ହେଲିକ୍ୟାପ୍ଟର ସଟ ମାରିବାରେ ଧୋନୀଙ୍କୁ ପଛରେ ପକାଇଲେ ରାସିଦ, ଭିଡିଓ ଭାଇରାଲ


ଆଫଗାନିସ୍ଥାନ କ୍ରିକେଟ ଦଳର ଅଲରାଉଣ୍ଡର ରାସିଦ ଖାନ, ନିକଟରେ ଏକ ଭିଡିଓ ଟ୍ୱିଟ କରିଥିବାବେଳେ ତାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ରାସିଦ ଖାନଙ୍କୁ କୌଣସି ଏକ ଟୁର୍ଣ୍ଣାମେଣ୍ଟରେ ବ୍ୟାଟିଙ୍ଗ କରୁଥିବାର ଦୃଶ୍ୟ କେବଳ ଦେଖିବାକୁ ମିଳୁ ନାହିଁ, ତାହା ସହ ସେ ଭିନ୍ନ ଭିନ୍ନ ଢଙ୍ଗରେ ଅନେକ ଗୁଡିଏ ସଟ ଖେଳୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି । ଭିଡିଓରେ ରାସିଦ, ଥାର୍ଡ ମ୍ୟାନ ଏରିୟାରେ ଜଣେ ଦ୍ରୁତ ବୋଲରଙ୍କ ବଲରେ ଖୁବ ସୁନ୍ଦର ସଟ ଖେଳିଥିବାବେଳେ ଏହାର ଶୈଳୀ ସଂପୂର୍ଣ୍ଣ ଭିନ୍ନ ଥିଲା । ଖେଳର ଏହି ଭିଡିଓଟିକୁ ରାସିଦ ସେୟାର କରିବା ସହ ରୋମାଞ୍ଚକ ଶୈଳୀରେ ଏହାର କ୍ୟାପସନ ଲେଖିଥିଲେ ।
ହେଲିକ୍ୟାପ୍ଟର ସଟ ମାରିବାରେ ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ଏମ.ଏସ ଧୋନୀ ଜଣେ ଚର୍ଚ୍ଚିତ ଚେହେରା ଥିବାବେଳେ ବର୍ତ୍ତମାନ ଏହି ସଟ ଖେଳିବାରେ ରାସିଦ ଖାନ ମଧ୍ୟ ମାହିର ହୋଇଗଲେଣି । କେବଳ ଏତିକି ନୁହେଁ, ଟି-୨୦ରେ ରାସିଦଙ୍କୁ ଏଭଳି ଅନେକ ସଟ ଖେଳିଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳି ସାରିଥିବାବେଳେ କିନ୍ତୁ ଏହି ସଟଟି ସଂପୂର୍ଣ୍ଣ ଭିନ୍ନ ଥିଲା । ରାସିଦ ଏହି ଭିଡିଓଟିକୁ ସେୟାର କରି ଲେଖିଛନ୍ତି ଯେ, “କ’ଣ ଆପଣ ଏହାକୁ ହେଲିକ୍ୟାପ୍ଟର ସଟ କହିବେ ? ମୋତେ ତ ଲାଗୁଛି । ”
ଏହି ଭିଡିଓ ଉପରେ ଅନେକ ମଜାଳିଆ କମେଣ୍ଟଓ ମଧ୍ୟ ଆସିଛି ।

 


Share It

Comments are closed.