ବିଶ୍ୱ କ୍ରିକେଟରେ ପୁଣିଥରେ ନୂଆ ଇତିହାସ ରଚିଲେ ରାସିଦ ଖାନ


ବାଙ୍ଗଲାଦେଶ ଏବଂ ଆଫଗାନିସ୍ତାନ ମଧ୍ୟରେ ଟେଷ୍ଟ କ୍ରିକେଟ ଆରମ୍ଭ ହୋଇଯାଇଥିବାବେଳେ ଏହି ମଧ୍ୟରେ ଆଫଗାନିସ୍ତାନର ନୂଆ ଅଧିନାୟକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ରାସିଦ ଖାନ । ସବୁଠାରୁ ମୁଖ୍ୟ କଥା ଏହା ଯେ, ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଆଫଗାନିସ୍ତାନ ଦଳର ନୂଆ ଅଧିନାୟକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରାସିଦ ଖାନ ବିଶ୍ୱ କ୍ରିକେଟରେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଅଧିନାୟକ ରୂପେ ରାସିଦ ଖାନ, କିମ୍ବଦନ୍ତୀ କ୍ରିକେଟର ମନସୁର ଅଲ୍ଲୀ ଖାନଙ୍କୁ ପଛରେ ପକାଇ ଟେଷ୍ଟ କ୍ରିକେଟରେ ସବୁଠାରୁ କନିଷ୍ଠ ଯୁବ ଅଧିନାୟକ ହେବାର ଗୌରବ ଅର୍ଜନ କରିଛନ୍ତି । ରାସିଦଙ୍କ ବୟସ ୨୦ ବର୍ଷ ୩୫୦ ଦିନ ଥିବାବେଳେ ଏହା ପୂର୍ବରୁ ଏହି ରେକର୍ଡ ଜିମ୍ବାୱେର ତାଇବୁଙ୍କ ନାମରେ ଥିଲେ, ଯିଏକି ୨୦ ବର୍ଷ ୩୫୮ ଦିନରେ ଜିମ୍ବାୱେ କ୍ରିକେଟ ଦଳର ଅଧିନାୟକ ହୋଇଥିଲେ । ତୃତୀୟ ସ୍ଥାନରେ ରହିଛନ୍ତି ଭାରତର ପୂର୍ବତ୍ତନ ଅଧିନାୟକ ମନସୁର ଅଲ୍ଲୀ ଖାନ ଫଟୋଦି । ଯିଏକି ୨୧ ବର୍ଷ ୭୭ ଦିନରେ ଭାରତୀୟ ଦଳର ଅଧିନାୟକତ୍ୱ ଗ୍ରହଣ କରିଥିଲେ ।


Share It

Comments are closed.