯ୍ୟଟକମାନେ ବାଘ ଉପରେ ପଥର ଫିଙ୍ଗୁଛନ୍ତି। ପାଟି କରିବା, ହସିବା, ପିଞ୍ଜରା ହଲାଇବା, ପଥର ଫିଙ୍ଗିବା। ବାଘ ପାଇଁ କୌଣସି ସୁରକ୍ଷା ନାହିଁ। ତେବେ ପରେ ପାର୍କ ପରିଚାଳନାର ବିବୃତ୍ତି ଏହି ପ୍ରସଙ୍ଗରେ ଆସିଥିଲା ଯେ ସେମାନେ ପଥର ମାଡ କରୁଥିବା କୌଣସି ସ୍ଥାନରେ ଦୃଶ୍ୟମାନ ହେଉନାହିଁ। କେବଳ ପଛରୁ ଶୁଭୁଛି ଯେ ପଥର ଫିଙ୍ଗନି।


Share It

Comments are closed.