ରତନ ଟାଟା ଆଣିଲେ ବରିଷ୍ଠ ନାଗରିକଙ୍କ ପାଇଁ ଗୁଡଫେଲୋଜ ଷ୍ଟାର୍ଟଅପ


ଦେଶର ବିଶେଷ ଶ୍ରେଷ୍ଠ ଉଦ୍ୟୋଗପତି ରତନ ଟାଟା ବରିଷ୍ଠ ନାଗରିକଙ୍କ ଉଦେ୍ଦଶ୍ୟରେ ଏକ ଷ୍ଟାର୍ଟଅପ ପ୍ଲାନ ଗୁଡଫଲୋଜର ଶୁଭାରମ୍ଭ କରିଛନ୍ତି । କର୍ନେଲ ୟୁନିଭର୍ସିଟି ଏମବିଏ ପାଟସଆଉଟ ଛାତ୍ର ଶାନ୍ତନୁ ନାଇଡୁ ଏହି ଷ୍ଟାର୍ଟଅପର ପ୍ରତିଷ୍ଠାତା ଅଟନ୍ତି । ୨୮ବର୍ଷିୟ ଶାନ୍ତନୁ ନାଇଡୁ ଟାଟା ଗ୍ରୁପରେ କାର୍ଯ୍ୟ କରୁଥିବା ୫ମ ପିଢିର ବ୍ୟକ୍ତି ।
ଏହି ଷ୍ଟାର୍ଟଅପର ଶୁଭାରମ୍ଭ ଅବସରରେ ରତନ ଟାଟା କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଜଣେ ଏକାକୀ ସମୟ ଅତିବାହିତ କରନାହାଁନ୍ତି ସେ ପ ର୍ଯ୍ୟନ୍ତ ସେ ଏକା ରହିବାର କଷ୍ଟ ଅନୁଭବ କରିପାରିବ ନାହିଁ । ତେଣୁ ଏହି ଗୁଡଫେଲୋଜ ଷ୍ଟାର୍ଟଅପ ବରିଷ୍ଠ ନାଗରିକମାନଙ୍କୁ ନିଜର କେହି ଜଣେ ପରି ସହଭାଗିତା ପ୍ରଦାନ କରିବା ପାଇଁ ଶୁଭାରମ୍ଭ କରାଯାଇଛି । ଏହି ଷ୍ଟାର୍ଟଅପରେ ଯୁବ ଗ୍ରାଜୁଏଟମାନଙ୍କୁ ନିୟୁକ୍ତ କରାଯିବ । ଦେଶରୁ ଭାରତରେ ୧.୫ମିଲିୟନ ବ୍ୟକ୍ତି ବିନା ପାର୍ଟନରରେ ରହୁଛନ୍ତି । ସେମାନଙ୍କୁ ଏହି ଷ୍ଟାର୍ଟଅପ ସେମାନଙ୍କୁ କମ୍ପାନିୟନ ପ୍ରଦାନ କରିବ ।
ନିକଟ ଭବିଷ୍ୟତରେ ଏହି ଗୁଡଫେଲୋଜ ଷ୍ଟାର୍ଟଅପରେ ଟ୍ରାଭେଲ କମ୍ପାନିୟନସିପ ସହିତ ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କ ସହିତ ମଧ୍ୟ କାର୍ଯ୍ୟ କରିବ ।


Share It

Comments are closed.