OTTରେ ରିଲିଜ୍‌ ହେବ ‘ରାଷ୍ଟ୍ର କବଚ ଓମ୍’


ଆକ୍ସନ୍ ଡ୍ରାମା ଥ୍ରିଲର୍ ଫିଲ୍ମ ‘ରାଷ୍ଟ୍ର କବଚ ଓମ୍’ରେ ଆଦିତ୍ୟ ରୟ କପୁରଙ୍କ ସହ ଶେଷ ଥର ବଡ଼ ପରଦାରେ ନଜର ଆସିଥିଲେ ଅଭିନେତ୍ରୀ ସଞ୍ଜନା ସାଂଘୀ। ଗତ ଜୁଲାଇ ୧ ତାରିଖରେ ଫିଲ୍ମଟି ରିଲିଜ୍ ହୋଇଥିଲା। କିନ୍ତୁ ବକ୍ସ ଅଫିସ୍‌ରେ ତାହାର ମ୍ୟାଜିକ୍ ଦେଖାଇପାରିଲା ନାହିଁ । ୪୦ କୋଟି ବଜେଟ୍‌ରେ ପ୍ରସ୍ତୁତ ଏହି ଫିଲ୍ମ ୧୦ କୋଟି ବି ଆୟ କରିପାରିଲା ନାହିଁ । ଅତି କଷ୍ଟରେ ୯ କୋଟି ପର୍ଯ୍ୟନ୍ତ ଯାଇଥିଲା । ବର୍ତ୍ତମାନ ଏବେ ଫିଲ୍ମଟି ଡିଜିଟାଲ ପ୍ଲାଟ୍ଫର୍ମରେ ରିଲିଜ୍ କରିବ । ଏନେଇ ଏକ ସାକ୍ଷାତକାରରେ ସଞ୍ଜନା କହିଛନ୍ତି ।

ସଞ୍ଜନା କହିଛନ୍ତି, ‘ନିଜ ଚରିତ୍ରକୁ ଅଧିକ ଶକ୍ତିଶାଳୀ ଓ ବିଭିନ୍ନ ରଙ୍ଗର ସେ କରିପାରିଥାନ୍ତେ । ଏ କ୍ଷେତ୍ରରେ ଆହୁରି ଅଧିକ କାମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।‘ ଆସନ୍ତା ୧୧ ତାରିଖରୁ ଜି୫ରେ ଫିଲ୍ମଟି ମୁକ୍ତିଲାଭ କରିବ । ଥିଏଟରରେ କମାଲ୍ ଦେଖାଇ ପାରୁନଥିବା ଅନେକ ଫିଲ୍ମକୁ ଦର୍ଶକ ଓଟିଟିରେ ଭଲ ପାଉଛନ୍ତି । ସେଥିପାଇଁ ଏହାର ମେକର୍ ଓଟିଟି ପାଇଁ ମନ ବଳାଇଛନ୍ତି ।

ଏ ବିଷୟରେ ସଞ୍ଜନା କହିଛନ୍ତି, କରୋନା ମହାମାରୀ ପରଠାରୁ ଦର୍ଶକଙ୍କ ଦୃଷ୍ଟିଭଙ୍ଗୀରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିଛି । ପୂର୍ବାପେକ୍ଷା ସେମାନେ ଅଧିକ ସଶକ୍ତ ହୋଇଛନ୍ତି । ଘରେ ବସି ଆରାମରେ ଫିଲ୍ମ ଦେଖିବାକୁ ବେଶି ପସନ୍ଦ କରୁଛନ୍ତି । ତାଙ୍କ ମତରେ, ଫିଲ୍ମ ଦେଖିବାକୁ ନେଇ ଦର୍ଶକ ନିଜ ଦୃଷ୍ଟିକୋଣ ଅଧିକ ସ୍ପଷ୍ଟ କରିଛନ୍ତି । ସଞ୍ଜନା ଓ ଆଦିତ୍ୟ ରୟ କପୁରଙ୍କ ସମେତ ‘ରକ୍ଷା କବଚ ଓମ୍’ରେ ପ୍ରକାଶ ରାଜ, ଜ୍ୟାକି ଶ୍ରଫ୍, ଆଶୁତୋଷ ରାଣା ପ୍ରମୁଖ ଅଭିନୟ କରିଛନ୍ତି ।

 


Share It

Comments are closed.